ନୌସେନା ଓ ଏନ୍‌ସିବି ଟିମ୍‌କୁ ବଡ଼ ସଫଳତା: କୋଚି ଉପକୂଳରୁ ୧୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ

The Sakala Picture
Published On

କୋଚି(ଏଜେନ୍ସି): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଉଭୟେ ‘ସମୁଦ୍ରଗୁପ୍ତ’ ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ହେବ। ପ୍ରଥମ ଥର ପାଇଁ ଭାରତୀୟ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ଏତେ ପରିମାଣର ମେଥାଫେଟାମାଇନ ଜବତ କରିଛନ୍ତି। ଏହି ମାମଲାରେ ଜଣେ ପାକିସ୍ତାନୀକୁ ଗିରଫ କରାଯାଇଛି। ଏକ ଡଙ୍ଗାକୁ ମଧ୍ୟ […]

କୋଚି(ଏଜେନ୍ସି): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଉଭୟେ ‘ସମୁଦ୍ରଗୁପ୍ତ’ ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ହେବ। ପ୍ରଥମ ଥର ପାଇଁ ଭାରତୀୟ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ଏତେ ପରିମାଣର ମେଥାଫେଟାମାଇନ ଜବତ କରିଛନ୍ତି। ଏହି ମାମଲାରେ ଜଣେ ପାକିସ୍ତାନୀକୁ ଗିରଫ କରାଯାଇଛି। ଏକ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି। ତେବେ ଏହାକୁ ନେଇ ଯାଉଥିବା ବଡ଼ ଜାହାଜକୁ ଜବତ କରାଯାଇପାରି ନାହିଁ। କାରଣ ଏହା ସମୁଦ୍ରରେ ବୁଡି ଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଶନିବାର କୋଚିରେ ସାମ୍ବାଦିକ ସମ୍ମିଳନୀ କରି ଏନ୍‌ସିବି ଅଧିକାରୀ କହିଛନ୍ତି ଯେ ଭାରତୀୟ ସାମୁଦ୍ରିକ ସୀମାରୁ ଏହି ଡ୍ରଗ୍ସ ଜବତ କରାଯାଇଛି। ପାକିସ୍ତାନରୁ ଏକ ବଡ଼ ଜାହାଜରେ ଏହି ଡ୍ରଗ୍ସ ଆସିଥିଲା। ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପରେ ଏହା ବିକ୍ରି ହେବାର ଥିଲା। ଉକ୍ତ ଜାହାଜ ନିଜ ଯାତ୍ରା ସମୟରେ ଅନେକ ଡଙ୍ଗାକୁ ଡ୍ରଗ୍ସ ଯୋଗାଇ ଆସୁଥିଲା। ପାକିସ୍ତାନ ଏବଂ ଇରାନ ନିକଟରେ ଥିବା ମାର୍କନ ଉପକୂଳରୁ ଏହା ଯାତ୍ରା ଆରମ୍ଭ କରିଥିଲା। ଏଥିରୁ ୧୩୪ ପ୍ୟାକେଟ ମେଥାପେଟାମାଇନ, ଏକ ବୋଟ ଏବଂ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇ କୋଚିର ମ୍ୟାଟନଚେରୀ ୱାର୍ଫକୁ ଅଣା ଯାଇଥିଲା। ପରେ ନୌସେନା ଏହାକୁ ଏନ୍‌ସିବିକୁ ହସ୍ତାନ୍ତର କରିଥିଲା।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

୧୩୪ ପ୍ୟାକେଟରେ ଉଚ୍ଚ ମାନର ମେଥାଫେଟାମାଇନ ଥିବା ଯାଞ୍ଚରୁ ଜଣାପଡିଛି। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ କେତେ ପରିମାଣର ଡ୍ରଗ୍ସ ଜବତ ହୋଇଛି ତାହା ସାମ୍ନାକୁ ଆସିନାହିଁ। ତେବେ ଏହା ପ୍ରାୟ ୨୫୦୦ କେଜି ହେବ ବୋଲି କୁହାଯାଉଛି। ଏବେ ବି ‘ସମୁଦ୍ରଗୁପ୍ତ’ ଅଭିଯାନ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ଭାରତୀୟ ସାମୁଦ୍ରିକ ସୀମା ଦେଇ ହେଉଥିବା ଡ୍ରଗ୍ସ ଚାଲାଣ ଉପରେ ରୋକ୍‌ ଲଗାଇବା ପାଇଁ ୨୦୨୨ ଜାନୁଆରୀରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ଅଭିଯାନରେ ୩,୨୦୦ କେଜି ମେଥାଫେଟାମାଇନ, ୫୦୦ କେଜି ହେରୋଇନ ଏବଂ ୫୨୯ କେଜି ହସିସ ଜବତ କରାଗଲାଣି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର