ରକ୍ତରେ ଅମ୍ଳଜାନସ୍ତର ଠିକ୍ ରଖିବାକୁ ଡିଆରଡିଓ ଆଣିଲା ନୂଆ ଯନ୍ତ୍ର
ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ’ଏସପିଓ-୨’ ବୈଷୟିକ କୌଶଳ ଆଧାରିତ ଏକ ସପ୍ଲିମେଣ୍ଟାରୀ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା (ଏକ ଯନ୍ତ୍ର) ବିକଶିତ କରାଯାଇଛି। ’ଅକ୍ସିଜେନ ସାଚ୍ୟୁରେସନ ସପ୍ଲିମେଣ୍ଟାଲ ଡେଲିଭରି ସିଷ୍ଟମ ’ ଭାବେ ପରିଚିତ ଏହି ବ୍ୟବସ୍ଥା ମୁଖ୍ୟତଃ ସୀମାନ୍ତରେ ଅତି ଉଚ୍ଚ ପାର୍ବତ୍ୟାଞ୍ଚଳ ଏବଂ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିୟୋଜିତ ଥିବା ଯବାନଙ୍କ ପାଇଁ ଏହି ବ୍ୟବସ୍ଥା ମୁଖ୍ୟତଃ ଉଦ୍ଦିଷ୍ଟ ରହିଥÒବା ବେଳେ ଏଥିରେ ରକ୍ତ ଅମ୍ଳଜାନକୁ ପରିପୂର୍ଣ୍ଣ ଓ […]
ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ’ଏସପିଓ-୨’ ବୈଷୟିକ କୌଶଳ ଆଧାରିତ ଏକ ସପ୍ଲିମେଣ୍ଟାରୀ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା (ଏକ ଯନ୍ତ୍ର) ବିକଶିତ କରାଯାଇଛି। ’ଅକ୍ସିଜେନ ସାଚ୍ୟୁରେସନ ସପ୍ଲିମେଣ୍ଟାଲ ଡେଲିଭରି ସିଷ୍ଟମ ’ ଭାବେ ପରିଚିତ ଏହି ବ୍ୟବସ୍ଥା ମୁଖ୍ୟତଃ ସୀମାନ୍ତରେ ଅତି ଉଚ୍ଚ ପାର୍ବତ୍ୟାଞ୍ଚଳ ଏବଂ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିୟୋଜିତ ଥିବା ଯବାନଙ୍କ ପାଇଁ ଏହି ବ୍ୟବସ୍ଥା ମୁଖ୍ୟତଃ ଉଦ୍ଦିଷ୍ଟ ରହିଥÒବା ବେଳେ ଏଥିରେ ରକ୍ତ ଅମ୍ଳଜାନକୁ ପରିପୂର୍ଣ୍ଣ ଓ ପରିପୁଷ୍ଟ କରି ରଖିବାର ସୁବିଧା ରହିଛି। ବେଙ୍ଗାଲୁରସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋ ମେଡିକାଲ ଲାବରେଟୋରୀ (ଡିଇବିଇଏଲ) ଦ୍ୱାରା ଏହି ଯନ୍ତ୍ର ବିକଶିତ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ଅମ୍ଳଜାନ ଅଭାବରୁ ମୃତ୍ୟୁମୁଖରୁ ମଣିଷକୁ ବଞ୍ଚାଇବା। ରକ୍ତରେ ଅମ୍ଳଜାନର ସ୍ୱାଭାବିକ ସ୍ତର କମିଲେ ଏହା ଗୁରୁତର ଜଟିଳତା ସୃଷ୍ଟି କରେ। ସ୍ନାୟୁ ଓ ଶରୀରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅମ୍ଳଜାନ ଅଭାବରୁ ନିଷ୍କ୍ରିୟ ହୋଇ ମଣିଷର ମୃତ୍ୟୁର କାରଣ ହୋଇଥାଏ। ଡିଆରଡିଏ ଯେଉଁ ଏସ୍ପିଓ୨ ବିକଶିତ କରିଛି ତାହା ସ୍ୱୟଂକ୍ରିୟ ବ୍ୟବସ୍ଥାରେ କାର୍ଯ୍ୟ କରେ। ରକ୍ତରେ ଅମ୍ଳଜାନର ଅଭାବରୁ ସ୍ନାୟୁ ଓ ତନ୍ତୁଗୁଡିକ ଆକାମୀ ହୋଇପଡନ୍ତି। ଫଳରେ ମଣିଷ ଶକ୍ତି ହରାଇ ନିସ୍ତେଜ ହୋଇଥାଏ। ଏଭଳି ଅବସ୍ଥାକୁ ଚିକିତ୍ସା ବିଜ୍ଞାନରେ ‘ହାଇପୋକ୍ସିଆ’ କୁହାଯାଏ। ଏହି ଅକ୍ସିଜେନ ଯୋଗାଣ ଯନ୍ତ୍ର ବା ବ୍ୟବସ୍ଥାଟି ହାଇପୋକ୍ସିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଲଗାଇଦେଲେ ରକ୍ତରେ ଅମ୍ଳଜାନସ୍ତର ସ୍ୱାଭାବିକ ହୋଇଥାଏ। ଏହା ଯବାନମାନଙ୍କ ପାଇଁ ମୁଖ୍ୟତଃ ପ୍ରସ୍ତୁତ ହୋଇଥିଲେ ହେଁ ସାଂପ୍ରତିକ କୋଭିଡ ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସାରେ ବିଶେଷ ସହାୟକ ହେବ।
ଏହାର କାରଣ ହେଲା କୋଭିଡ ଭୂତାଣୁ ଦ୍ୱାରା ଗୁରୁତର ଆକ୍ରାନ୍ତଙ୍କ ରକ୍ତରେ ଅମ୍ଳଜାନ ବିପଜ୍ଜନକଭାବେ ହ୍ରାସ ପାଇଥାଏ ଓ ସେମାନେ ‘ହାଇପୋକ୍ସିଆ’ ଅବସ୍ଥାକୁ ଆସିଯାଇଥାନ୍ତି। ଏହି ଯନ୍ତ୍ରକୁ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ସହଜରେ ବ୍ୟବହାର କରାଯାଇପାରିବ। ଏହି ଯନ୍ତ୍ରରେ ଯେଉଁ ଇଲେକ୍ଟ୍ରୋନିକ ହାର୍ଡେଓୟାର ରହିଛି ତାହା ଉଚ୍ଚସ୍ଥାନରେ କମ୍ ବାୟୁଚାପ, ସ୍ୱଳ୍ପ ତାପମାତ୍ରା ଓ ଆର୍ଦ୍ରତା ଥିବା ଇଲାକାରେ କାର୍ଯ୍ୟ କରିବାକୁ ସକ୍ଷମ। ଫଳରେ ବର୍ତ୍ତମାନ କରୋନା ଚିକିତ୍ସା କ୍ଷେତ୍ରରେ ଏହା ବରଦାନ ସଦୃଶ ହୋଇପାରିବ ବୋଲି କୁହାଯାଇଛି। ସ୍ବଦେଶୀ କୌଶଳରେ ନିର୍ମିତ ଏହି ଯନ୍ତ୍ରଟି କ୍ଷେତ୍ରଭିତିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଏହାର ମୂଲ୍ୟ ମଧ୍ୟ ଅଧÒକ ରହିନଥÒବାରୁ ଇତିମଧ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ଏହାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିଦେଲେଣି। ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ମୁକାବିଲା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ। ଯନ୍ତ୍ରଟି ସ୍ୱଂୟକ୍ରିୟ ହୋଇଥିବାରୁ ଘରୋଇ ବ୍ୟବହାର ପାଇଁ ସୁବିଧାଜନକ। ରକ୍ତରେ ଅମ୍ଳଜାନସ୍ତର କମିଲେ ଅକ୍ସିମିଟର ସତର୍କ ସୂଚନା ଦେବ। ତଦନୁସାରେ ଯନ୍ତ୍ରଟି ଆପଣାଛାଏଁ ରୋଗୀଙ୍କୁ ଆବଶ୍ୟକ ମୁତାବକ ଅକ୍ସିଜେନ ଯୋଗାଇବ। ବ୍ୟବହାର ପାଇଁ ସହଜ ଏହି ରକ୍ତ ଅମ୍ଳଜାନସ୍ତର ନିର୍ଦ୍ଧାରଣକାରୀ ଯନ୍ତ୍ରଟି ବଜାରକୁ ଆସିବା ପରେ ଡାକ୍ତର ଓ ଚିକିତ୍ସାକର୍ମୀଙ୍କ ଚାପ ହ୍ରାସ ପାଇବ ବୋଲି କୁହାଯାଇଛି।