ଆଜି ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ…

The Sakala Picture
Published On

ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଶପଥ ନେବେ। ଏଥିପାଇଁ ଶନିବାର ଠାରୁ ଉତ୍ସବ ପର୍ବ ଆରମ୍ଭ ହୋଇଯାଇଛି। ଭର୍ଜିନିଆ ଠାରେ ଟ୍ରମ୍ପ ନ୍ୟାସନାଲ ଗଲ୍ଫ କ୍ଲବରେ ୫୦୦ ଜଣିଆ ସ୍ବତନ୍ତ୍ର ଅତିଥିଙ୍କୁ ନେଇ ଉତ୍ସବ ଚାଲିଛି। ତେବେ ଆସନ୍ତାକଳି ଭାରତୀୟ ସମୟ ରାତି ପ୍ରାୟ ୧୦ଟା ବେଳେ ଟ୍ରମ୍ପ ୟୁଏସ କ୍ୟାପିଟଲ ହାଉସ୍ରେ ଶପଥ ନେବେ । ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ। ଏଥର […]

ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଶପଥ ନେବେ। ଏଥିପାଇଁ ଶନିବାର ଠାରୁ ଉତ୍ସବ ପର୍ବ ଆରମ୍ଭ ହୋଇଯାଇଛି। ଭର୍ଜିନିଆ ଠାରେ ଟ୍ରମ୍ପ ନ୍ୟାସନାଲ ଗଲ୍ଫ କ୍ଲବରେ ୫୦୦ ଜଣିଆ ସ୍ବତନ୍ତ୍ର ଅତିଥିଙ୍କୁ ନେଇ ଉତ୍ସବ ଚାଲିଛି। ତେବେ ଆସନ୍ତାକଳି ଭାରତୀୟ ସମୟ ରାତି ପ୍ରାୟ ୧୦ଟା ବେଳେ ଟ୍ରମ୍ପ ୟୁଏସ କ୍ୟାପିଟଲ ହାଉସ୍ରେ ଶପଥ ନେବେ । ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ। ଏଥର ପ୍ରବଳ ଥଣ୍ଡା ଯୋଗୁଁ ଖୋଲା ସ୍ଥାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ଶପଥ ଗ୍ରହଣ ଉତ୍ସବରେ ଆମେରିକାର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ଦେଶ ବିଦେଶରୁ ଆମନ୍ତ୍ରିତ ବହୁ ନେତା ଏବଂ ଉଦ୍ୟୋଗପତି ଉପସ୍ଥିତ ରହିବେ। ଟ୍ରମ୍ପ ଦ୍ବିତୀୟଥା ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବାରୁ ଅନେକ କିଛି ଭିନ୍ନ ଦେଖିବାକୁ ମିଳିବ ବୋଲି କୁହାଯାଇଛି। ଏଥିପାଇଁ କେବଳ ଆମେରିକା ନୁହେଁ, ଭାରତ ସମେତ ସାରା ବିଶ୍ୱର ଲୋକମାନେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଉତ୍ସାହିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଉଥିବା ଶପଥ ୩୫ଟି ଶବ୍ଦରେ ସଂଯୋଜିତ ହୋଇଥିବା ବେଳେ ଏହି ଶବ୍ଦଗୁଡ଼ିକ ଆମେରିକା ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହାକୁ ସମ୍ବିଧାନର ମୂଳ ଭାବନା ବୋଲି ମଧ୍ୟ ବିବେଚନା କରଯାଇଥାଏ। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ ବେଳେ ଟ୍ରମ୍ପ ଦୁଇଟି ବାଇବେଲ ପଢିବେ ବୋଲି ଜଣାପଡ଼ିଛି। ଏଥିମଧ୍ୟରୁ ଗୋଟିଏ ତାଙ୍କ ମାଆ ଉପହାର ସ୍ୱରୂପ ଦେଇଥିଲେ। ଅନ୍ୟଟି ଲିଙ୍କନ୍ ବାଇବେଲ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆୟୋଜିତ ରାତ୍ରୀ ଭୋଜନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଛନ୍ତି। ଏହି ସମୟରେ ଅମ୍ବାନୀ ଦମ୍ପତି ଟ୍ରମ୍ପଙ୍କୁ ଭେଟିିଥିଲେ। ଅମ୍ବାନୀ ପରିବାର ବ୍ୟତୀତ ଏମ୩ଏମ ଡେଭଲପର୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ବଂଶଲ ଏବଂ ଟ୍ରାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟାଙ୍କ ଭଳି ଅନ୍ୟ ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆହୁରି ଅନେକ ବଡ଼ ବଡ଼ ଶିଳ୍ପପତି ମଧ୍ୟ ଯୋଗ ଦେଇଥିଲେ। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଟେସଲା ଓ ଟ୍ବିଟରର ମୁଖ୍ୟ ଏଲନ ମସ୍କ ମଧ୍ୟ ଏହି ଡିନରରେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର