ଆମେରିକାରେ ପୁଣି ଫେରିଲା ଟ୍ରମ୍ପ ଶାସନ, ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ…

The Sakala Picture
Published On

ୱାଶିଂଟନ୍‌: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେଇଛନ୍ତି। ଆମେରିକା ସଂସଦ ‘କାପିଟଲ’ର ରେଟୁଣ୍ଡା ହଲରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟ୍ରମ୍ପ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହାରିସ୍‌, ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲଣ୍ଟନ , ସିନେଟ୍‌ ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟଟିଭସ୍‌,ବିଭିନ୍ନ ଦେଶରୁ ଆସିଥିବା ଅତିଥିବୃନ୍ଦ , ବିଶ୍ବର ପ୍ରତିଷ୍ଠିତ ବିତ୍ତଶାଳୀ ଓ ଉଦ୍ୟୋଗପତିଙ୍କ […]

ୱାଶିଂଟନ୍‌: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେଇଛନ୍ତି। ଆମେରିକା ସଂସଦ ‘କାପିଟଲ’ର ରେଟୁଣ୍ଡା ହଲରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟ୍ରମ୍ପ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହାରିସ୍‌, ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲଣ୍ଟନ , ସିନେଟ୍‌ ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟଟିଭସ୍‌,ବିଭିନ୍ନ ଦେଶରୁ ଆସିଥିବା ଅତିଥିବୃନ୍ଦ , ବିଶ୍ବର ପ୍ରତିଷ୍ଠିତ ବିତ୍ତଶାଳୀ ଓ ଉଦ୍ୟୋଗପତିଙ୍କ ସମେତ ୨୩ଟି ରାଷ୍ଟ୍ରର ୭ହଜାରରୁ ଅଧିକ ଅତିଥବ ଏବଂ ନିଜ ଦେଶର ପ୍ରାୟ ୨ ଲକ୍ଷ ସମର୍ଥକଙ୍କ ଉପସ୍ଥିତିରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ୱାଶିଂଟନ ଡିସିର ମୁଖ୍ୟବିଚାରପତି ଜଷ୍ଟିସ୍‌ ଜନ୍‌ ରବର୍ଟ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଟ୍ରମ୍ପଙ୍କ ବ୍ୟତୀତ ଜେ ଡି ଭାନ୍ସ ମଧ୍ୟ ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଫଳରେ ରାଷ୍ଟ୍ରପତିଙ୍କ ଦାୟିତ୍ବ ଗ୍ରହଣକୁ ନେଇ ରହିଥିବା ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ରାଷ୍ଟ୍ରପତି ଭାବେ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଆମେରିକାର ବିଭିନ୍ନ ମହଲରେ ଗୁଞ୍ଜରଣ ଆରମ୍ଭ ହେବା ସହିତ ବୈଶ୍ବିକ ସ୍ତରରେ ମଧ୍ୟ ଚିନ୍ତା ବଢିଛି। ବିଶେଷକରି ଟ୍ରମ୍ପ ପରିବର୍ତ୍ତିତ ଆମେରିକାକୁ ନେଇ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଏବେ ବିଭିନ୍ନ ମହଲରେ ଚିନ୍ତା ବଢାଇଛି। ଏହି ବିଷୟକୁ ଟ୍ରମ୍ପ ନିଜ ସ୍ବାଗତ ଭାଷଣରେ ପ୍ରତିଫଳିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ନିର୍ବାଚନ ସମୟରେ ଟ୍ରମ୍ପ ‘ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ(ଏମଏଜିଏ)’ ସ୍ଲୋଗାନ ଦେବା ସହିତ ଆମେରିକାକୁ ପୁଣିଥରେ ବିଶ୍ବର ଶକ୍ତିଶାଳୀ ଓ ସାମର୍ଥ୍ୟବାନ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ବିଭିନ୍ନ ଦିଗରେ ଆମୁଳଚୂଳ ପରିବର୍ତ୍ତନ କରି ନୂଆ ଦିଶାରେ କାର୍ଯ୍ୟ କରିବେ ବୋଲି କହିଥିଲେ। ସେହି ଅନୁସାରେ ଟ୍ରମ୍ପ ଆସନ୍ତାକାଲି ଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ତାଙ୍କ ସ୍ବାଗତ ଭାଷଣରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଆଗାମୀ ୪ ବର୍ଷ ପାଇଁ ଟ୍ରମ୍ପ ତାଙ୍କ ଯୋଜନା ଏବଂ ସଙ୍କଳ୍ପ ବିଷୟରେ ଏହି ସମୟରେ ସୂଚନା ଦେଇଥିଲା ବେଳେ ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ବିଦେଶୀଙ୍କୁ ବିଦା କରିବା, ଆମେରିକାରେ କେବଳ ଦୁଇ ଲିଙ୍ଗ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା, ଆବଶ୍ୟକ ସ୍ଥଳେ ବିଭିନ୍ନ ଦେଶ ଉପରେ ଲାଗୁ କରାଯାଇଥିବା ଟାରିଫ୍‌ରେ ପରିବର୍ତ୍ତନ ଆଣିବା ଏବଂ ଆମେରିକାର ବୈଦେଶିକ ନୀତିକୁ ଆହୁରି ସଶକ୍ତ କରିବା ଆଦି ଦିଗରେ ଟ୍ରମ୍ପ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ତେବେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ବିଶ୍ବର ବିଭିନ୍ନ ଦେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢିଛି। ବିଶେଷକରି ଭାରତ ଟ୍ରମ୍ପଙ୍କ ନୀତି ଦ୍ବାରା କିଭଳି ପ୍ରଭାବିତ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର