୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଟ୍ରମ୍ପଙ୍କ ଘୋଷଣା : ରାଗିଗଲେ ବାଇଡେନ୍ ଟ୍ବିଟରେ ଛାଡିଲେ ଭିଡିଓ….

The Sakala Picture
Published On

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ସେ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢେଇ କରିବେ। ଏଥିପାଇଁ ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି। ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ […]

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ସେ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢେଇ କରିବେ। ଏଥିପାଇଁ ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ଯୋଗ ଦେବାର ଅଳ୍ପ ସମୟ ପୂର୍ବରୁ ତାଙ୍କ ନିର୍ବାଚନ ପ୍ରଚାର ଟିମ୍‌ ଆବଶ୍ୟକ କାଗଜପତ୍ର ଫାଇଲ୍‌ କରିଥିଲେ।ଫ୍ଲୋରିଡାରେ ଥିବା ତାଙ୍କ ପ୍ରାସାଦତୁଲ୍ୟ ବାସଭବନ ମାର୍‌-ଆ-ଲାଗୋରେ ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷିୟ ଟ୍ରମ୍ପ୍‌ ସମର୍ଥକମାନଙ୍କୁ କହିଛନ୍ତି, ଏବେଠୁ ଆମେରିକାର ପୁନଃଆଗମନ ଆରମ୍ଭ ହେଲା।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ଆମେରିକାର ଦୁଇଟି ରାଜନୈତିକ ଦଳ ମଧ୍ୟରୁ ବିଦ୍ଧିବଧଭାବେ ପ୍ରାର୍ଥୀତ୍ବ ଘୋଷଣା କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ଆମେରିକୀୟ ଟେଲିଭିଜନ୍‌ରେ ‘ଲାଇଭ୍‌ ବ୍ରଡ୍‌କାଷ୍ଟ୍‌’ କରାଯାଇଥିଲା।ଆମେରିକୀୟ ଜାତୀୟ ପତାକାରେ ସୁସଜ୍ଜିତ ବଲ୍‌ରୁମ୍‌ରେ ଟ୍ରମ୍ପ୍‌ ଶହ ଶହ ସମର୍ଥକମାନଙ୍କୁ କହିଛନ୍ତି, ଆମେରିକାକୁ ପୁଣି ମହାନ୍‌ କରିବା ଲାଗି, ଆଜି ରାତିରେ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିମନ୍ତେ ମୋର ପ୍ରାର୍ଥୀତ୍ବ ଘୋଷଣା କରୁଛି।

ତେବେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଜୋ ବାଇଡେନ୍ ଟ୍ୱିଟ୍ କରି କହିଛନ୍ତି ଯେ ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ବୋଲି ବାଇଡେନ୍ ରେକଠୋକ୍ କହିଛନ୍ତି ।

16 Nov 2022 By The Sakala

୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଟ୍ରମ୍ପଙ୍କ ଘୋଷଣା : ରାଗିଗଲେ ବାଇଡେନ୍ ଟ୍ବିଟରେ ଛାଡିଲେ ଭିଡିଓ….

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ସେ ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢେଇ କରିବେ। ଏଥିପାଇଁ ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି । ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି।

ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ଯୋଗ ଦେବାର ଅଳ୍ପ ସମୟ ପୂର୍ବରୁ ତାଙ୍କ ନିର୍ବାଚନ ପ୍ରଚାର ଟିମ୍‌ ଆବଶ୍ୟକ କାଗଜପତ୍ର ଫାଇଲ୍‌ କରିଥିଲେ।ଫ୍ଲୋରିଡାରେ ଥିବା ତାଙ୍କ ପ୍ରାସାଦତୁଲ୍ୟ ବାସଭବନ ମାର୍‌-ଆ-ଲାଗୋରେ ପୂର୍ବତନ ରାଷ୍ଟ୍ରପତି ୭୬ ବର୍ଷିୟ ଟ୍ରମ୍ପ୍‌ ସମର୍ଥକମାନଙ୍କୁ କହିଛନ୍ତି, ଏବେଠୁ ଆମେରିକାର ପୁନଃଆଗମନ ଆରମ୍ଭ ହେଲା।

ଆମେରିକାର ଦୁଇଟି ରାଜନୈତିକ ଦଳ ମଧ୍ୟରୁ ବିଦ୍ଧିବଧଭାବେ ପ୍ରାର୍ଥୀତ୍ବ ଘୋଷଣା କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ଆମେରିକୀୟ ଟେଲିଭିଜନ୍‌ରେ ‘ଲାଇଭ୍‌ ବ୍ରଡ୍‌କାଷ୍ଟ୍‌’ କରାଯାଇଥିଲା।ଆମେରିକୀୟ ଜାତୀୟ ପତାକାରେ ସୁସଜ୍ଜିତ ବଲ୍‌ରୁମ୍‌ରେ ଟ୍ରମ୍ପ୍‌ ଶହ ଶହ ସମର୍ଥକମାନଙ୍କୁ କହିଛନ୍ତି, ଆମେରିକାକୁ ପୁଣି ମହାନ୍‌ କରିବା ଲାଗି, ଆଜି ରାତିରେ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିମନ୍ତେ ମୋର ପ୍ରାର୍ଥୀତ୍ବ ଘୋଷଣା କରୁଛି।

ତେବେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଜୋ ବାଇଡେନ୍ ଟ୍ୱିଟ୍ କରି କହିଛନ୍ତି ଯେ ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ବୋଲି ବାଇଡେନ୍ ରେକଠୋକ୍ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର