ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆକ୍ଟିଭ୍ ହେଲା ଆକାଉଣ୍ଟ

The Sakala Picture
Published On

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି। କ୍ୟାପିଟାଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଆଜି ମସ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ […]

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

କ୍ୟାପିଟାଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଆଜି ମସ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବା ନେଇ ସୂଚନା ଦେଇ ମସ୍କ ଟ୍ୱିଟ୍ କରିଛନ୍ତି “ଜନତା କହିସାରିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ।” ତା ସହିତ ମସ୍କ ଏହାର ଲାଟିନ ଫ୍ରେଜ୍ ବ୍ୟବହାର କରି ଲେଖିଛନ୍ତି ” ଭକ୍ସ ପୋପୁଲୀ, ଭକ୍ସ ଦେଇ।” ଯାହାର ଅର୍ଥ ହେଲା ଲୋକମାନଙ୍କର ସ୍ୱର ଈଶ୍ୱରଙ୍କ ସ୍ୱର ସହିତ ସମାନ। ଟ୍ରମ୍ପଙ୍କ ଆକାଉଣ୍ଟ ଏଥର ଟ୍ୱିଟରରେ ଦେଖାଯିବ ବୋଲି ମସ୍କ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଗତବର୍ଷ ଜାନୁଆରି ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟଲ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଯୋଗୁଁ ଟ୍ରମ୍ପ୍‌ଙ୍କ ‘ଟ୍ୱିଟର୍‌’ ଆକାଉଣ୍ଟ ଡି-ଆକ୍ଟିଭ କରାଯାଇଥିଲା। ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ପାଇଁ ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟଲ୍ ଆକ୍ରମଣ କରିଥିଲେ। ତେବେ କ୍ୟାପିଟାଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଟ୍ରମ୍ପ୍‌ଙ୍କ ଅଚଳ ଆକାଉଣ୍ଟକୁ ପୁନଃସଚଳ କରାଯିବା କଥା କି, ନୁହେଁ- ଏଥିପାଇଁ ଏଲନ୍ ମସ୍କ୍ ୨୪ଘଣ୍ଟିଆ ଜନମତ ଲୋଡିଥିଲେ। ଏହି ଜନମତରେ ଟ୍ରମ୍ପ୍ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଶନିବାର ଦିନ ଏଲନ ମସ୍କ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ପୁଣି ଆକ୍ଟିଭ କରିବା ପାଇଁ ଏକ ଜନମତ ସଂଗ୍ରହ କରିଥିଲେ।୨୩୭ ନିୟୁତ ଦୈନନ୍ଦିନ ଟୁଇଟର୍ ୟୁଜର୍ସଙ୍କ ମଧ୍ୟରୁ ୧୫ ନିୟୁତ ଜନତା ଟ୍ରମ୍ପ୍ ବିବାଦୀୟ ପ୍ରୋଫାଇଲ୍‌କୁ ପୁନଃ ଆକ୍ଟିଭ କରାଯିବା, ନ ଯିବା ଉପରେ ମତ ଦେଇଥିଲେ। ସେଥରୁ ଟ୍ରମ୍ପ୍‌ଙ୍କ ସପକ୍ଷରେ ୫୧.୫% ମତ ଦେଇଥିବା ବ‌େଳେ ୪୮.୨% ବିପକ୍ଷରେ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଅଚଳ କରାଯିବା ସମୟରେ ତାଙ୍କର ୮୮ ନିୟୁତରୁ ଅଧିକ ଅନୁଗାମୀ ଥିଲେ। ପୁନଃସଂସ୍ଥାପିତ ହେବା ପରେ ଟ୍ରମ୍ପ୍‌ଙ୍କର ବହୁ ରାଜନୈତିକ ମିତ୍ର ଆନନ୍ଦିତ ହୋଇଛନ୍ତି। ହାଉସ୍‌ ରିପବ୍ଲିକାନ୍‌ର ପଲ୍ ଗୋସାର୍‌ ଲେଖିଛନ୍ତି, ସ୍ବାଗତମ ଡୋନାଲ୍‌ଡ୍‌ ଟ୍ରମ୍ପ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର