ଆମେରିକୀୟ ଆଇଟି କମ୍ପାନୀଙ୍କୁ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ, ଭାରତୀୟଙ୍କୁ ଚାକିରି ଦିଅନି…

The Sakala Picture
Published On

ୱାଶିଂଟନ୍‌: ବିବାଦୀୟ ବୟାନ ପାଇଁ ଜଣାଶୁଣା ଆମେରିକାରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଆଉ ଏକ ତୋଗଲକୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥର ଟ୍ରମ୍ପ୍‌ ଗୁଗଲ୍, ମାଇକ୍ରୋସଫ୍ଟ ଏବଂ ମେଟା (ଫେସବୁକ୍) ଭଳି ଦେଶର ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକୁ ଏକ କଡ଼ା ବାର୍ତ୍ତା ଦେଇ ଭାରତୀୟମାନଙ୍କୁ ଚାକିରି ନ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ବୁଧବାର ୱାଶିଂଟନଠାରେ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ଚୀନରେ କାରଖାନା ନିର୍ମାଣ କରିବା କିମ୍ବା […]

ୱାଶିଂଟନ୍‌: ବିବାଦୀୟ ବୟାନ ପାଇଁ ଜଣାଶୁଣା ଆମେରିକାରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଆଉ ଏକ ତୋଗଲକୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥର ଟ୍ରମ୍ପ୍‌ ଗୁଗଲ୍, ମାଇକ୍ରୋସଫ୍ଟ ଏବଂ ମେଟା (ଫେସବୁକ୍) ଭଳି ଦେଶର ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକୁ ଏକ କଡ଼ା ବାର୍ତ୍ତା ଦେଇ ଭାରତୀୟମାନଙ୍କୁ ଚାକିରି ନ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ବୁଧବାର ୱାଶିଂଟନଠାରେ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ଚୀନରେ କାରଖାନା ନିର୍ମାଣ କରିବା କିମ୍ବା ଭାରତୀୟ ଟେକ୍ କର୍ମଚାରୀଙ୍କୁ ଚାକିରି ଦେବା ପରିବର୍ତ୍ତେ ନିଜ ଦେଶରେ ଚାକିରି ସୃଷ୍ଟି କରିବା ଉପରେ ଧ୍ୟାନ ଦେବା ଉଚିତ୍‌। ଟ୍ରମ୍ପ ଟେକ୍ ଶିଳ୍ପର ବିଶ୍ୱବାଦୀ ମାନସିକତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ମନୋଭାବ ଯୋଗୁଁ ଅନେକ ଆମେରିକୀୟ ଅବହେଳିତ ଅନୁଭବ କରୁଛନ୍ତି। ରାଷ୍ଟ୍ରପତି ଦାବି କରିଛନ୍ତି ଯେ କିଛି ଶୀର୍ଷ ଟେକ୍ କମ୍ପାନୀ ଆମେରିକୀୟ ସ୍ୱାଧୀନତା ବ୍ୟବହାର କରି ଲାଭ କରିଛନ୍ତି। କିନ୍ତୁ, ଦେଶ ବାହାରେ ବହୁ ପରିମାଣରେ ନିବେଶ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତିନୋଟି ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଆମେରିକାରେ ଏଆଇ ବିକାଶକୁ ପ୍ରୋତ୍ସାହିତ କରିବା। ଏହାସହିତ, ଏଆଇ ଉପକରଣଗୁଡ଼ିକୁ ରାଜନୈତିକ ଭାବରେ ନିରପେକ୍ଷ କରିବା।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକୁ ବିଦେଶରେ, ବିଶେଷକରି ଭାରତରେ ଚାକିରି ନ ଦେବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ତାଙ୍କର ‘ଆମେରିକା ପ୍ରଥମ’ ନୀତିର ଏକ ବିସ୍ତାର। ଏହା ଭାରତର ଆଇଟି କ୍ଷେତ୍ର ଏବଂ ବୃତ୍ତିଗତମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଟ୍ରମ୍ପ୍‌ଙ୍କ ଏହି ଆଦେଶ ଭାରତୀୟ ଆଇଟି ଏବଂ ଆଉଟସୋର୍ସିଂ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆହ୍ବାନ। ଅପରପକ୍ଷେ ଭାରତୀୟ ଆଇଟି କ୍ଷେତ୍ରର ଏକ ବଡ଼ ଅଂଶ ଆମେରିକୀୟ ବଜାର ଉପରେ ନିର୍ଭରଶୀଳ। ଯଦି ଆମେରିକୀୟ କମ୍ପାନୀଗୁଡ଼ିକ ଭାରତରେ କମ୍ ନିଯୁକ୍ତି ଦିଅନ୍ତି, ତେବେ ନୂତନ ନିଯୁକ୍ତି ହ୍ରାସ ପାଇପାରେ। ଫ୍ରେଶର୍ସ ଏବଂ ପ୍ରବେଶ-ସ୍ତରୀୟ (ଏଣ୍ଟ୍ରି ଲେବଲ) ଚାକିରି ବିପଦରେ ପଡ଼ିପାରେ। କ୍ୟାମ୍ପସ୍ ପ୍ଲେସମେଣ୍ଟ ଏବଂ ଇଣ୍ଟର୍ନସିପ୍ ଅଫରରେ ବିଳମ୍ବ ହେବାର ସମ୍ଭାବନା ଅଛି। ନାସ୍‌କମ୍‌ ଆକଳନ ଅନୁଯାୟୀ, ଯଦି ଆମେରିକୀୟ ଆଉଟସୋର୍ସିଂରେ ୧୦-୧୫% ହ୍ରାସ ହୁଏ, ତେବେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇପାରନ୍ତି।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ଟ୍ରମ୍ପଙ୍କ ଅନୁସାରେ, କିଛି ବଡ଼ ଟେକ୍ କମ୍ପାନୀ ଆମେରିକାର ସ୍ୱାଧୀନତାର ଫାଇଦା ଉଠାଇଛନ୍ତି। ସେମାନେ ଚୀନରେ କାରଖାନା ନିର୍ମାଣ କଲେ,ଭାରତୀୟ ଶ୍ରମିକଙ୍କୁ ଚାକିରି ଦେଲେ। ଆୟାର୍‌ଲ୍ୟାଣ୍ଡରେ ସେମାନଙ୍କର ଲାଭ ଲୁଚାଇଦେଲେ। ଟ୍ରମ୍ପ କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧୀନରେ ସେହି ଦିନ ଏବେ ଶେଷ।› ସେ ଏହା ମଧ୍ୟ କହିଥିଲେ ଯେ ଏଆଇ ଦୌଡ଼ ଜିତିବା ପାଇଁ, ସିଲିକନ ଭ୍ୟାଲି ଏବଂ ବାହାରେ ଦେଶପ୍ରେମର ଏକ ନୂତନ ଭାବନା ଏବଂ ଜାତୀୟ ନିଷ୍ଠାର ଆବଶ୍ୟକତା ପଡ଼ିବ। ସେ ଆମେରିକୀୟ କମ୍ପାନୀଗୁଡ଼ିକୁ ଆମେରିକାକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଛନ୍ତି।

ଟ୍ରମ୍ପଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ହେଉଛି ସେହି କମ୍ପାନୀଗୁଡ଼ିକ ପାଇଁ ଯେଉଁମାନେ ଏଆଇ ବିକାଶ ପାଇଁ ଫେଡେରାଲ୍ ପାଣ୍ଠି ପାଆନ୍ତି। ଏହି କମ୍ପାନୀଗୁଡ଼ିକୁ ଏବେ ରାଜନୈତିକ ଭାବରେ ନିରପେକ୍ଷ ଏଆଇ ଉପକରଣ ତିଆରି କରିବାକୁ ପଡିବ। ଏହି ନୂତନ ନିୟମଗୁଡ଼ିକ ସରକାରୀ ଏଜେନ୍ସିଗୁଡ଼ିକ ଦ୍ୱାରା ବ୍ୟବହୃତ ଏଆଇ ସିଷ୍ଟମଗୁଡ଼ିକରେ ମଧ୍ୟ ପ୍ରଯୁଜ୍ୟ ହେବ।

25 Jul 2025 By The Sakala

ଆମେରିକୀୟ ଆଇଟି କମ୍ପାନୀଙ୍କୁ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ, ଭାରତୀୟଙ୍କୁ ଚାକିରି ଦିଅନି…

ୱାଶିଂଟନ୍‌: ବିବାଦୀୟ ବୟାନ ପାଇଁ ଜଣାଶୁଣା ଆମେରିକାରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଆଉ ଏକ ତୋଗଲକୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥର ଟ୍ରମ୍ପ୍‌ ଗୁଗଲ୍, ମାଇକ୍ରୋସଫ୍ଟ ଏବଂ ମେଟା (ଫେସବୁକ୍) ଭଳି ଦେଶର ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକୁ ଏକ କଡ଼ା ବାର୍ତ୍ତା ଦେଇ ଭାରତୀୟମାନଙ୍କୁ ଚାକିରି ନ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି।

ବୁଧବାର ୱାଶିଂଟନଠାରେ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି ଯେ ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ଚୀନରେ କାରଖାନା ନିର୍ମାଣ କରିବା କିମ୍ବା ଭାରତୀୟ ଟେକ୍ କର୍ମଚାରୀଙ୍କୁ ଚାକିରି ଦେବା ପରିବର୍ତ୍ତେ ନିଜ ଦେଶରେ ଚାକିରି ସୃଷ୍ଟି କରିବା ଉପରେ ଧ୍ୟାନ ଦେବା ଉଚିତ୍‌। ଟ୍ରମ୍ପ ଟେକ୍ ଶିଳ୍ପର ବିଶ୍ୱବାଦୀ ମାନସିକତାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ମନୋଭାବ ଯୋଗୁଁ ଅନେକ ଆମେରିକୀୟ ଅବହେଳିତ ଅନୁଭବ କରୁଛନ୍ତି। ରାଷ୍ଟ୍ରପତି ଦାବି କରିଛନ୍ତି ଯେ କିଛି ଶୀର୍ଷ ଟେକ୍ କମ୍ପାନୀ ଆମେରିକୀୟ ସ୍ୱାଧୀନତା ବ୍ୟବହାର କରି ଲାଭ କରିଛନ୍ତି। କିନ୍ତୁ, ଦେଶ ବାହାରେ ବହୁ ପରିମାଣରେ ନିବେଶ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତିନୋଟି ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ମଧ୍ୟ ସ୍ୱାକ୍ଷର କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଆମେରିକାରେ ଏଆଇ ବିକାଶକୁ ପ୍ରୋତ୍ସାହିତ କରିବା। ଏହାସହିତ, ଏଆଇ ଉପକରଣଗୁଡ଼ିକୁ ରାଜନୈତିକ ଭାବରେ ନିରପେକ୍ଷ କରିବା।

ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକୁ ବିଦେଶରେ, ବିଶେଷକରି ଭାରତରେ ଚାକିରି ନ ଦେବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ତାଙ୍କର ‘ଆମେରିକା ପ୍ରଥମ’ ନୀତିର ଏକ ବିସ୍ତାର। ଏହା ଭାରତର ଆଇଟି କ୍ଷେତ୍ର ଏବଂ ବୃତ୍ତିଗତମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଟ୍ରମ୍ପ୍‌ଙ୍କ ଏହି ଆଦେଶ ଭାରତୀୟ ଆଇଟି ଏବଂ ଆଉଟସୋର୍ସିଂ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆହ୍ବାନ। ଅପରପକ୍ଷେ ଭାରତୀୟ ଆଇଟି କ୍ଷେତ୍ରର ଏକ ବଡ଼ ଅଂଶ ଆମେରିକୀୟ ବଜାର ଉପରେ ନିର୍ଭରଶୀଳ। ଯଦି ଆମେରିକୀୟ କମ୍ପାନୀଗୁଡ଼ିକ ଭାରତରେ କମ୍ ନିଯୁକ୍ତି ଦିଅନ୍ତି, ତେବେ ନୂତନ ନିଯୁକ୍ତି ହ୍ରାସ ପାଇପାରେ। ଫ୍ରେଶର୍ସ ଏବଂ ପ୍ରବେଶ-ସ୍ତରୀୟ (ଏଣ୍ଟ୍ରି ଲେବଲ) ଚାକିରି ବିପଦରେ ପଡ଼ିପାରେ। କ୍ୟାମ୍ପସ୍ ପ୍ଲେସମେଣ୍ଟ ଏବଂ ଇଣ୍ଟର୍ନସିପ୍ ଅଫରରେ ବିଳମ୍ବ ହେବାର ସମ୍ଭାବନା ଅଛି। ନାସ୍‌କମ୍‌ ଆକଳନ ଅନୁଯାୟୀ, ଯଦି ଆମେରିକୀୟ ଆଉଟସୋର୍ସିଂରେ ୧୦-୧୫% ହ୍ରାସ ହୁଏ, ତେବେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇପାରନ୍ତି।

ଟ୍ରମ୍ପଙ୍କ ଅନୁସାରେ, କିଛି ବଡ଼ ଟେକ୍ କମ୍ପାନୀ ଆମେରିକାର ସ୍ୱାଧୀନତାର ଫାଇଦା ଉଠାଇଛନ୍ତି। ସେମାନେ ଚୀନରେ କାରଖାନା ନିର୍ମାଣ କଲେ,ଭାରତୀୟ ଶ୍ରମିକଙ୍କୁ ଚାକିରି ଦେଲେ। ଆୟାର୍‌ଲ୍ୟାଣ୍ଡରେ ସେମାନଙ୍କର ଲାଭ ଲୁଚାଇଦେଲେ। ଟ୍ରମ୍ପ କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧୀନରେ ସେହି ଦିନ ଏବେ ଶେଷ।› ସେ ଏହା ମଧ୍ୟ କହିଥିଲେ ଯେ ଏଆଇ ଦୌଡ଼ ଜିତିବା ପାଇଁ, ସିଲିକନ ଭ୍ୟାଲି ଏବଂ ବାହାରେ ଦେଶପ୍ରେମର ଏକ ନୂତନ ଭାବନା ଏବଂ ଜାତୀୟ ନିଷ୍ଠାର ଆବଶ୍ୟକତା ପଡ଼ିବ। ସେ ଆମେରିକୀୟ କମ୍ପାନୀଗୁଡ଼ିକୁ ଆମେରିକାକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଛନ୍ତି।

ଟ୍ରମ୍ପଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ହେଉଛି ସେହି କମ୍ପାନୀଗୁଡ଼ିକ ପାଇଁ ଯେଉଁମାନେ ଏଆଇ ବିକାଶ ପାଇଁ ଫେଡେରାଲ୍ ପାଣ୍ଠି ପାଆନ୍ତି। ଏହି କମ୍ପାନୀଗୁଡ଼ିକୁ ଏବେ ରାଜନୈତିକ ଭାବରେ ନିରପେକ୍ଷ ଏଆଇ ଉପକରଣ ତିଆରି କରିବାକୁ ପଡିବ। ଏହି ନୂତନ ନିୟମଗୁଡ଼ିକ ସରକାରୀ ଏଜେନ୍ସିଗୁଡ଼ିକ ଦ୍ୱାରା ବ୍ୟବହୃତ ଏଆଇ ସିଷ୍ଟମଗୁଡ଼ିକରେ ମଧ୍ୟ ପ୍ରଯୁଜ୍ୟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର