ବାଲାକୋଟ ହିରୋଙ୍କୁ ଦିୱାଲୀ ଗିଫ୍ଟ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ପ୍ରମୋସନ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସେନା ପକ୍ଷରୁ ଦିୱାଲୀ ଉପହାର ଦିଆଯାଇଛି। ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଛି ପଦନ୍ନୋତି। ଏବେ ତାଙ୍କୁ ଗ୍ରୁପ କ୍ୟାପଟେନ୍‌ ପଦରେ ନିଯୁକ୍ତି ଦିଆଯାଇଛି। ଗ୍ରୁପ୍ କ୍ୟାପ୍ଟେନର ପଦବୀ ଭାରତୀୟ ସ୍ଥଳ ସେନାରେ କର୍ଣ୍ଣେଲ ପଦବୀ ସହିତ ସମାନ। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ପାଲଟା ଆକ୍ରମଣର ଦୃଢ଼ ଜବାବ ଦେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। […]

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସେନା ପକ୍ଷରୁ ଦିୱାଲୀ ଉପହାର ଦିଆଯାଇଛି। ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଛି ପଦନ୍ନୋତି। ଏବେ ତାଙ୍କୁ ଗ୍ରୁପ କ୍ୟାପଟେନ୍‌ ପଦରେ ନିଯୁକ୍ତି ଦିଆଯାଇଛି। ଗ୍ରୁପ୍ କ୍ୟାପ୍ଟେନର ପଦବୀ ଭାରତୀୟ ସ୍ଥଳ ସେନାରେ କର୍ଣ୍ଣେଲ ପଦବୀ ସହିତ ସମାନ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ପାଲଟା ଆକ୍ରମଣର ଦୃଢ଼ ଜବାବ ଦେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ଅଭିନନ୍ଦନ ଏକମାତ୍ର ପାଇଲଟ ଯିଏ ଭାରତର ମିଗ-୨୬ ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬କୁ ଖସାଇ ଦେବାକୁ ସକ୍ଷମ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଫେବୃଆରୀ ୨୦୧୯ ରେ ଆତଙ୍କବାଦୀମାନେ ଜାମ୍ମୁକାଶ୍ମୀର ପୁଲୱାମାରେ ସୁରକ୍ଷା ବାହିନୀ ଯାଉଥିବା ଏକ ଗାଡିକୁ  ଆତ୍ମଘାତୀ ବିସ୍ଫୋରଣରେ ଉଡାଇଦେଇଥିଲେ। ଏଥିରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହା ପରେ ଭାରତୀୟ ସେନା ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ଦିନକ ପରେ ଅର୍ଥାତ ୨୦୧୯ ମସିହା ଫେବୃଆରୀ ୨୭ରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଭାରତ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ପକ୍ଷରୁ ଆକାଶ ପଥରେ ହିଁ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଥିଲା। ଏହି ଲଢ଼େଇ ସମୟରେ ଅଭିନନ୍ଦନ ମିଗ୍‌-୨୧ ବିମାନ ଦ୍ୱାରା ପିଓକେରେ ପ୍ରବେଶ କରି ପାକ୍‌ର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଏହି ସମୟରେ ତାଙ୍କର MiG-21 ବିମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଅଭିନନ୍ଦନ ପିଓକେ ଏକ ଗାଁରେ ପାରାଚ୍ୟୁଟ୍ ଦ୍ୱାରା ଅବତରଣ କରିଥିଲେ। ସେଠାରେ ତାଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ବନ୍ଦୀ କରି ନେଇଥିଲେ। ଏହା ପରେ ଭାରତର ପ୍ରବଳ ଚାପ ଯୋଗୁଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

୨୦୧୯ ସୀମାରେ ପରାକ୍ରମ ଦେଖାଇଥିବାରୁ ଅଭିନନ୍ଦନଙ୍କୁ ପୂର୍ବରୁ  ସୂର୍ଯ୍ୟ ଚକ୍ରରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସାହାସିକତା ଏବଂ ପରାକ୍ରମ ପାଇଁ ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗ୍ରୁପ୍ କ୍ୟାପ୍ଟେନର ପଦବୀକୁ ପ୍ରମୋସନ କରାଯାଇଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର