ଚାଇନା ଭୂତାଣୁ ଗବେଷକଙ୍କ ଚେତାବନୀ, ଆସୁଛି ମାରାତ୍ମକ ଭୂତାଣୁ ‘ଏକ୍ସ’

The Sakala Picture
Published On

ବେଜିଂ: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍‌ର ୟୁହାନସ୍ଥିତ ଭୂତାଣୁ ଗବେଷଣାଗାରରୁ ପୁଣି ଆସିଛି ଡରାଇବା ଭଳି ଏକ ଖବର। ଆଗକୁ କରୋନା ଭଳି ଆଉ ଏକ ମାରାତ୍ମକ ଭୂତାଣୁ ସାରା ବିଶ୍ବକୁ ପୁଣିଥରେ ଗ୍ରାସିବ ବୋଲି ଏଠାକାର ପ୍ରମୁଖ ବୈଜ୍ଞାନିକ ଚେତାବନୀ ଦେଇ କହିଛନ୍ତି। ଚୀନ୍‌ର ୟୁହାନ ଭୂତାଣୁ ଗବେଷଣାଗାରରେ କାର୍ଯ୍ୟ କରୁଥିବା ଏହି ପ୍ରମୁଖ ବୈଜ୍ଞାନିକ ସି ଜେଙ୍ଘିଲ ହେଉଛନ୍ତି ଚୀନ୍‌ର ସବୁଠୁ ପ୍ରତିଷ୍ଠିତ ବୈଜ୍ଞାନିକ। ବିଭିନ୍ନ ଜୀବଜନ୍ତୁ ଏବଂ ବିଶେଷକରି ବାଦୁଡ଼ି ଠାରୁ ମଣିଷ […]

ବେଜିଂ: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍‌ର ୟୁହାନସ୍ଥିତ ଭୂତାଣୁ ଗବେଷଣାଗାରରୁ ପୁଣି ଆସିଛି ଡରାଇବା ଭଳି ଏକ ଖବର। ଆଗକୁ କରୋନା ଭଳି ଆଉ ଏକ ମାରାତ୍ମକ ଭୂତାଣୁ ସାରା ବିଶ୍ବକୁ ପୁଣିଥରେ ଗ୍ରାସିବ ବୋଲି ଏଠାକାର ପ୍ରମୁଖ ବୈଜ୍ଞାନିକ ଚେତାବନୀ ଦେଇ କହିଛନ୍ତି। ଚୀନ୍‌ର ୟୁହାନ ଭୂତାଣୁ ଗବେଷଣାଗାରରେ କାର୍ଯ୍ୟ କରୁଥିବା ଏହି ପ୍ରମୁଖ ବୈଜ୍ଞାନିକ ସି ଜେଙ୍ଘିଲ ହେଉଛନ୍ତି ଚୀନ୍‌ର ସବୁଠୁ ପ୍ରତିଷ୍ଠିତ ବୈଜ୍ଞାନିକ। ବିଭିନ୍ନ ଜୀବଜନ୍ତୁ ଏବଂ ବିଶେଷକରି ବାଦୁଡ଼ି ଠାରୁ ମଣିଷ ଶରୀରକୁ ପ୍ରବେଶ କରୁଥିବା ଭୂତାଣୁଙ୍କ ଉପରେ ଗବେଷଣା କରୁଥିବା ଏହି ମହିଳା ବୈଜ୍ଞାନିକ ଜଣଙ୍କ ‘ ବ୍ୟାଟସ୍‌ଓମାନ୍‌’ ଭାବେ ମଧ୍ୟ ପରିଚିତ। ଏବେ ସେ କରୋନା ଭୂତାଣୁ ସମ୍ପର୍କରେ ଗବେଷଣା ଜାର ରଖିଥିଲା ବେଳେ ଏହାଭଳି ଏକ ଭୂତାଣୁ ପୁଣି ମହାମାରୀ ଭାବେ ସାରା ବିଶ୍ବରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ନାମ ‘ଏକ୍ସ’ ରଖିଛି। ଏଥିରେ ୫ କୋଟି ଲୋକ ପ୍ରାଣ ହରାଇବା ସହ କୋଟି କୋଟି ଲୋକ ସଂକ୍ରମିତ ହୋବେ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚାଇନାରେ ଚାଲିଛି ଶୁକ୍ରାଣୁ ପ୍ରତିଦ୍ବନ୍ଦ୍ବିତା
ଚାଇନାର ବିଭିନ୍ନ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ ଏବେ ଶୁକ୍ରାଣୁ ପରୀକ୍ଷା କରାଯିବା ସହିତ ଏଥିନେଇ ପ୍ରତିଦ୍ବନ୍ଦ୍ବିତା ଚାଲିଛି। କେଉଁ ଛାତ୍ରଙ୍କ ବୀର୍ଯ୍ୟ ବା ଶୁକ୍ରାଣୁ କେତେ ଉଚ୍ଚ ଏବଂ ପ୍ରଭାବକାରୀ ତାହାକୁ ନେଇ ଏଠାକାର ଏକ ଏଜେନ୍ସି ପ୍ରତିଦ୍ବନ୍ଦ୍ବିତା ଆୟୋଜନ କରିଛି। ଯେଉଁମାନଙ୍କ ଠାରେ ଉଚ୍ଚମାନର ଶୁକ୍ରାଣୁ ମିଳୁଛି ସେମାନଙ୍କୁ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୬୯ ହଜାର ଟଙ୍କାର ପୁରସ୍କାର ମଧ୍ୟ ମିଳୁଥିବା କୁହାଯାଇଛି। ବର୍ତ୍ତମାନ ଚୀନ୍‌ରେ ଜନ୍ମହାର କ୍ରମଶଃ ହ୍ରାସ ପାଉଥିବାରୁ ସରକାର ଏଦିଗରେ କିଛି ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହାପଛରେ ଆଉ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆନ୍ତର୍ଜାତିକ ମହଲରେ ଆଲୋଚନା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର