ଭିନ୍ନକ୍ଷମ ବାଳକକୁ ବିମାନ ଯାତ୍ରାରୁ ବଞ୍ଚିତ କରିବା ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍ସକୁ ୫ ଲକ୍ଷ ଟଙ୍କା ଜରିମାନା

The Sakala Picture
Published On

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ଯାତ୍ରା କରିବାକୁ ଅନୁମତି ନଦେବା । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି। ତଦନ୍ତ ସମୟରେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟିଥିବା ନେଇ ଜଣାପଡ଼ିବା ପରେ ଜରିମାନା କରିଛି ଡିଜିସିଏ । ଚଳିତ ମାସ ପ୍ରାରମ୍ଭରେ ରାଞ୍ଚି ବିମାନବନ୍ଦରରେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିବାକୁ […]

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ ଇଣ୍ଡିଗୋକୁ ମହଙ୍ଗା ପଡ଼ିଲା ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ଯାତ୍ରା କରିବାକୁ ଅନୁମତି ନଦେବା । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି। ତଦନ୍ତ ସମୟରେ ବିମାନ କର୍ତ୍ତୃପକ୍ଷଙ୍କ ତ୍ରୁଟିଥିବା ନେଇ ଜଣାପଡ଼ିବା ପରେ ଜରିମାନା କରିଛି ଡିଜିସିଏ । ଚଳିତ ମାସ ପ୍ରାରମ୍ଭରେ ରାଞ୍ଚି ବିମାନବନ୍ଦରରେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିବାକୁ ଜଣେ ଭିନ୍ନକ୍ଷମ ବାଳକକୁ ବାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ପ୍ରତିବାଦରେ ବାଳକର ପିତାମାତା ମଧ୍ୟ ଉକ୍ତ ବିମାନରେ ନ ଯିବାକୁ ନିଷ୍ପତ୍ତି ନେଇଥିଲେ। ରାଞ୍ଚି ବିମାନବନ୍ଦରରେ ରାଞ୍ଚି-ହାଇଦ୍ରାବାଦ ବିମାନରେ ବସିବା ବନ୍ଦ ହେବା ପରେ ଇଣ୍ଡିଗୋକୁ କୁହାଯାଇଛି ଯେ ପିଲାଟି ଭୟଭୀତ ହୋଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ବିମାନ ଯାତ୍ରା ପାଇଁ ଦେଶର ସର୍ବୋଚ୍ଚ ନିୟନ୍ତ୍ରକ ଡିଜିସିଏ କହିଛି, ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଡିଗୋର ଗ୍ରାଉଣ୍ଡ କର୍ମଚାରୀ ଭିନ୍ନକ୍ଷମ ପିଲାଟିକୁ ବିମାନରେ ପ୍ରବେଶ କରିବାକୁ ନଦେଇ ପରିସ୍ଥିତିକୁ ଅଧିକ ସମ୍ବେଦନଶୀଳ ଏବଂ କଷ୍ଟସାଧ୍ୟ କରି ଦେଇଥିଲେ । ଏହା ଡିଜିସିଏ ଗାଇଡ ଲାଇନର ଉଲ୍ଲଂଘନ। ବିମାନ କର୍ମଚାରୀ ଯାତ୍ରୀଙ୍କ ଅସୁବିଧା ପ୍ରତି ଯତ୍ନଶୀଳ ହେବା ଉଚିତ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମେ ୮ରେ ଗଣମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଏଥିରେ ହସ୍ତକ୍ଷେପ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ | ଇଣ୍ଡିଆଗୋ କର୍ମଚାରୀ ନିୟମ ଉଲ୍ଲଂଘନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଇଣ୍ଡିଗୋ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର