ନବାବ ମଲିକଙ୍କ ଉପରକୁ ଅଣ୍ଡରୱାର୍ଲଡ ବମ୍‌ ଫିଙ୍ଗିଲେ ଦେବେନ୍ଦ୍ର ଫଡନବୀସ

The Sakala Picture
Published On

ମୁମ୍ବଇ : ମୁମ୍ବଇ ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ସମେତ ବିଜେପି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ମହାରାଷ୍ଟ୍ରର ଗୃହମନ୍ତ୍ରୀ ନବାବ ମଲ୍ଲିକଙ୍କୁ ପାଲଟା ଟାର୍ଗେଟ କରିଛି ବିଜେପି । ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନବାବଙ୍କର ଅଣ୍ଡରୱାର୍ଲ୍ଡ ସହ ରହିଛି ପ୍ରତ୍ୟକ୍ଷ ସମ୍ପର୍କ ଥିବା କହିଛନ୍ତି। ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ସେ କହିଛନ୍ତି ଯେ ନବାବ ମଲିକ ଅଣ୍ଡରୱାର୍ଲ୍ଡ ସହିତ ସିଧାସଳଖ […]

ମୁମ୍ବଇ : ମୁମ୍ବଇ ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ସମେତ ବିଜେପି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ମହାରାଷ୍ଟ୍ରର ଗୃହମନ୍ତ୍ରୀ ନବାବ ମଲ୍ଲିକଙ୍କୁ ପାଲଟା ଟାର୍ଗେଟ କରିଛି ବିଜେପି । ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନବାବଙ୍କର ଅଣ୍ଡରୱାର୍ଲ୍ଡ ସହ ରହିଛି ପ୍ରତ୍ୟକ୍ଷ ସମ୍ପର୍କ ଥିବା କହିଛନ୍ତି। ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ସେ କହିଛନ୍ତି ଯେ ନବାବ ମଲିକ ଅଣ୍ଡରୱାର୍ଲ୍ଡ ସହିତ ସିଧାସଳଖ ଜଡିତ। ମୁମ୍ବାଇରେ ତାଙ୍କ ଏବଂ ତାଙ୍କ ସମ୍ପର୍କୀୟମାନେ କିଣିଥିବା ପାଞ୍ଚଟି ଜମି ମଧ୍ୟରୁ ଚାରିଟି ଅଣ୍ଡରୱାର୍ଲ୍ଡ ଠାରୁ ଶାଗମାଛ ଦରରେ କିଣାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଆଜି ସାମ୍ବାଦିକମାନଙ୍କୁ ଫଡନବୀସ କହିଛନ୍ତି ଯେ ନବାବ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଅଭିଯୁକ୍ତ ସଲିମ ପଟେଲ ଓ ସର୍ଦ୍ଦାର ସାହେବ ଅଲ୍ଲି ଖାଁଙ୍କ ସମ୍ପତ୍ତିର ସୁରକ୍ଷା କରିବାକୁ ସେମାନଙ୍କ ଜମିକୁ ଶାଗମାଛ ଦରରେ କିଣି ନେଇଥିଲେ । ଅଭିଯୁକ୍ତମାନଙ୍କ ଜମି ଟାଡା ଆଇନ ଅଧିନରେ ଜବତ ଦେବାର ଆଶଙ୍କା ଥିବାରୁ ନବାବ ସେମାନଙ୍କଠାରୁ ଜମି କିଣିନେଇଥିଲେ । ମୁମ୍ବାଇର କୁର୍ଲା ଅଞ୍ଚଳରେ ଥିବା ଏହି ଜମିକୁ ନବାବ ନିଜର ଜଣେ ସଂପର୍କୀୟ ଫରାଜ ମଲ୍ଲିକଙ୍କ ମାଧ୍ୟମରେ କିଣିଥିଲେ । ଏହି ଜମିକୁ ବର୍ଗଫୁଟ ପିଛା ମାତ୍ର ୧୫ ଟଙ୍କା ଦରରେ ୨୦୦୩ରୁ ୨୦୦୫ ମଧ୍ୟରେ କିଣାଯାଇଥିଲା । କିନ୍ତୁ ଉକ୍ତ ଅଞ୍ଚଳରେ ଜମିର ଦାମ ବର୍ଗଫୁଟ ପିଛା ୨୦୫୩ ଟଙ୍କା ଥିଲା । ପ୍ରାୟ ୩ ଏକରର ଜମିକୁ ୩୦ ଲକ୍ଷରେ ଖରିଦ ପାଇଁ ଡିଲ ହୋଇଥିଲା । ପରେ ଏହାକୁ ମାତ୍ର ୨୦ ଲକ୍ଷରେ କିଣାଯାଇଥିଲା । ଏହି ଅର୍ଥ ସଲିମ ଓ ସାହେବ ଅଲ୍ଲିଙ୍କ ଆକାଉଣ୍ଟକୁ ଯାଇଥିଲା ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି


ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି, ସଲିମ ପଟେଲ ଓ ଦାଉଦ ଇବ୍ରାହିମର ଭଉଣୀ ହସୀନା ପାର୍କର ଜମି ଜବରଦଖଲ ରାକେଟ ଚଳାଇଥିଲେ। ଏହିକ୍ରମରେ ସେମାନେ ଅନେକ ଜମି ଓ ସମ୍ପତ୍ତି କବଜା କରିଥିଲେ। ନବାବ ମଲିକଙ୍କ କମ୍ପାନୀ କିଣିଥିବା ସମ୍ପତ୍ତିର ପାୱାର ଅଫ ଆଟର୍ଣ୍ଣି ସଲିମ ପଟେଲ ନାଁରେ ଥିଲା। ନବାବ ମଲିକଙ୍କ ବିରୋଧରେ ଆହୁରି ଅନେକ ସଙ୍ଗୀନ ତଥ୍ୟ ତାଙ୍କ ପାଖରେ ରହିଛି, ଯାହାକୁ ସେ ଯାଞ୍ଚ କମିଟିକୁ ପଟେଇବା ସହ ଏନସିପି ମୁଖିଆ ଶରଦ ପୱାରଙ୍କ ପାଖକୁ ମଧ୍ୟ ପଠାଇବେ । ଆଉ ତାଙ୍କ ମନ୍ତ୍ରୀଙ୍କ ଅସଲ ଚେହେରା ଜଣାଇବେ ବୋଲି ଚେତାବନୀ ଦେଇଛନ୍ତି ଫଡନବୀସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର