ବୋମା ଗୁଜବ ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ଫ୍ଲାଇଟ ମିସ କାରଣରୁ ଦେଇଥିଲେ ମିଥ୍ୟା ଖବର

The Sakala Picture
Published On

ନୂଆଦିଲ୍ଲୀ: ବୋମା ଗୁଜବ ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ସୋମାବାର ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ନେଇ ସୂଚନା ପରେ ତୁରନ୍ତ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଦିଲ୍ଲୀରୁ ଦେଓଗଡ଼ (ଝାଡ଼ଖଣ୍ଡ) ଯାଉଥିବା ଇଣ୍ଡିଗୋର ୬ଇ ୬୧୯୧ ବିମାନର ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଛି। ବୋମା ସୂଚନା ମିଳିବା ପରେ ଲକ୍ଷ୍ମୌର ଚୌଧୁରୀ ଚରଣ ସିଂହ ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ତୁରନ୍ତ ବିମାନରେ ବୋମାର ଯାଞ୍ଚ କରଯାଇଥିଲା। ହେଲେ ବୋମା […]

ନୂଆଦିଲ୍ଲୀ: ବୋମା ଗୁଜବ ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ସୋମାବାର ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ନେଇ ସୂଚନା ପରେ ତୁରନ୍ତ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଦିଲ୍ଲୀରୁ ଦେଓଗଡ଼ (ଝାଡ଼ଖଣ୍ଡ) ଯାଉଥିବା ଇଣ୍ଡିଗୋର ୬ଇ ୬୧୯୧ ବିମାନର ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଛି। ବୋମା ସୂଚନା ମିଳିବା ପରେ ଲକ୍ଷ୍ମୌର ଚୌଧୁରୀ ଚରଣ ସିଂହ ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ତୁରନ୍ତ ବିମାନରେ ବୋମାର ଯାଞ୍ଚ କରଯାଇଥିଲା। ହେଲେ ବୋମା ନିଷ୍କ୍ରିୟକାରୀ ଦଳକୁ ବିମାନରେ କୌଣସି ବୋମା ମିଳିନଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସେପଟେ ବିମାନରେ ବୋମା ଥିବା ଖବର ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି।  ଫୋନ ଯୋଗେ ସୂଚନା ଦେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଏହି ଫ୍ଲାଇଟ୍ ମିସ୍ ହୋଇଯାଇଥିଲା। ଏଥି ଯୋଗୁ ସେ ଏଭଳି ଗୁଜବ ସୃଷ୍ଟି କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର