୧୮ ମାସ ପରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ସତୈନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ୍‌

The Sakala Picture
Published On

ନୂଆଦିଲ୍ଲୀ: ସତୈନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି । ଦୀର୍ଘ ୧୮ ମାସ ପରେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ସତୈନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ୍‌ । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ମାମଲାରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ଇଡି । ଆଜି କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । କୋର୍ଟ ସର୍ତ୍ତ ରଖି କହିଛନ୍ତି […]

ନୂଆଦିଲ୍ଲୀ: ସତୈନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି । ଦୀର୍ଘ ୧୮ ମାସ ପରେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ସତୈନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ୍‌ । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ମାମଲାରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ଇଡି । ଆଜି କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

କୋର୍ଟ ସର୍ତ୍ତ ରଖି କହିଛନ୍ତି କି, ସେ ସାକ୍ଷୀଙ୍କ ସହ ଯୋଗାଯୋଗ କରିବେ ନାହିଁ । ମକଦ୍ଦମାକୁ ପ୍ରଭାବିତ କରିବେ ନାହିଁ ଏବଂ ଭାରତ ବାହାରକୁ ଯାତ୍ରା କରିବେ ନାହିଁ । କୋର୍ଟ ସତୈନ୍ଦ୍ର ଜୈନଙ୍କୁ ୩ଟି ସର୍ତ୍ତରେ ଜାମିନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ରାଉସ୍‌ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ସତୈନ୍ଦ୍ର ଜୈନ ଦୀର୍ଘ ଦିନ ଧରି କାରାଦଣ୍ଡ ଭୋଗିଛନ୍ତି । ବର୍ତ୍ତମାନ ଶୁଣାଣି ଶେଷ ହେବାର କୌଣସି ସମ୍ଭାବନା ନାହିଁ । ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି । ତେବେ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇବା ସମୟରେ ତାଙ୍କ ପତ୍ନୀ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର