ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିବ ବାର୍ ଓ ରେଷ୍ଟୁରାଣ୍ଟ

The Sakala Picture
Published On

ନୂଆଦିଲ୍ଲୀ:  ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେଷ୍ଟୁରାଣ୍ଟ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ସରକାର ଏମିତି ଏକ ନୂଆବର୍ଷ ଭେଟି ଦେବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ମାସରୁ ଦିଲ୍ଲୀରେ ଥିବା ତାରକା ହୋଟେଲଗୁଡ଼ିକରେ ଅଧିକ ସମୟ ପାଇଁ ଖୋଲା ରହିବରେଷ୍ଟୁରାଣ୍ଟ ଓ ବାର୍ । ସରକାରଙ୍କ ପ୍ରସ୍ତାବିତ ନୂଆ ନିୟମ ଅନୁଯାୟୀ, […]

ନୂଆଦିଲ୍ଲୀ:  ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେଷ୍ଟୁରାଣ୍ଟ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ସରକାର ଏମିତି ଏକ ନୂଆବର୍ଷ ଭେଟି ଦେବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ମାସରୁ ଦିଲ୍ଲୀରେ ଥିବା ତାରକା ହୋଟେଲଗୁଡ଼ିକରେ ଅଧିକ ସମୟ ପାଇଁ ଖୋଲା ରହିବରେଷ୍ଟୁରାଣ୍ଟ ଓ ବାର୍ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ସରକାରଙ୍କ ପ୍ରସ୍ତାବିତ ନୂଆ ନିୟମ ଅନୁଯାୟୀ, ଜାନୁଆରି ୨୬ରୁ ଆବଶ୍ୟକ ଲାଇସେନ୍ସ ଫି ଦାଖଲ କଲେ ୫-ଷ୍ଟାର ଓ ୪-ଷ୍ଟାର ହୋଟେଲରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେସ୍ତୋରାଁ । ସେହିପରି ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେସ୍ତୋରାଁ ୨୪ ଘଣ୍ଟା ଖୋଲା ରହିବ । ଅନ୍ୟପକ୍ଷରେ ୩-ଷ୍ଟାର ହୋଟେଲରେ ବାରଗୁଡ଼ିକ ପୂର୍ବାହ୍ନ ୨ଟା ପର୍ଯ୍ଯନ୍ତ ଓ ଅନ୍ୟ ସ୍ଥାନରେ ୧ଟା ପର୍ଯ୍ଯନ୍ତ ଖୋଲା ରହିପାରିବ । ଆହୁରି ମଧ୍ୟ ପୂର୍ବରୁ ଲାଇସେନ୍ସକୁ ଏକ ବର୍ଷ ପାଇଁ ଦିଆଯାଉଥିବାବେଳେ ଏବେ ତାହାକୁ ୩ ବର୍ଷକୁ ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ରେସ୍ତୋରାଁ ଓ ବାର ଗୁଡ଼ିକର ଲାଇସେନ୍ସ ପ୍ରକ୍ରିୟାକୁ ଅଧିକ ସରଳ ଓ ବ୍ୟବସାୟ ଅନୁକୂଳ କରିବାକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନା ଗତ ନଭେମ୍ବର ମାସରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ରିପୋର୍ଟ ଦାଖଲ ପରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ସ୍ତରରେ ଏକାଧିକ ପର୍ଯ୍ଯାୟ ବୈଠକ ପରେ ଲାଇସେନ୍ସ ନିୟମବଳୀ ଚୂଡ଼ାନ୍ତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

31 Dec 2022 By The Sakala

ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିବ ବାର୍ ଓ ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ:  ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେଷ୍ଟୁରାଣ୍ଟ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ସରକାର ଏମିତି ଏକ ନୂଆବର୍ଷ ଭେଟି ଦେବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ମାସରୁ ଦିଲ୍ଲୀରେ ଥିବା ତାରକା ହୋଟେଲଗୁଡ଼ିକରେ ଅଧିକ ସମୟ ପାଇଁ ଖୋଲା ରହିବରେଷ୍ଟୁରାଣ୍ଟ ଓ ବାର୍ ।

ସରକାରଙ୍କ ପ୍ରସ୍ତାବିତ ନୂଆ ନିୟମ ଅନୁଯାୟୀ, ଜାନୁଆରି ୨୬ରୁ ଆବଶ୍ୟକ ଲାଇସେନ୍ସ ଫି ଦାଖଲ କଲେ ୫-ଷ୍ଟାର ଓ ୪-ଷ୍ଟାର ହୋଟେଲରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେସ୍ତୋରାଁ । ସେହିପରି ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେସ୍ତୋରାଁ ୨୪ ଘଣ୍ଟା ଖୋଲା ରହିବ । ଅନ୍ୟପକ୍ଷରେ ୩-ଷ୍ଟାର ହୋଟେଲରେ ବାରଗୁଡ଼ିକ ପୂର୍ବାହ୍ନ ୨ଟା ପର୍ଯ୍ଯନ୍ତ ଓ ଅନ୍ୟ ସ୍ଥାନରେ ୧ଟା ପର୍ଯ୍ଯନ୍ତ ଖୋଲା ରହିପାରିବ । ଆହୁରି ମଧ୍ୟ ପୂର୍ବରୁ ଲାଇସେନ୍ସକୁ ଏକ ବର୍ଷ ପାଇଁ ଦିଆଯାଉଥିବାବେଳେ ଏବେ ତାହାକୁ ୩ ବର୍ଷକୁ ବୃଦ୍ଧି କରାଯାଇଛି ।

ରେସ୍ତୋରାଁ ଓ ବାର ଗୁଡ଼ିକର ଲାଇସେନ୍ସ ପ୍ରକ୍ରିୟାକୁ ଅଧିକ ସରଳ ଓ ବ୍ୟବସାୟ ଅନୁକୂଳ କରିବାକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନା ଗତ ନଭେମ୍ବର ମାସରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ରିପୋର୍ଟ ଦାଖଲ ପରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ସ୍ତରରେ ଏକାଧିକ ପର୍ଯ୍ଯାୟ ବୈଠକ ପରେ ଲାଇସେନ୍ସ ନିୟମବଳୀ ଚୂଡ଼ାନ୍ତ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର