ଦେଶରେ ବ୍ୟାପୁଛି ମଙ୍କିପକ୍ସ : କେରଳ ପରେ ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ଚତୁର୍ଥ ମାମଲା

The Sakala Picture
Published On

ନୂଆଦିଲ୍ଲୀ : କେରଳ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର କୌଣସି ଭ୍ରମଣ ଇତିହାସ ନାହିଁ । ଦିଲ୍ଲୀ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର ଚାରିଟି ମାମଲା ରିପୋର୍ଟ ହୋଇଛି। ଆଉ ତିନୋଟି ମାମଲା କେରଳରୁ ରିପୋର୍ଟ ହୋଇଥିଲା ଏବଂ ତିନିଜଣ ଆକ୍ରାନ୍ତ ବ୍ୟକ୍ତି […]

ନୂଆଦିଲ୍ଲୀ : କେରଳ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର କୌଣସି ଭ୍ରମଣ ଇତିହାସ ନାହିଁ । ଦିଲ୍ଲୀ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର ଚାରିଟି ମାମଲା ରିପୋର୍ଟ ହୋଇଛି। ଆଉ ତିନୋଟି ମାମଲା କେରଳରୁ ରିପୋର୍ଟ ହୋଇଥିଲା ଏବଂ ତିନିଜଣ ଆକ୍ରାନ୍ତ ବ୍ୟକ୍ତି ବିଦେଶରୁ ଫେରିଥିଲେ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଦିଲ୍ଲୀରେ ପଜିଟିଭି ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ହିମାଚଳ ପ୍ରଦେଶ ମନାଲୀରେ ଏକ ବେଚ୍‌ଲର ପାର୍ଟିରେ ଯୋଗ ଦେଇ ଫେରିଥିଲେ। ଏହାପରେ ଜ୍ୱର ଓ ଚର୍ମରେ ସଂକ୍ରମଣ ହେବାରୁ ତାଙ୍କୁ ତିନି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କ ସାମ୍ପଲକୁ ଶନିବାର ନ୍ୟାସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ ପୁଣେକୁ ପଠାଯାଇଥିଲା। ଏଠାରେ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ଅନ୍ୟପଟେ ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି। ମଙ୍କିପକ୍ସ ମାମଲା ବିଶ୍ୱରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବା ପରେ ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଡବ୍ଲୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରସ ଏହି ଘୋଷଣା କରିଛନ୍ତି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ କହିଛନ୍ତି ମଙ୍କିପକ୍ସ ସଂକ୍ରମଣ ବିଶ୍ବରେ ଚିନ୍ତାଜନକ ଭାବେ ଏକ ଜନସ୍ବାସ୍ଥ୍ୟ ବିପଦ ସୃଷ୍ଟି କରିଛି । ସେ କହିଛନ୍ତି, ପ୍ରାୟ ମାସକ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମ ସଂପର୍କିତ ଜରୁରୀକାଳୀନ କମିଟି ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ସମୀକ୍ଷା କରିଥିଲା । ମାସକ ପରେ ଏବେ ବିଶ୍ବରେ ମଙ୍କିପକ୍ସ ୭୫ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି ।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

24 Jul 2022 By The Sakala

ଦେଶରେ ବ୍ୟାପୁଛି ମଙ୍କିପକ୍ସ : କେରଳ ପରେ ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ଚତୁର୍ଥ ମାମଲା

ନୂଆଦିଲ୍ଲୀ : କେରଳ ପରେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ତାଙ୍କର କୌଣସି ଭ୍ରମଣ ଇତିହାସ ନାହିଁ । ଦିଲ୍ଲୀ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର ଚାରିଟି ମାମଲା ରିପୋର୍ଟ ହୋଇଛି। ଆଉ ତିନୋଟି ମାମଲା କେରଳରୁ ରିପୋର୍ଟ ହୋଇଥିଲା ଏବଂ ତିନିଜଣ ଆକ୍ରାନ୍ତ ବ୍ୟକ୍ତି ବିଦେଶରୁ ଫେରିଥିଲେ।

ଦିଲ୍ଲୀରେ ପଜିଟିଭି ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ହିମାଚଳ ପ୍ରଦେଶ ମନାଲୀରେ ଏକ ବେଚ୍‌ଲର ପାର୍ଟିରେ ଯୋଗ ଦେଇ ଫେରିଥିଲେ। ଏହାପରେ ଜ୍ୱର ଓ ଚର୍ମରେ ସଂକ୍ରମଣ ହେବାରୁ ତାଙ୍କୁ ତିନି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କ ସାମ୍ପଲକୁ ଶନିବାର ନ୍ୟାସ୍‌ନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ ପୁଣେକୁ ପଠାଯାଇଥିଲା। ଏଠାରେ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଅନ୍ୟପଟେ ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି। ମଙ୍କିପକ୍ସ ମାମଲା ବିଶ୍ୱରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବା ପରେ ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ଡବ୍ଲୁଏଚଓ । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଡବ୍ଲୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରସ ଏହି ଘୋଷଣା କରିଛନ୍ତି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ କହିଛନ୍ତି ମଙ୍କିପକ୍ସ ସଂକ୍ରମଣ ବିଶ୍ବରେ ଚିନ୍ତାଜନକ ଭାବେ ଏକ ଜନସ୍ବାସ୍ଥ୍ୟ ବିପଦ ସୃଷ୍ଟି କରିଛି । ସେ କହିଛନ୍ତି, ପ୍ରାୟ ମାସକ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମ ସଂପର୍କିତ ଜରୁରୀକାଳୀନ କମିଟି ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ସମୀକ୍ଷା କରିଥିଲା । ମାସକ ପରେ ଏବେ ବିଶ୍ବରେ ମଙ୍କିପକ୍ସ ୭୫ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର