ଏକଜିଟ୍ ପୋଲ: ବିଜେପି ହାତରୁ ଖସିବ ଦିଲ୍ଲୀ ମହାନଗର ନିଗମ, ଆପକୁ ମିଳିବ ବଡ଼ ସଫଳତା

The Sakala Picture
Published On

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଯିବ ଦିଲ୍ଲୀ ମହାନଗର ନିଗମ ( ଏମସିଡି ) ।  ଏକଜିଟ୍ ପୋଲରୁ ମିଳୁଛି ସୂଚନା । ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା […]

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଯିବ ଦିଲ୍ଲୀ ମହାନଗର ନିଗମ ( ଏମସିଡି ) ।  ଏକଜିଟ୍ ପୋଲରୁ ମିଳୁଛି ସୂଚନା । ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସୂଚନା ଅନୁଯାୟୀ,  ରବିବାର ଦିଲ୍ଲୀର ୨୫୦ ମହାନଗର ନିଗମ ଆସନରେ ଭୋଟ ହୋଇଥିଲା। ଆସନ୍ତା ବୁଧବାର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହାପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି। ଏହାର ଅର୍ଥ ଭୋଟ ଦେବା ପରେ ଲୋକମାନେ ଦେଇଥିବା ମତାମତକୁ ଆଧାର କରି ଏହି ରେଜଲ୍ଟ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ଆଜତକ କରିଥିବା ଏକଜିଟ ପୋଲ ରିପୋର୍ଟ ଅନୁସାରେ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦିଲ୍ଲୀ ମହାନଗର ନିଗମର ୨୫୦ଟି ୱାର୍ଡରୁ ୧୪୯ରୁ ୧୭୧ଟିରେ ଜିତିବ। ସେହିପରି ଟାଇମ୍ସ ନାଓରେ କୁହାଯାଇଛି ଯେ ଆପ୍‌ ୧୪୬ରୁ ୧୫୬ଟି ଆସନ ଜିତିବ। ଆଜତକ କହିଛି ଯେ ବିଜେପି ୬୯ରୁ ୯୧ଟି ଓ ଟାଇମ୍ସ ନାଓରେ ବିଜେପି ୮୪-୯୪ ଆସନ ମଧ୍ୟରେ ସୀମିତ ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର