ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଲାଞ୍ଚ ନେବା ମାମଲାରେ ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

The Sakala Picture
Published On

ଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ ଦେଖିବାକୁ ମିଳିଛି । ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି । ଏୟାର ଇଣ୍ଡିଆର ସହାୟକ […]

ଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ ଦେଖିବାକୁ ମିଳିଛି । ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଏୟାର ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଦୀପକ ସାଙ୍ଗୱାନ, କ୍ଲେରିଜେସ ହୋଟେଲ୍ସ ଆଣ୍ଡ ରିସୋର୍ଟ୍ସର ସିଇଓ ବିକ୍ରମାଦିତ୍ୟ, ଚାର୍ଟାଡ ଆକାଉଣ୍ଟ ପ୍ରବୀଣ କୁମାର ବତ୍ସ ଓ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ସିବିଆଇ ହେପାଜତକୁ ନେଇଛି । ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲାରେ ଅମନଦୀପ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ସହଯୋଗ କରିବାକୁ ୫କୋଟି ଟଙ୍କା ଲାଞ୍ଚ ନେଇଥିଲେ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟର ପଓ୍ବନ ଖେତ୍ରୀ ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ଏହି ଟଙ୍କା ନେଣଦେଣ ହୋଇଥିଲା । ୫କୋଟି ଲାଞ୍ଚ ଦେବା ପରେ ସତ୍ତ୍ବେ ୨୦୨୩ ମସିହା ମାର୍ଚ୍ଚ ୧ ତାରିଖରେ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କୁ ଇଡି ଗିରଫ କରାଯାଇଥିଲା । ଇଡିର ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଥିବା ବେଳେ ୫କୋଟି ଟଙ୍କାର ଲାଞ୍ଚ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଯାଞ୍ଚ ବେଳେ ଇଡି ଅଧିକାରୀ ଅଭିଯୁକ୍ତଙ୍କ ଘରୁ ଦାମୀ ହୀରା ଗହଣା ସହ ନଗଦ ଟଙ୍କା ମିଳିଥିବା ବେଳେ ଓ ବ୍ୟାଙ୍କ ଖାତାରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ରହିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର