ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଲାଞ୍ଚ ନେବା ମାମଲାରେ ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

The Sakala Picture
Published On

ଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ ଦେଖିବାକୁ ମିଳିଛି । ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି । ଏୟାର ଇଣ୍ଡିଆର ସହାୟକ […]

ଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ନାଟକୀୟ ମୋଡ ଦେଖିବାକୁ ମିଳିଛି । ମଦ ବ୍ୟବସାୟୀଙ୍କଠାରୁ ୫ କୋଟି ଲାଞ୍ଚ ନେବା ମାମଲାରେ ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ ଖତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଅଭିଯୁକ୍ତ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କଠାରୁ ସେ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ପଓ୍ବନ ଖେତ୍ରୀଙ୍କୁ ସିବିଆଇ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଏୟାର ଇଣ୍ଡିଆର ସହାୟକ ମହାପ୍ରବନ୍ଧକ ଦୀପକ ସାଙ୍ଗୱାନ, କ୍ଲେରିଜେସ ହୋଟେଲ୍ସ ଆଣ୍ଡ ରିସୋର୍ଟ୍ସର ସିଇଓ ବିକ୍ରମାଦିତ୍ୟ, ଚାର୍ଟାଡ ଆକାଉଣ୍ଟ ପ୍ରବୀଣ କୁମାର ବତ୍ସ ଓ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ସିବିଆଇ ହେପାଜତକୁ ନେଇଛି । ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲାରେ ଅମନଦୀପ ଓ ଅନ୍ୟଜଣେ ଅଭିଯୁକ୍ତଙ୍କୁ ସହଯୋଗ କରିବାକୁ ୫କୋଟି ଟଙ୍କା ଲାଞ୍ଚ ନେଇଥିଲେ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟର ପଓ୍ବନ ଖେତ୍ରୀ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ଏହି ଟଙ୍କା ନେଣଦେଣ ହୋଇଥିଲା । ୫କୋଟି ଲାଞ୍ଚ ଦେବା ପରେ ସତ୍ତ୍ବେ ୨୦୨୩ ମସିହା ମାର୍ଚ୍ଚ ୧ ତାରିଖରେ ମଦ ବ୍ୟବସାୟୀ ଅମନଦୀପ ଢ଼ଲଙ୍କୁ ଇଡି ଗିରଫ କରାଯାଇଥିଲା । ଇଡିର ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରୁଥିବା ବେଳେ ୫କୋଟି ଟଙ୍କାର ଲାଞ୍ଚ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଯାଞ୍ଚ ବେଳେ ଇଡି ଅଧିକାରୀ ଅଭିଯୁକ୍ତଙ୍କ ଘରୁ ଦାମୀ ହୀରା ଗହଣା ସହ ନଗଦ ଟଙ୍କା ମିଳିଥିବା ବେଳେ ଓ ବ୍ୟାଙ୍କ ଖାତାରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ରହିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର