ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନ ରିମାଣ୍ଡରେ ନେଲା ସିବିଆଇ

The Sakala Picture
Published On

ନୂଆଦିଲ୍ଲୀ: ୫ ଦିନିଆ ସିବିଆଇ ରିମାଣ୍ଡରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସିବିଆଇ ହେପାଜତରେ ରହିବେ ମନୀଷ ସିସୋଦିଆ । ୨୦୨୧-୨୨ର ଅବକାରୀ ନୀତିରେ ଅନିୟମିତାର ଅନେକ ଦିଗକୁ ନେଇ ଗତକାଲି ଦୀର୍ଘ ଆଠ ଘଣ୍ଟାର ଜେରା ପରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ ରାଉଜ […]

ନୂଆଦିଲ୍ଲୀ: ୫ ଦିନିଆ ସିବିଆଇ ରିମାଣ୍ଡରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୪ ତାରିଖ ଯାଏ ସିବିଆଇ ହେପାଜତରେ ରହିବେ ମନୀଷ ସିସୋଦିଆ ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

୨୦୨୧-୨୨ର ଅବକାରୀ ନୀତିରେ ଅନିୟମିତାର ଅନେକ ଦିଗକୁ ନେଇ ଗତକାଲି ଦୀର୍ଘ ଆଠ ଘଣ୍ଟାର ଜେରା ପରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ମାର୍ଚ୍ଚ ୪ ତାରିଖ ଯାଏଁ ସିସୋଦିଆଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଛନ୍ତି। କୋର୍ଟରେ ମନୀଷଙ୍କୁ ହାଜର ବେଳେ ବ୍ୟାପକ ସଂଖ୍ୟାରେ ପୋଲିସ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର