ଭାରତକୁ ଏକ ନମ୍ବର କରିଦେବୁ, ବିଜେପି ଓ କଂଗ୍ରେସ ଆମ୍‌ ଆଦ୍‌ମୀ ପାର୍ଟିରେ ସାମିଲ ହୋଇଯାଆନ୍ତୁ : ଅରବିନ୍ଦ କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ : ଭାରତକୁ ଏକ ନମ୍ବର କରିବୁ। ସବୁ କ୍ଷେତ୍ରରେ ଦେଶ ସମଗ୍ର ବିଶ୍ବରେ ଏକ ନମ୍ବର ନକରିବା ଯାଏଁ ଚୁପ୍‌ ବସିବୁନି। ୭୫ ବର୍ଷ ହେବ କୌଣସି ସରକାର କିଛି କରିନାହାନ୍ତି କିନ୍ତୁ ଆମେ କରି ଦେଖାଇବୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତକୁ ୧ ନଂ କରିବା ବା ମେକ ଇଣ୍ଡିଆ ନଂ ୧’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ କା କ୍ରମରେ […]

ନୂଆଦିଲ୍ଲୀ : ଭାରତକୁ ଏକ ନମ୍ବର କରିବୁ। ସବୁ କ୍ଷେତ୍ରରେ ଦେଶ ସମଗ୍ର ବିଶ୍ବରେ ଏକ ନମ୍ବର ନକରିବା ଯାଏଁ ଚୁପ୍‌ ବସିବୁନି। ୭୫ ବର୍ଷ ହେବ କୌଣସି ସରକାର କିଛି କରିନାହାନ୍ତି କିନ୍ତୁ ଆମେ କରି ଦେଖାଇବୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତକୁ ୧ ନଂ କରିବା ବା ମେକ ଇଣ୍ଡିଆ ନଂ ୧’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ କା କ୍ରମରେ ସବୁ ଭାରତୀୟଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଅରବିନ୍ଦ କେଜ୍ରିୱାଲ ମେକ ଇଣ୍ଡିଆ ନଂ ୧ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଛନ୍ତି “ମାଗଣାରେ ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ଯୁବବର୍ଗଙ୍କୁ ଚାକିରି, ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ଯୋଗାଇ ଦେବା ହିଁ ଏହି କାର୍ଯ୍ୟକ୍ରମର ଏକମାତ୍ର ଲକ୍ଷ୍ୟ। ସମସ୍ତଙ୍କୁ ସବୁ ସୁବିଧା ମିଳିଲେ ଦେଶ ଆଗେଇବ। ସିଙ୍ଗାପୁର ଆମ ଠାରୁ ୧୫ ବର୍ଷ ପରେ ସ୍ୱାଧୀନ ହେଲା କିନ୍ତୁ ଏହାସତ୍ତ୍ବେ ମଧ୍ୟ ଆମ ଠାରୁ ଆଗରେ ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ପୂରା ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା କିନ୍ତୁ ଏବେ ଭାରତ ଠାରୁ ବେଶ ବିକଶିତ ଜାପାନ । ଭାରତରେ ବିଶ୍ୱର ସବୁଠୁ ପରିଶ୍ରମୀ ଓ ଜ୍ଞାନୀ ଲୋକ ରହିଛନ୍ତି ତଥାପି ଆମେ ପଛରେ କାହିଁକି? ଆମକୁ ଆଗକୁ ଯିବାକୁ ହେବ। ଏଥି ପାଇଁ ଆମକୁ କାମ କରିବାକୁ ହେବ ବୋଲି କେଜ୍ରିୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଭଗବାନ ଭାରତକୁ ବହୁତ କିଛି ପ୍ରଦାନ କରିଛନ୍ତି । ପ୍ରାକୃତିକ ସମ୍ପଦରେ ଭାରତ ଭରପୂର । ଦୀର୍ଘ ଜଳରାଶି ସାଙ୍ଗକୁ ପ୍ରାକୃତିକ ସମ୍ପଦ ଭାରତର ସବୁଠୁ ବଡ ଶକ୍ତି । ଏପରିକି ଭାରତରେ ସବୁଠୁ ଜ୍ଞାନୀ ଲୋକ ଜନ୍ମ ନେଇଛନ୍ତିି । କିନ୍ତୁ ଯଦି ଏହି ନେତାଙ୍କ ଭରସାରେ ଦେଶକୁ ଛାଡିଦିଆଯିବ ତେବେ ଭାରତ ଆହୁରି ୭୫ ବର୍ଷ ପଛରେ ରହିବ । କାରଣ ଏହି ନେତାଙ୍କ ପାଇଁ ପରିବାର ଦେଶଠୁ ବି ଉପରେ । ଦେଶକୁ ଲୁଟିବାକୁ ଭଷ୍ଟ୍ରାଚାର କରିବାକୁ ପଛାନ୍ତି ନାହିଁ ଏମାନେ । ଏହି ୭୫ ବର୍ଷରେ ଏହି ନେତା ମାନେ ନିଜର ଓ ନିଜ ବନ୍ଧୁଙ୍କ ପକେଟ ଗରମ କରିବା ଛଡା କିଛି ବି କରିନାହାନ୍ତି । ଆମ ଦେଶରେ ଦକ୍ଷ ଇଞ୍ଜିନିୟର, ଦକ୍ଷ ଡାକ୍ତର, ଦକ୍ଷ ବୈଜ୍ଞାନିକ, ଦକ୍ଷ ଚାଷୀ ଅଛନ୍ତି ତେଣୁ ଆମ ଦେଶ କାହିଁକି ପଛରେ ରହିବ? ତେଣୁ ଆମ ଦେଶକୁ ଆଗକୁ ନେବାକୁ ହେଲେ ୧୩୦ କୋଟି ଲୋକଙ୍କୁ ଏକାଠି ହେବାକୁ ପଡିବ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଯେତେବେଳ ଯାଏଁ ଭାରତକୁ ଏକ ନମ୍ବର ଦେଶ ଭାବେ ଗଢି ନ ତୋଳିବା ସେତେବେଳ ଯାଏଁ ଆରାମ କରିବାନି । ଏହା ଆମକୁ ପଣ କରିବାକୁ ପଡିବ । ଏଥିପାଇଁ ମୁଁ ପୂରା ଦେଶ ବୁଲିବି, ଲୋକଙ୍କ ସହ ମିଶିବି। ଏଥିସହ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବେ ବୋଲି କେଜ୍ରିୱାଲ କହିଛନ୍ତି। ସେ କାର୍ଯ୍ୟକ୍ରମକୁ ରାଜନୀତିରୁ ଦୂରେଇ ରଖିବା ପାଇଁ ମଧ୍ୟ ସେ କହିଛନ୍ତି। କେଜ୍ରୱାଲ କହିଛନ୍ତି, “ଏହା କୌଣସି ରାଜନୀତିକ ଦଳର ଲକ୍ଷ୍ୟ ନୁହେଁ। ଏହା ଏକ ଜାତୀୟ ତଥା ଦେଶର ମିଶନ। ମୁଁ ଏଥିପାଇଁ ବିଜେପି ଓ କଂଗ୍ରେସ ପରି ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ କରୁଛି।ସମସ୍ତେ ମିଶି ଭାରତକୁ ବିଶ୍ୱରେ ୧ନଂ କରିବା।ଏଥିପାଇଁ ୧୩୦ କୋଟି ଲୋକଙ୍କୁ ଯୋଡିବାକୁ ଚେଷ୍ଟା କରିବି, ଆଉ ୧୩୦ କୋଟି ଦେଶବାସୀ ଏକାଠି ହେଲେ ଭାରତକୁ ଏକ ନମ୍ବର ହେବାରୁ କେହି ଅଟକାଇ ପାରିବେନି ।

ଏହାସହ କ୍ରେଜିୱାଲ କହିଛନ୍ତି, ସ୍ୱାଧୀନତାକୁ ୭୫ ବର୍ଷ ପୂରିଛି, ଏହି ୭୫ ବର୍ଷ ଭିତରେ ଭାରତ ଅନେକ କିଛି ହାସଲ କରିଛି । କିନ୍ତୁ ଲୋକଙ୍କ ମନରେ ଏବେ ବି କ୍ଷୋଭ ଓ ପ୍ରଶ୍ନ ରହିଛି, ଆମ ପରେ ସ୍ୱାଧୀନତା ହାସଲ କରିଥିବା ଦେଶ କିଭଳି ଆଗେଇ ଗଲେ । ଭାରତ କାହିଁକି ପଛରେ ରହିଲା, ଏହା ଏବେ ପ୍ରତି ଭାରତୀୟଙ୍କ ପ୍ରଶ୍ନ । ନିଜର ୨୦ ମିନଟ୍‌ର ଭାଷଣରେ ସେ ଆହୁରି କହିଛନ୍ତି, ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ପୂରା ଦେଶର ଲୋକ ଏକାଠି ହୋଇଥିଲେ। ତେଣୁ ଏବେ ଦେଶର ୧୩୦ କୋଟି ଲୋକ ଏକାଠି ହୋଇ ଭାରତକୁ ପୁଣିଥରେ ମହାନ କରିବା ଦରକାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର