ପଞ୍ଜାବ ପାଇଁ ଆପର ୧୦ ସୁତ୍ରୀ ମଡେଲ: ମିଳିବ ରୋଜଗାର, ମାଗଣା ଚିକିତ୍ସା ଓ ବିଦ୍ଯୁତ ସେବା; ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ମହିଳାଙ୍କୁ ଦିଆଯିବି ୧୦୦୦ ଟଙ୍କା

The Sakala Picture
Published On

ପଞ୍ଜାବ: ମଙ୍ଗଳବାର ପଞ୍ଜାବର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ପଞ୍ଜାବର ମଡେଲ ଉପସ୍ଥାପନ କରିଛନ୍ତି। ସିଦ୍ଧୁଙ୍କ ପ୍ରତିକ୍ରିୟାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପଞ୍ଜାବ ମଡେଲକୁ ଉପସ୍ଥାପନ କରିଛନ୍ତି। କେଜ୍ରିୱାଲ ପଞ୍ଜବ ପାଇଁ ୧୦ ସୁତ୍ରୀ ମଡେଲ ଉପସ୍ଥାପନ କରିଛନ୍ତି । ୧- ପଞ୍ଜାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ରୋଜଗାର ପାଇଁ ବିଦେଶ ଯାଉଥିବା ରାଜ୍ୟର […]

ପଞ୍ଜାବ: ମଙ୍ଗଳବାର ପଞ୍ଜାବର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ପଞ୍ଜାବର ମଡେଲ ଉପସ୍ଥାପନ କରିଛନ୍ତି। ସିଦ୍ଧୁଙ୍କ ପ୍ରତିକ୍ରିୟାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋହାଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ପଞ୍ଜାବ ମଡେଲକୁ ଉପସ୍ଥାପନ କରିଛନ୍ତି। କେଜ୍ରିୱାଲ ପଞ୍ଜବ ପାଇଁ ୧୦ ସୁତ୍ରୀ ମଡେଲ ଉପସ୍ଥାପନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

୧- ପଞ୍ଜାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ରୋଜଗାର ପାଇଁ ବିଦେଶ ଯାଉଥିବା ରାଜ୍ୟର ଯୁବକମାନଙ୍କୁ ପଞ୍ଜାବକୁ ଫେରାଇ ଅଣାଯିବ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

୨-  ପଞ୍ଜାବରେ ମଦ୍ୟପାନ ନିସେଦ୍ଧ କରାଯିବ । ଡ୍ରଗ୍ ମାଫିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

୩- ପଞ୍ଜାବରେ ଆଇନ ଶୃଙ୍ଖଳା ବଜାୟ ରଖିବା ।

୪- ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ।

୫- ଦୁର୍ନୀତି ମୁକ୍ତ ହେବ ପଞ୍ଜାବ ।

୬- ଶିକ୍ଷାରେ ଉନ୍ନତି ଆଣାଯିବ ।

୭- ଦିଲ୍ଲୀ ଭଳି ପଞ୍ଜାବରେ ଡାକ୍ତରଖାନା ଏବଂ ମୋହଲା କ୍ଲିନିକ୍ ନିର୍ମାଣ ହେବ। ପ୍ରତ୍ୟେକ ପଞ୍ଜାବୀଙ୍କୁ ମାଗଣାରେ ଚିକିତ୍ସା ମିଳିବ ।

୮- ପଞ୍ଜାବରେ ବିଦ୍ୟୁତ୍ ସେବା ମାଗଣା ଯୋଗାଇ ଦିଆଯିବ ।

୯-  ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ଏକ ହଜାର ଟଙ୍କା ଦିଆଯିବ।

୧୦- ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବ।

ଯଦି ଆପ କ୍ଷମତାକୁ ଆସେ, ଆମେ ପଞ୍ଜାବର ବିକାଶ ଏବଂ ସମୃଦ୍ଧ କରିବା ପାଇଁ ଏହି ୧୦-ପଏଣ୍ଟ୍ ‘ପଞ୍ଜାବ ମଡେଲ୍’ ପ୍ରସ୍ତୁତ କରିଛୁ । ଆମେ ଏପରି ଏକ ସମୃଦ୍ଧ ପଞ୍ଜାବ ସୃଷ୍ଟି କରିବୁ ଯେ ଚାକିରି ପାଇଁ କାନାଡା ଯାଇଥିବା ଯୁବକମାନେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପଞ୍ଜାବ ଫେରିବେ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର