ଦିଲ୍ଲୀରେ ଉଦଘାଟନ ହେଲା ଦେଶର ପ୍ରଥମ ସ୍ମଗ୍ ଟାୱାର

The Sakala Picture
Published On

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କନୌଟ୍ ପ୍ଲେସରେ ଦେଶର ପ୍ରଥମ ସ୍ମଗ୍ ଟାୱାରର ଉଦଘାଟନ କରିଛନ୍ତି। ଏହି ଟାୱାର ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ ବିଶୁଦ୍ଧ କରିବ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ “ଏହି ଟାୱାରକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ସ୍ଥାପନ କରାଯାଇଛି ଏବଂ ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଧାରା ଉପଲବ୍ଧ ହେବ। ଯଦି ପାଇଲଟ୍ ପ୍ରକଳ୍ପ ସଫଳ ହୁଏ […]

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କନୌଟ୍ ପ୍ଲେସରେ ଦେଶର ପ୍ରଥମ ସ୍ମଗ୍ ଟାୱାରର ଉଦଘାଟନ କରିଛନ୍ତି। ଏହି ଟାୱାର ପ୍ରାୟ ୧ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରତି ସେକେଣ୍ଡରେ ୧୦୦୦ ଘନ ମିଟର ବାୟୁକୁ ବିଶୁଦ୍ଧ କରିବ ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ “ଏହି ଟାୱାରକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ସ୍ଥାପନ କରାଯାଇଛି ଏବଂ ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଧାରା ଉପଲବ୍ଧ ହେବ। ଯଦି ପାଇଲଟ୍ ପ୍ରକଳ୍ପ ସଫଳ ହୁଏ ତେବେ ଅଧିକ ସ୍ମଗ୍ ଟାୱାର ସ୍ଥାପନ କରାଯିବ”।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ପ୍ରଦୂଷଣର ମୁକାବିଲା ତଥା ଦିଲ୍ଲୀର ବାୟୁକୁ ପରିଷ୍କାର କରିବା ପାଇଁ ଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ ଟାୱାର ସ୍ଥାପନ କରାଯାଇଛି। ଆମେ ଏହି ଟେକ୍ନୋଲୋଜିକୁ ଆମେରିକାରୁ ଆମଦାନି କରିଛୁ | ଏହି ଟାୱାରଟି ୨୦ ମିଟର ଉଚ୍ଚ ଏବଂ ଏହା ୧ କିଲୋମିଟର ବ୍ୟାସାର୍ଦ୍ଧ ବାୟୁକୁ ସଫା କରିପାରିବ ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ଜଣେ ଅଧିକାରୀ କହିଛନ୍ତି ଯେ ସ୍ମଗ ଟାୱାର କାର୍ଯ୍ୟ ଆରମ୍ଭ କରିବା ପରେ ଏହାର ପ୍ରଭାବ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରାଯିବ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ଆଉ ୨୦ ମିଟର ଉଚ୍ଚତା ବିଶିଷ୍ଟ ଟାୱାର ଅଗଷ୍ଟ ୩୧ ସୁଦ୍ଧା ଆନନ୍ଦ ବିହାରରେ କାର୍ଯ୍ୟ ଆରମ୍ଭ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର