କେନ୍ଦ୍ର ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ, ୨୧ରୁ ‘ଦିଲ୍ଲୀ ଚଲୋ’ ଅଭିଯାନ

The Sakala Picture
Published On

ନୂଆଦିଲ୍ଲୀ: ୧୨ ଦଫା ଦାବି ପୂରଣ ନେଇ ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ବିଶେଷକରି ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ବହୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହିକ୍ରମରେ ଚାଷୀନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମଏସପିକୁ ନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଷୀମାନେ ପ୍ରାୟ ୨୩ଟି ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି […]

ନୂଆଦିଲ୍ଲୀ: ୧୨ ଦଫା ଦାବି ପୂରଣ ନେଇ ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ବିଶେଷକରି ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ବହୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହିକ୍ରମରେ ଚାଷୀନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମଏସପିକୁ ନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଷୀମାନେ ପ୍ରାୟ ୨୩ଟି ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ଦାବି କରିଥିଲେ ହେଁ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ମକା, କପା, ଡାଲି ଜାତୀୟ ଫସଲ ଭଳି କିଛି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବାକୁ ସହମତ ହୋଇଥିଲେ। ଏହି ପ୍ରସ୍ତାବକୁ ନେଇ ସୋମବାର ସକାଳେ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ସନ୍ଧ୍ୟାରେ କେନ୍ଦ୍ରର ଏହି ପ୍ରସ୍ତାବକୁ ଚାଷୀନେତାମାନେ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। କେବଳ ୩/୪ଟି ନୁହେଁ , ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ତ ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ବ୍ୟବସ୍ଥା ନ କରିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏହିକ୍ରମରେ ଆସନ୍ତା ୨୧ ତାରିଖରେ ‘ ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହେବ ବୋଲି ଚାଷୀ ନେତା କହିଛନ୍ତି। ଫଳରେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଯାଇଛି। କେନ୍ଦ୍ରର ପ୍ରସ୍ତାବ ପରେ କୃଷକ ଆନ୍ଦୋଳନ କିଛିଟା ଶାନ୍ତ ପଡ଼ିବା ସହିତ କୃଷକ ନେତାଙ୍କ ମନରେ ଖୁସି ଦେଖାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଚାଷୀମାନେ ଦିଲ୍ଲୀ ଅଭିଯାନକୁ ଜୋରଦାର କରିବାକୁ ହୁଙ୍କାର ଦେଇଛନ୍ତି। ବର୍ତ୍ତମାନ ପଞ୍ଜାବ ଏବଂ ହରିଆଣାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଉତ୍ତରପ୍ରଦେଶ, ରାଜସ୍ଥାନ ଆଦିରୁ ଚାଷୀ ସାମିଲ ହେବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର