ଦିଲ୍ଲୀରେ ଭୟଙ୍କର ସ୍ଥିତିରେ ବାୟୁ ପ୍ରଦୂଷଣ: ଡିଜେଲ ଚାଳିତ କମର୍ଶିଆଲ୍ ଟ୍ରକ୍ ଉପରେ ଲାଗିଲା କଟକଣା

The Sakala Picture
Published On

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ଥିବାରୁ ଡିଜେଲଚାଳିତ କମର୍ସିଆଲ ଟ୍ରକ୍‌କୁ ବ୍ୟାନ୍ କରିଛନ୍ତି ଦିଲ୍ଲୀ ସରକାର। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ବାୟୁର ମାନ ୪୫୦ ଅତି ଖରାପ କ୍ୟାଟେଗୋରୀରେ ରହିଛି। ତେଣୁ ବାଧ୍ୟ ହୋଇ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଜରୁରୀ ସାମଗ୍ରୀ ନେଇଯାଉଥିବା ଟ୍ରକ୍ ଓ ସିଏନ୍‌ଜି କିମ୍ବା ଇଲେକ୍ଟ୍ରିକ୍‌ ଶକ୍ତିରେ ପରିଚାଳିତ ହେଉଥିବେ ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ଯାତାୟତ ପାଇଁ ଅନୁମତି ମିଳିବ ବୋଲି ସରକାର […]

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ଥିବାରୁ ଡିଜେଲଚାଳିତ କମର୍ସିଆଲ ଟ୍ରକ୍‌କୁ ବ୍ୟାନ୍ କରିଛନ୍ତି ଦିଲ୍ଲୀ ସରକାର। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ବାୟୁର ମାନ ୪୫୦ ଅତି ଖରାପ କ୍ୟାଟେଗୋରୀରେ ରହିଛି। ତେଣୁ ବାଧ୍ୟ ହୋଇ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସୂଚନା ଅନୁଯାୟୀ, ଜରୁରୀ ସାମଗ୍ରୀ ନେଇଯାଉଥିବା ଟ୍ରକ୍ ଓ ସିଏନ୍‌ଜି କିମ୍ବା ଇଲେକ୍ଟ୍ରିକ୍‌ ଶକ୍ତିରେ ପରିଚାଳିତ ହେଉଥିବେ ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ଯାତାୟତ ପାଇଁ ଅନୁମତି ମିଳିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅତି ଜରୁରୀ ସାମଗ୍ରୀ ପରିବହନ ହେଉ ନଥିଲେ ବଡ଼ କିମ୍ବା ମଧ୍ୟମ ଧରଣର ଯାନବାହନକୁ ବି ଦିଲ୍ଲୀରେ ଚାଲିବାକୁ ବନ୍ଦ କରାଯାଇଛି। ପ୍ରଦୂଷିତ ଏରିଆରେ ବିଏସ୍-୪ ଡିଜେଲ୍ ଗାଡ଼ି ବି ଚାଲିବା ବନ୍ଦ କରାଯାଇଛି। କେବଳ ସେତିକି ନୁହେଁ, ଯେଉଁ କାରଖାନାଗୁଡ଼ିକ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରୁନଥିବେ ସେଗୁଡ଼ିକୁ ବନ୍ଦ କରାଯିବ। ତେବେ କ୍ଷୀର କାରଖାନା, ଔଷଧ ଓ ଔଷଧ ସମ୍ପର୍କିତ ଉତ୍ପାଦନକାରୀ କାରଖାନାକୁ ଏଥିରୁ ବାଦ ଦିଆଯାଇଛି। ସେହିପରି ପ୍ରଦୂଷଣ ରୋକିକାକୁ ବଡ଼ ପ୍ରୋଜେକ୍ଟ ଯଥା ହାଇୱେ ନିର୍ମାଣ, ରାସ୍ତା, ଫ୍ଲାଏଓଭର, ଓଭରବ୍ରିଜ୍, ଶକ୍ତି ପ୍ରକଳ୍ପ ଏବଂ ପାଇପ୍‌ଲାଇନ୍ସ ଆଦି କାମ ବନ୍ଦ ରଖାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର