ବିପଜ୍ଜନକ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ; ଲାଗୁ ହେବ ଗ୍ରାପ୍‌-୪, ଜାରି ରହିବ କଟକଣା

The Sakala Picture
Published On

ନୂଆଦିଲ୍ଲୀ: ପ୍ରାଣଘାତୀ ଦିଲ୍ଲୀ ବାୟୁ । ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରହିବ । ଅନଲାଇନ୍‌ରେ ପାଠପଢ଼ିବେ ଛାତ୍ରଛାତ୍ରୀ । ପ୍ରବଳ ପ୍ରଦୂଷଣ ହେବାରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ସ୍ଥିତି ଜଟିଳ ରହିଥିବା ବେଳେ ସରକାର ଏବଂ ବାୟୁ ମାନ ପରିଚାଳନା ଆୟୋଗ(ସିଏକ୍ୟୁଏମ୍‌)ର ଭୂମିକାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି। ପ୍ରଦୂଷଣ ବଢିବା ସହିତ ଦିଲ୍ଲୀ ବାୟୁସ୍ତର ବେଳକୁ […]

ନୂଆଦିଲ୍ଲୀ: ପ୍ରାଣଘାତୀ ଦିଲ୍ଲୀ ବାୟୁ । ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରହିବ । ଅନଲାଇନ୍‌ରେ ପାଠପଢ଼ିବେ ଛାତ୍ରଛାତ୍ରୀ । ପ୍ରବଳ ପ୍ରଦୂଷଣ ହେବାରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ସ୍ଥିତି ଜଟିଳ ରହିଥିବା ବେଳେ ସରକାର ଏବଂ ବାୟୁ ମାନ ପରିଚାଳନା ଆୟୋଗ(ସିଏକ୍ୟୁଏମ୍‌)ର ଭୂମିକାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି। ପ୍ରଦୂଷଣ ବଢିବା ସହିତ ଦିଲ୍ଲୀ ବାୟୁସ୍ତର ବେଳକୁ ବେଳ ଖରାପ ହେବାରେ ଲାଗିଥିଲା। ଏହାଦ୍ବାରା ସାଧାରଣ ଜନଜୀବନ ପ୍ରତି ବିପଦ ବଢିଥିଲା। ଏହାସତ୍ତ୍ବେ ଦିଲ୍ଲୀରେ ଗ୍ରାପ୍‌( ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ)-୩ ଲାଗୁ କରିବାକୁ କାହିଁକି ବିଳମ୍ବ ହେଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଆଗକୁ ବାୟୁ ମାନରେ ଉନ୍ନତି ଆସିଲେ ବି ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଗ୍ରାପ୍‌ ନିୟମ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଏ ଏସ୍‌ ଓକା ଏବଂ ଜଷ୍ଟିସ୍‌ ଏ ଜି ମାସିଙ୍କ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ତାଗିଦ୍‌ କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହାବ୍ୟତୀତ କେବଳ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାହିଁକି, ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାୟୁର ମାନ ଯାହା ରହିଛି ତାହା ଅତ୍ୟନ୍ତ ବିପଜ୍ଜନକ। ୨୪ଟି ସିଗାରେଟ୍‌ ଟାଣିବା ଦ୍ବାରା ଶରୀର ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ପଡ଼ିବ ବର୍ତ୍ତମାନର ବାୟୁସ୍ତର ମଣିଷ ଶରୀରରେ ସେଭଳି ପ୍ରଭାବ ପକାଉଛି। ତେଣୁ କେବଳ ନବମ କିମ୍ବା ଦଶମ ଶ୍ରେଣୀ କାହିଁକି ଦ୍ବାଦଶ ଶ୍ରେଣୀର ପିଲା ମଧ୍ୟ ସ୍କୁଲ ନ ଯିବା ଉଚିତ ବୋଲି ଖଶ୍ଡପୀଠ କହିଛନ୍ତି। ଦ୍ବାଦଶ ଶ୍ରେଣୀ ପିଲାଙ୍କ ଫୁସ୍‌ଫୁସ୍‌ ଦଶମ ଶ୍ରେଣୀରେ ପଢୁଥିବା ପିଲାଙ୍କ ଫୁସ୍‌ଫୁସ୍‌ ଠାରୁ କ’ଣ ଅଲଗା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସେହିପରି ସିଏକ୍ୟୁଏମ୍‌ର ଉପ କମିଟି ଗ୍ରାପ୍‌-୩ ଏବଂ ଗ୍ରାପ୍‌-୪ ନିୟମ ଜାରି କରିବାରେ ଭୁଲ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ କହିବା ସହିତ ବାୟୁ ମାନରେ ଉନ୍ନତି ଆସିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାରେ କାହିଁକି ଅପେକ୍ଷା କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସାଂପ୍ରତିକ ସ୍ଥିତିରେ ଦିଲ୍ଲୀ ବ୍ୟତୀତ ଏନସିଆର ଅଞ୍ଚଳକୁ ଲାଗି ରହିଥିବା ରାଜ୍ୟଗୁଡିକରେ ମଧ୍ୟ ଗ୍ରାପ୍‌-୪ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ୍ୟୁଆଇ ସ୍ତର ୪୫୦ରୁ କମ୍‌ ରହିଲେ ମଧ୍ୟ ଗ୍ରାପ୍‌-୪ ନିୟମ ବଳବତ୍ତର ରଖିବା ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ ସିଏକ୍ୟୁଏମକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିଲ୍ଲୀ ବାୟୁସ୍ତର ମାନକୁ ନେଇ ପରୀକ୍ଷଣ କରାଯାଇଥିଲା ବେଳେ ଅନେକ ସ୍ଥାନରେ ଏକ୍ୟୁଆଇ ୪୮୦ରୁ ଅଧିକ ରହିଥିବା ଜଣାପଡ଼ିଥିଲା। ଏପରିକି କେତେକ ସ୍ଥାନରେ ଏହା ୯୦୦ ଟପିଥିବା ମଧ୍ୟ ରେକର୍ଡ କରାଯାଇଥିଲା। ଯାହାକି ଅତ୍ୟନ୍ତ ବିପଦ ଶ୍ରେଣୀ (ସିଭିୟର ପ୍ଲସ୍‌)ର ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ କୋର୍ଟ ରୁମ୍‌ରେ ମଧ୍ୟ ଏକ୍ୟୁଆଇ ସ୍ତର ୯୦୦ ରହିଛି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର