ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା 'ଦୀପାବଳି'

Madhusudan Das Picture
Published On

ନୂଆଦିଲ୍ଲୀ: ପ୍ରତି ଭାରତୀୟଙ୍କ ପାଇଁ ଖୁସି ଖବର । ୟୁନେସ୍କୋ ହେରିଟେଜ ଲିଷ୍ଟରେ ସ୍ଥାନ ପାଇଲା 'ଦୀପାବଳି' । ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ 'ଦୀପାବଳି' ସ୍ଥାନ ପାଇଛି । ଏନେଇ 'X'ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି 'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ' । 'ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ' । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । 

ଆହୁରି ପଢ଼ନ୍ତୁ: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ସୁଭଦ୍ରା ପଞ୍ଜୀକରଣ, ୩୦ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଦୀପାବଳି ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହାକୁ ଦେଶ ଧୁମଧାମରେ ପାଳନ କରିଥାଏ । ଏହାକୁ ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା ୟୁନେସ୍କୋ ତାର ଅମୃତ ସାଂସ୍କୃତିକ ସୂଚୀରେ ସାମିଲ କରିଛି । ଭାରତର ୧୫ଟି ସାଂସ୍କୃତିକ ପରମ୍ପରା ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଯେଉଁଥିରେ କୁମ୍ଭମେଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା ନୃତ୍ୟ, ଯୋଗ, ପୋଙ୍ଗଲ, ବୈଶାଖୀ ଏବଂ ରାମଲୀଳା ପରି ପର୍ବ ଅନ୍ତର୍ଭୁକ୍ତ ହୋଇଛି । ୟୁନେସ୍କୋର ଏହି ପଦକ୍ଷେପକୁ ପ୍ରଶଂସା କରିଛି ଭାରତ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବ୍ବିର ଅହମ୍ମଦ ଲୋନ ଗିରଫ

10 Dec 2025 By Madhusudan Das

ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା 'ଦୀପାବଳି'

ନୂଆଦିଲ୍ଲୀ: ପ୍ରତି ଭାରତୀୟଙ୍କ ପାଇଁ ଖୁସି ଖବର । ୟୁନେସ୍କୋ ହେରିଟେଜ ଲିଷ୍ଟରେ ସ୍ଥାନ ପାଇଲା 'ଦୀପାବଳି' । ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ 'ଦୀପାବଳି' ସ୍ଥାନ ପାଇଛି । ଏନେଇ 'X'ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି 'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ' । 'ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ' । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । 

ଦୀପାବଳି ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହାକୁ ଦେଶ ଧୁମଧାମରେ ପାଳନ କରିଥାଏ । ଏହାକୁ ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା ୟୁନେସ୍କୋ ତାର ଅମୃତ ସାଂସ୍କୃତିକ ସୂଚୀରେ ସାମିଲ କରିଛି । ଭାରତର ୧୫ଟି ସାଂସ୍କୃତିକ ପରମ୍ପରା ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଯେଉଁଥିରେ କୁମ୍ଭମେଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା ନୃତ୍ୟ, ଯୋଗ, ପୋଙ୍ଗଲ, ବୈଶାଖୀ ଏବଂ ରାମଲୀଳା ପରି ପର୍ବ ଅନ୍ତର୍ଭୁକ୍ତ ହୋଇଛି । ୟୁନେସ୍କୋର ଏହି ପଦକ୍ଷେପକୁ ପ୍ରଶଂସା କରିଛି ଭାରତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର