କଲମ୍ବିଆରେ ଭୟଙ୍କର ସାମରିକ ବିମାନ ଦୁର୍ଘଟଣା; ୬୬ମୃତ, ୫୭ ଆହତ

Madhusudan Das Picture
Published On

ନୂଆଦିଲ୍ଲୀ: କଲମ୍ୱିଆରେ ଭୟଙ୍କର ବିମାନ ଦୁର୍ଘଟଣା । କଲମ୍ବିଆର ଦକ୍ଷିଣାଞ୍ଚଳରେ ଥିବା ପୁଟୁମାୟୋ (Putumayo) ଅଞ୍ଚଳରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟାବହ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୬ରେ ପହଞ୍ଚିଥିବା ବେଳେ ୫୭ ଜଣ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଓ ସାମରିକ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସାମାଜିକ ଗଣମାଧ୍ୟମ ଏକ୍ସ (X)ରେ ଏକ ଭିଡିଓ ବାର୍ତ୍ତା ଜାରି କରି କଲମ୍ବିଆ ଏରୋସ୍ପେସ୍ ଫୋର୍ସ (FAC)ର କମାଣ୍ଡର କାର୍ଲୋସ୍ ସିଲଭା ସୂଚନା ଦେଇଛନ୍ତି ଯେ, ଏହି ସି-୧୩୦ ହର୍କ୍ୟୁଲିସ୍ (C-130 Hercules) ପରିବହନ ବିମାନରେ ୧୧୪ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟ ଥିଲେ। ଏହାର କାରଣ ଅନୁସନ୍ଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି। କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ବିମାନରେ ଥିବା ୪୦ରୁ ଅଧିକ ବ୍ୟକ୍ତିଙ୍କ ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଜଣାଇଛନ୍ତି ଯେ, ଏହି ଦୁର୍ଘଟଣା ପେରୁ ସୀମା ନିକଟବର୍ତ୍ତୀ ପୁଏର୍ତ୍ତୋ ଲେଗୁଇଜାମୋ (Puerto Leguízamo)ରୁ ଉଡ଼ାଣ ଭରିବା ସମୟରେ ଘଟିଥିଲା। ଅଗ୍ନିଶମ ବାହିନୀ ଅଧିକାରୀ ଏଡୁଆର୍ଡୋ ସାନ୍ ଜୁଆନ୍ କାଲେଜାସ୍ଙ୍କ କହିବା ଅନୁଯାୟୀ, ରନୱେର ଶେଷ ଭାଗରେ ବିମାନଟି କୌଣସି ଜିନିଷ ସହ ଧକ୍କା ହୋଇଥିଲା ଏବଂ ତଳକୁ ଖସିବା ବେଳେ ଏହାର ଡେଣା ଏକ ଗଛରେ ବାଡ଼େଇ ହୋଇଯାଇଥିଲା। ଏହାପରେ ବିମାନଟିରେ ନିଆଁ ଲାଗିଯିବା ସହ ଭିତରେ ଥିବା କିଛି ବିସ୍ଫୋରକ ସାମଗ୍ରୀ ଫାଟି ଯାଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ପ୍ରଥମେ ସ୍ଥାନୀୟ ଲୋକମାନେ ନିଜ ମୋଟରସାଇକେଲ୍ ସାହାଯ୍ୟରେ ଆହତ ସୈନିକମାନଙ୍କୁ ଉଦ୍ଧାର କରିଥିଲେ। ପରେ ସାମରିକ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା କଲମ୍ବିଆ ବାୟୁସେନାର ନିକଟ ଅତୀତର ସବୁଠାରୁ ବଡ଼ ଏବଂ ଭୟଙ୍କର ଦୁର୍ଘଟଣା ବୋଲି କୁହାଯାଉଛି।

ନିର୍ମାତା କମ୍ପାନୀ ଲକହିଡ୍ ମାର୍ଟିନ୍ (Lockheed Martin)ର ଜଣେ ମୁଖପାତ୍ର କହିଛନ୍ତି ଯେ ସେମାନେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ୧୯୫୦ ଦଶକରେ ପ୍ରଥମେ ପ୍ରବର୍ତ୍ତିତ ଏହି ସି-୧୩୦ ହର୍କ୍ୟୁଲିସ୍ ବିମାନକୁ କଲମ୍ବିଆ ୧୯୬୦ ଦଶକର ଶେଷ ଭାଗରେ କିଣିଥିଲା। କଲମ୍ବିଆରେ ସାମରିକ ଅଭିଯାନ ପାଇଁ ସୈନ୍ୟ ପରିବହନରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ। ଦେଶର ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଆଭ୍ୟନ୍ତରୀଣ ସଂଘର୍ଷରେ ଏହିଭଳି ବିମାନର ପ୍ରମୁଖ ଭୂମିକା ରହିଛି, ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୪,୫୦,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର