ଭୟଙ୍କର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ଆଫଗାନିସ୍ତାନ; ୨୦୫୩ ଜଣଙ୍କ ମୃତ୍ୟୁ, ୯,୨୪୦ ଆହତ

The Sakala Picture
Published On

କାବୁଲ: ଶନିବାର ଆସିଥିବା ୬.୩ ତୀବ୍ରତାର ଭୂକମ୍ପରେ ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ ଦେଖିବାକୁ ମିଳୁଛି। ଅନେକ ଗାଁ ମାଟିରେ ମିଶି ଯାଇଛି। ଦିନେ ଯେଉଁଠି ସୁଉଚ୍ଚ କୋଠା ଥିଲା ଆଜି ସେଠି ଅବଶେଷ ଦେଖିବାକୁ ମିଳୁଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨,୦୫୩ରେ ପହଞ୍ଚି ଯାଇଛି। ଆହତଙ୍କ ସଂଖ୍ୟା ୯,୨୪୦ ଛୁଇଁଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନ ସୂଚନା ମନ୍ତ୍ରାଳୟର ପ୍ରବକ୍ତା ଅବଦୁଲ ୱାହିଦ […]

କାବୁଲ: ଶନିବାର ଆସିଥିବା ୬.୩ ତୀବ୍ରତାର ଭୂକମ୍ପରେ ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ ଦେଖିବାକୁ ମିଳୁଛି। ଅନେକ ଗାଁ ମାଟିରେ ମିଶି ଯାଇଛି। ଦିନେ ଯେଉଁଠି ସୁଉଚ୍ଚ କୋଠା ଥିଲା ଆଜି ସେଠି ଅବଶେଷ ଦେଖିବାକୁ ମିଳୁଛି। ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨,୦୫୩ରେ ପହଞ୍ଚି ଯାଇଛି। ଆହତଙ୍କ ସଂଖ୍ୟା ୯,୨୪୦ ଛୁଇଁଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନ ସୂଚନା ମନ୍ତ୍ରାଳୟର ପ୍ରବକ୍ତା ଅବଦୁଲ ୱାହିଦ ରେୟାନ କହିଛନ୍ତି। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ହେରାତ୍‌ ପ୍ରଦେଶର ୬ଟି ଗାଁ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଅବଶେଷ ତଳୁ ଜୀବନ ସନ୍ଧାନ କରାଯାଉଛି। ଶହ ଶହ ଲୋକ ଦବି ରହିଥିବା କୁହାଯାଉଛି। ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବଡ଼ ଭୂକମ୍ପ ପରେ ୩ ଘଣ୍ଟା ମଧ୍ୟରେ ୬ ଥର ଭୂଇଁ ଥରିଛି। ହେରାତ ସହରରୁ ପ୍ରାୟ ୪୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ସୂଚନା ମିଳିଛି। ଭୂକମ୍ପରେ ଘର ହରାଇଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଇବା ପିଇବାକୁ ମିଳୁନାହିଁ। ଜରୁରୀ ସାମଗ୍ରୀ ଅଭାବ ଦେଖା ଦେଇଛି। ଲୋକେ ମୁକ୍ତ ଆକାଶ ତଳେ ଜୀବନ ବିତାଉଛନ୍ତି। ଖୁବଶୀଘ୍ର ଟେଣ୍ଟ, ଖାଦ୍ୟପଦାର୍ଥ ଏବଂ ଔଷଧ ଯୋଗାଣ କରିବା ପାଇଁ ତାଲିବାନ ଏନ୍‌ଜିଓ ଗୁଡ଼ିକୁ ଅନୁରୋଧ କରିଛି। ଜାତିସଂଘ (ୟୁଏନ୍‌) କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୪୬୫ ଘର ଧ୍ବଂସ ହୋଇଯାଇଛି। ୧୩୫ ଘର କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସୂଚନାଯୋଗ୍ୟ ଯେ ଶନିବାର ସକାଳ ୧୧ଟାରେ ଆଫଗାନିସ୍ତାନରେ ଭୂକମ୍ପ ଆସିଥିଲା। ବଡ଼ ଭୂକମ୍ପ ପରେ ଆସିଥିବା ଝଟ୍‌କାର ତୀବ୍ରତା ୪.୬ରୁ ୬.୩ ମଧ୍ୟରେ ଥିଲା ବୋଲି ଆମେରିକା ଜିୟୋଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ୪.୩ ତୀବ୍ରତାର ଭୂକମ୍ପ ହୋଇଥିଲା। ମାର୍ଚ୍ଚରେ ଭୂକମ୍ପ ଲାଗି ୧୩ ଜଣଙ୍କ ଜୀବନ ଯାଇଥିଲା। ୩୦୦ ଜଣ ମଧ୍ୟ ଆହତ ହୋଇଥିଲେ। ୨୦୨୨ ଜୁନ୍‌ରେ ୬.୧ ତୀବ୍ରତାର ଭୂକମ୍ପ ହୋଇଥିଲା। ଏଥିରେ ପ୍ରାୟ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦୦ ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର