ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ଅନୁମତି

The Sakala Picture
Published On

ଭୁବନେଶ୍ୱର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହାର ପରୀକ୍ଷା କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ ସୂଚନା ଦେଇଛନ୍ତି। ଗତ ଜୁଲାଇ ୨୯ରେ ଏହି ଦୁଇ ଡୋଜର ମିକ୍ସଡ ପ୍ରୟୋଗ ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ବିଷୟଗତ ବିଶେଷଜ୍ଞ କମିଟି ସ୍ୱୀକୃତି […]

ଭୁବନେଶ୍ୱର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା ଏହାର ପରୀକ୍ଷା କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ବିଭାଗ ସଦସ୍ୟ ଡାକ୍ତର ଭି.କେ. ପଲ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଗତ ଜୁଲାଇ ୨୯ରେ ଏହି ଦୁଇ ଡୋଜର ମିକ୍ସଡ ପ୍ରୟୋଗ ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ବିଷୟଗତ ବିଶେଷଜ୍ଞ କମିଟି ସ୍ୱୀକୃତି ଦେଇଥିଲା। ପୂର୍ବରୁ ଉତ୍ତରପ୍ରଦେଶରେ ବିଭିନ୍ନ ବୟସର ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଥମେ କୋଭିସିଲଡ ଦିଆଯିବା ପରେ ଏହାର ୬ ମାସ ପରେ କୋଭାକ୍ସିନ ଦିଆଯାଇଥିଲା। ତେବେ ମିକ୍ସଡ ଡୋଜ ନେଲେ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଆଇସିଏମଆର କହିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମିକ୍ସ ଟିକା ଦେବାକୁ ବୈଜ୍ଞାନିକ ଅନୁମତି ମିଳିନି। କିଛି ଦେଶରେ ମିକ୍ସ ଟିକା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସହାୟକ ହୋଇଛି। ଏହା ବିଶ୍ୱରେ ନୂଆ ନୁହେଁ। ପୂର୍ବରୁ ଇସ୍ରାଏଲ, ୟୁକେରେ ମିକ୍ସ ଟିକା ନିଆଯାଇଛି। ଫାଇଜର ଓ ମଡର୍ଣ୍ଣା ପରି ଟିକା ମିକ୍ସ କିର ମଧ୍ୟ ଦିଆଯାଇଛି। ଦେଶରେ ମଧ୍ୟ ମିକ୍ସ ଟିକାର ଟ୍ରାଏଲ ପାଇଁ ଅନୁମତି ମିଳିଛି। ତେବେ ଭାରତ ସରକାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ମିକ୍ସ ଟିକା ଦେଶରେ କାର୍ୟ୍ୟକାରୀ କରାଯିବ। ମିକ୍ସ ଟିକାକୁ ଅନୁମତି ମିଳିଲେ ଟିକାକରଣ ସରଳ ହେବ ବୋଲି ବୋଲି ସିବିକେ ମହାନ୍ତି କହିଛନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର