ଚାଷୀଙ୍କ ପେଟକୁ ଆଉ ଏକ ଲାତ : ସାର କୁଇଣ୍ଟାଲ ପିଛା ୧୪ଶହ ଟଙ୍କା ବଢ଼ିଲା

The Sakala Picture
Published On

ନୂଆଦିଲ୍ଲୀ/ଭୁବନେଶ୍ବର : ବାରମ୍ବାର କେନ୍ଦ୍ର ଅବହେଳାର ଶିକାର ହୋଇଆସୁଥିବା ଚାଷୀଙ୍କ ମୁଣ୍ଡରେ ଏବେ ଆଉ ଏକ ଚଡ଼କ ପଡ଼ିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ କୃଷକ ଆନ୍ଦୋଳନ ଚାଲିଛି। ଏପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ଓଡ଼ିଶା ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି। ଏହି ସମୟରେ ୟୁରିଆ ପରେ ଦେଶରେ ସର୍ବାଧିକ ବ୍ୟବହୃତ ଡାଇ-ଆମୋନିୟମ୍‌ ଫସ୍‌ଫେଟ୍‌ (ଡିଏପି) ସାର ଦର ବଢ଼ିଛି। ପଚାଶ କି ଶହେ ଟଙ୍କା ନୁହେଁ; […]

ନୂଆଦିଲ୍ଲୀ/ଭୁବନେଶ୍ବର : ବାରମ୍ବାର କେନ୍ଦ୍ର ଅବହେଳାର ଶିକାର ହୋଇଆସୁଥିବା ଚାଷୀଙ୍କ ମୁଣ୍ଡରେ ଏବେ ଆଉ ଏକ ଚଡ଼କ ପଡ଼ିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ କୃଷକ ଆନ୍ଦୋଳନ ଚାଲିଛି। ଏପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ଓଡ଼ିଶା ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି। ଏହି ସମୟରେ ୟୁରିଆ ପରେ ଦେଶରେ ସର୍ବାଧିକ ବ୍ୟବହୃତ ଡାଇ-ଆମୋନିୟମ୍‌ ଫସ୍‌ଫେଟ୍‌ (ଡିଏପି) ସାର ଦର ବଢ଼ିଛି। ପଚାଶ କି ଶହେ ଟଙ୍କା ନୁହେଁ; ଡିଏପି ସାର ମୂଲ୍ୟ ଏକା ଥରକେ କୁଇଣ୍ଟାଲ ପିଛା ୧୪୦୦ ଟଙ୍କା ବଢ଼ିଛି। ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ୍‌ (ଇଫ୍‌କୋ) ଡିଏପି ସାର ମୂଲ୍ୟ ପ୍ରତି ବ୍ୟାଗ୍‌ (୫୦ କେଜି) ପିଛା ୧୨ଶହରୁ ୧୯୦୦ ଟଙ୍କାକୁ ବୃଦ୍ଧି ଘଟାଇଛି। ଏହି ବର୍ଦ୍ଧିତ ଦର ଏପ୍ରିଲ ପହିଲାଠାରୁ ଲାଗୁ ହୋଇଛି। ଦର ବୃଦ୍ଧିକୁ ଦେଶର ଚାଷୀ ସଂଗଠନଗୁଡିକ ଘୋର ବିରୋଧ କରିଛନ୍ତି। ସେମାନେ ଏବେ ନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଦିଲ୍ଲୀରେ ଚାଞ୍ଚଲ୍ୟ: ଘରକୁ 'ଖରାପ ଶକ୍ତି' ଆଣୁଥିବା ସନ୍ଦେହରେ ଘରୋଇ ସହାୟିକାଙ୍କୁ ପିଟି ପିଟି ହତ୍ୟା କଲେ ଡାକ୍ତର

ଡିଏପି ସାର ମୂଲ୍ୟରେ ହୋଇଥିବା ଏହି ବୃଦ୍ଧି କରୋନା ମାଡ଼ରେ ଏ ଯାଏ ଅଣ୍ଟା ସଳଖି ପାରି ନଥିବା ଦେଶର କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଦେବ। ଇଫ୍‌କୋ କର୍ତ୍ତୃପକ୍ଷ ତୁରନ୍ତ ବର୍ଦ୍ଧତ ଦର ପ୍ରତ୍ୟାହାର କରନ୍ତୁ ବୋଲି ଚାଷୀ ସଂଗଠନଗୁଡିକ ଦାବି କରିଛନ୍ତି। ଗତ ମାସରେ ୫୦ କେଜି ଡିଏପି ସାର ପ୍ୟାକେଟ୍‌ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଦର ବୃଦ୍ଧି ପରେ ଏହା ପ୍ୟାକେଟ୍ ପିଛା ୧୯୦୦ ଟଙ୍କାରେ ପହଞ୍ଚିଛି। ଅନ୍ୟ ସାର କମ୍ପାନୀଗୁଡିକ ପୂର୍ବରୁ ଡିଏପି ସାର ଦର ବୃଦ୍ଧି କରିସାରିଛନ୍ତି। ଏହି ସାର ପ୍ରସ୍ତୁତ କରୁଥିବା ପାରାଦ୍ୱୀପ ଫସ୍‌ଫେଟସ୍‌  ଲିମିଟେଡ (ପିପିଏଲ) ଓ ଗୁଜରାଟ ଷ୍ଟେଟ୍‌ ଫର୍ଟିଲାଇଜର କର୍ପୋରେସନ (ଜିଏସଏଫସି) ପ୍ୟାକେଟ୍‌ ପିଛା ୩୦୦ ଟଙ୍କା ବୃଦ୍ଧି କରି ୧୫୦୦ ଟଙ୍କା ଦରରେ ବିକ୍ରି କରୁଥିଲେ।

ଆହୁରି ପଢ଼ନ୍ତୁ: ନିଟ୍ ୟୁଜି ୨୦୨୬ ରି-ଟେଷ୍ଟ: ଟେଲିଗ୍ରାମ ବ୍ୟାନ୍ ଉପରେ କେନ୍ଦ୍ରର ନିଷ୍ପତ୍ତିକୁ କାଏମ୍ ରଖିଲେ ଦିଲ୍ଲୀ ହାଇକୋର୍ଟ

ଏବେ ଇଫ୍‌କୋ ନୂଆ ଦର ଲାଗୁ କରିଥିବାରୁ ଅନ୍ୟ କମ୍ପାନୀଗୁଡିକ ଡିଏପି ସାର ଦରକୁ ଏହି ସ୍ତରରେ ରଖିବା ପାଇଁ ମୂଲ୍ୟ ବୃଦ୍ଧି ଘଟାଇବା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି। ଡିଏପିର ଏହି ନୂଆ ମୂଲ୍ୟ ଗତ ୭୫ ବର୍ଷରେ ସର୍ବାଧିକ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୂରଜେୱାଲା କହିଛନ୍ତି। ସାରର ଏପରି ମୂଲ୍ୟ ବୃଦ୍ଧି ଦେଶରେ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେବ ବୋଲି ନୂଆଦିଲ୍ଲୀରେ ଆନ୍ଦୋଳନରତ ଭାରତୀୟ କିଷାନ ୟୁନିଅନ (ରାଜେୱାଲ)ର ସଭାପତି ବଲବୀର ସିଂହ ରାଜେୱାଲ କହିଛନ୍ତି। ଦେଶରେ ଜୁନ୍‌-ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଖରିଫ ଋତୁରେ ଏହି ସାରର ଆବଶ୍ୟକତା ରହୁଥିବାବେଳେ ଏହା ସ୍ୱଳ୍ପ ମାତ୍ରାରେ ବ୍ୟବହୃତ ହୋଇଥାଏ। ଚାଷୀ ଆଖୁ, ମୁଗ ଓ ପନିପରିବା ଚାଷରେ ଏହି ସାରର ମୁଖ୍ୟତଃ ଭାବେ ଉପଯୋଗ କରିଥାନ୍ତି। ଏହାଛଡା ଧାନ ଚାଷ ଲାଗି ଡିଏପିର ପ୍ରଚୁର ଆବଶ୍ୟକତା ରହିଥାଏ। ଏବେ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି। ଏ ସମ୍ପର୍କରେ ଇଫ୍‌କୋର ଏମ୍‌ଡି ତଥା ସିଇଓ ୟୁ.ଏସ୍‌. ଅୱସ୍ତି କହିଛନ୍ତି ଯେ, ଆମେ ନୂଆ ଦର ଚଳିତମାସ ପହିଲାରୁ ଲାଗୁ କରୁଛି। ବର୍ତ୍ତମାନ ଗୋଦାମରେ ମହଜୁଦ ଥିବା ସାର ଉପରେ କୃଷକଙ୍କୁ ବର୍ଦ୍ଧିତ ଦର ଦେବାକୁ ପଡ଼ିବନାହିଁ।

ଆହୁରି ପଢ଼ନ୍ତୁ: ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

09 Apr 2021 By The Sakala

ଚାଷୀଙ୍କ ପେଟକୁ ଆଉ ଏକ ଲାତ : ସାର କୁଇଣ୍ଟାଲ ପିଛା ୧୪ଶହ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ/ଭୁବନେଶ୍ବର : ବାରମ୍ବାର କେନ୍ଦ୍ର ଅବହେଳାର ଶିକାର ହୋଇଆସୁଥିବା ଚାଷୀଙ୍କ ମୁଣ୍ଡରେ ଏବେ ଆଉ ଏକ ଚଡ଼କ ପଡ଼ିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ କୃଷକ ଆନ୍ଦୋଳନ ଚାଲିଛି। ଏପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ଓଡ଼ିଶା ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି। ଏହି ସମୟରେ ୟୁରିଆ ପରେ ଦେଶରେ ସର୍ବାଧିକ ବ୍ୟବହୃତ ଡାଇ-ଆମୋନିୟମ୍‌ ଫସ୍‌ଫେଟ୍‌ (ଡିଏପି) ସାର ଦର ବଢ଼ିଛି। ପଚାଶ କି ଶହେ ଟଙ୍କା ନୁହେଁ; ଡିଏପି ସାର ମୂଲ୍ୟ ଏକା ଥରକେ କୁଇଣ୍ଟାଲ ପିଛା ୧୪୦୦ ଟଙ୍କା ବଢ଼ିଛି। ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ୍‌ (ଇଫ୍‌କୋ) ଡିଏପି ସାର ମୂଲ୍ୟ ପ୍ରତି ବ୍ୟାଗ୍‌ (୫୦ କେଜି) ପିଛା ୧୨ଶହରୁ ୧୯୦୦ ଟଙ୍କାକୁ ବୃଦ୍ଧି ଘଟାଇଛି। ଏହି ବର୍ଦ୍ଧିତ ଦର ଏପ୍ରିଲ ପହିଲାଠାରୁ ଲାଗୁ ହୋଇଛି। ଦର ବୃଦ୍ଧିକୁ ଦେଶର ଚାଷୀ ସଂଗଠନଗୁଡିକ ଘୋର ବିରୋଧ କରିଛନ୍ତି। ସେମାନେ ଏବେ ନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଡିଏପି ସାର ମୂଲ୍ୟରେ ହୋଇଥିବା ଏହି ବୃଦ୍ଧି କରୋନା ମାଡ଼ରେ ଏ ଯାଏ ଅଣ୍ଟା ସଳଖି ପାରି ନଥିବା ଦେଶର କୃଷକଙ୍କ ମେରୁଦଣ୍ଡ ଭାଙ୍ଗିଦେବ। ଇଫ୍‌କୋ କର୍ତ୍ତୃପକ୍ଷ ତୁରନ୍ତ ବର୍ଦ୍ଧତ ଦର ପ୍ରତ୍ୟାହାର କରନ୍ତୁ ବୋଲି ଚାଷୀ ସଂଗଠନଗୁଡିକ ଦାବି କରିଛନ୍ତି। ଗତ ମାସରେ ୫୦ କେଜି ଡିଏପି ସାର ପ୍ୟାକେଟ୍‌ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଦର ବୃଦ୍ଧି ପରେ ଏହା ପ୍ୟାକେଟ୍ ପିଛା ୧୯୦୦ ଟଙ୍କାରେ ପହଞ୍ଚିଛି। ଅନ୍ୟ ସାର କମ୍ପାନୀଗୁଡିକ ପୂର୍ବରୁ ଡିଏପି ସାର ଦର ବୃଦ୍ଧି କରିସାରିଛନ୍ତି। ଏହି ସାର ପ୍ରସ୍ତୁତ କରୁଥିବା ପାରାଦ୍ୱୀପ ଫସ୍‌ଫେଟସ୍‌  ଲିମିଟେଡ (ପିପିଏଲ) ଓ ଗୁଜରାଟ ଷ୍ଟେଟ୍‌ ଫର୍ଟିଲାଇଜର କର୍ପୋରେସନ (ଜିଏସଏଫସି) ପ୍ୟାକେଟ୍‌ ପିଛା ୩୦୦ ଟଙ୍କା ବୃଦ୍ଧି କରି ୧୫୦୦ ଟଙ୍କା ଦରରେ ବିକ୍ରି କରୁଥିଲେ।

ଏବେ ଇଫ୍‌କୋ ନୂଆ ଦର ଲାଗୁ କରିଥିବାରୁ ଅନ୍ୟ କମ୍ପାନୀଗୁଡିକ ଡିଏପି ସାର ଦରକୁ ଏହି ସ୍ତରରେ ରଖିବା ପାଇଁ ମୂଲ୍ୟ ବୃଦ୍ଧି ଘଟାଇବା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି। ଡିଏପିର ଏହି ନୂଆ ମୂଲ୍ୟ ଗତ ୭୫ ବର୍ଷରେ ସର୍ବାଧିକ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୂରଜେୱାଲା କହିଛନ୍ତି। ସାରର ଏପରି ମୂଲ୍ୟ ବୃଦ୍ଧି ଦେଶରେ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେବ ବୋଲି ନୂଆଦିଲ୍ଲୀରେ ଆନ୍ଦୋଳନରତ ଭାରତୀୟ କିଷାନ ୟୁନିଅନ (ରାଜେୱାଲ)ର ସଭାପତି ବଲବୀର ସିଂହ ରାଜେୱାଲ କହିଛନ୍ତି। ଦେଶରେ ଜୁନ୍‌-ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଖରିଫ ଋତୁରେ ଏହି ସାରର ଆବଶ୍ୟକତା ରହୁଥିବାବେଳେ ଏହା ସ୍ୱଳ୍ପ ମାତ୍ରାରେ ବ୍ୟବହୃତ ହୋଇଥାଏ। ଚାଷୀ ଆଖୁ, ମୁଗ ଓ ପନିପରିବା ଚାଷରେ ଏହି ସାରର ମୁଖ୍ୟତଃ ଭାବେ ଉପଯୋଗ କରିଥାନ୍ତି। ଏହାଛଡା ଧାନ ଚାଷ ଲାଗି ଡିଏପିର ପ୍ରଚୁର ଆବଶ୍ୟକତା ରହିଥାଏ। ଏବେ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି। ଏ ସମ୍ପର୍କରେ ଇଫ୍‌କୋର ଏମ୍‌ଡି ତଥା ସିଇଓ ୟୁ.ଏସ୍‌. ଅୱସ୍ତି କହିଛନ୍ତି ଯେ, ଆମେ ନୂଆ ଦର ଚଳିତମାସ ପହିଲାରୁ ଲାଗୁ କରୁଛି। ବର୍ତ୍ତମାନ ଗୋଦାମରେ ମହଜୁଦ ଥିବା ସାର ଉପରେ କୃଷକଙ୍କୁ ବର୍ଦ୍ଧିତ ଦର ଦେବାକୁ ପଡ଼ିବନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର