କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

The Sakala Picture
Published On

ନୂଆଦିଲ୍ଲୀ: କରୋନା କାଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସୂତ୍ର ଅନୁସାରେ, କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀଙ୍କ ତିନି କିସ୍ତି ମହଙ୍ଗା ଭତ୍ତା ମିଳି ନ ଥିଲା । କରୋନା ସଂକଟ ପାଇଁ […]

ନୂଆଦିଲ୍ଲୀ: କରୋନା କାଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସୂତ୍ର ଅନୁସାରେ, କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀଙ୍କ ତିନି କିସ୍ତି ମହଙ୍ଗା ଭତ୍ତା ମିଳି ନ ଥିଲା । କରୋନା ସଂକଟ ପାଇଁ ସରକାର ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇଥିଲେ । ଏବେ ମହଙ୍ଗା ଭତ୍ତା ବଢ଼ିବା ପରେ ସେପ୍ଟେମ୍ବରରେ ଅଧିକ ଦରମା ମିଳିପାରେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

କରୋନା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇ ଥିଲେ । ଏବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ଏହାର ଲାଭ କର୍ମଚାରୀଙ୍କୁ ମିଳିପାରେ । କ୍ୟାବିନେଟ ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର କ୍ୟାବିନେଟ୍ ବୈଠକ ବସିଥିଲା । କରୋନା ପାଇଁ ପୂର୍ବରୁ ସମସ୍ତ କ୍ୟାବିନେଟ୍ ବୈଠକ ଭର୍ଚୁଆଲରେ ହେଉଥିଲା ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

14 Jul 2021 By The Sakala

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କରୋନା କାଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସୂତ୍ର ଅନୁସାରେ, କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀଙ୍କ ତିନି କିସ୍ତି ମହଙ୍ଗା ଭତ୍ତା ମିଳି ନ ଥିଲା । କରୋନା ସଂକଟ ପାଇଁ ସରକାର ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇଥିଲେ । ଏବେ ମହଙ୍ଗା ଭତ୍ତା ବଢ଼ିବା ପରେ ସେପ୍ଟେମ୍ବରରେ ଅଧିକ ଦରମା ମିଳିପାରେ ।

କରୋନା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇ ଥିଲେ । ଏବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ଏହାର ଲାଭ କର୍ମଚାରୀଙ୍କୁ ମିଳିପାରେ । କ୍ୟାବିନେଟ ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର କ୍ୟାବିନେଟ୍ ବୈଠକ ବସିଥିଲା । କରୋନା ପାଇଁ ପୂର୍ବରୁ ସମସ୍ତ କ୍ୟାବିନେଟ୍ ବୈଠକ ଭର୍ଚୁଆଲରେ ହେଉଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର