ହସ୍ପିଟାଲ, ଶ୍ମଶାନରେ ଗହଳି: ଚୀନ୍‌ରେ ନୂଆ ଭୂତାଣୁ ଆତଙ୍କ…

The Sakala Picture
Published On

ବେଜିଂ: କରୋନା ମହାମାରୀର ୫ ବର୍ଷ ପରେ ପୁଣି ଚୀନ୍‌ ଭୟ ସୃଷ୍ଟି କରିଛି। ଏହି ଦେଶରେ ଆଉ ଏକ ନୂଆ ଭୂତାଣୁ ବ୍ୟାପିବାରେ ଲାଗିଛି। ଏହାର ନାମ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (ଏଚ୍‌ଏମ୍‌ପିଭି)। ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହସ୍ପିଟାଲଗୁଡିକ ଫୁଲ୍‌ ହୋଇଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବାରୁ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଗହଳି ଲାଗିଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଚୀନ୍‌ରେ […]

ବେଜିଂ: କରୋନା ମହାମାରୀର ୫ ବର୍ଷ ପରେ ପୁଣି ଚୀନ୍‌ ଭୟ ସୃଷ୍ଟି କରିଛି। ଏହି ଦେଶରେ ଆଉ ଏକ ନୂଆ ଭୂତାଣୁ ବ୍ୟାପିବାରେ ଲାଗିଛି। ଏହାର ନାମ ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (ଏଚ୍‌ଏମ୍‌ପିଭି)। ଏହା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ହସ୍ପିଟାଲଗୁଡିକ ଫୁଲ୍‌ ହୋଇଯାଇଛି। ମୃତ୍ୟୁସଂଖ୍ୟା ବଢ଼ିବାରୁ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଗହଳି ଲାଗିଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଚୀନ୍‌ରେ ଜରୁରୀକାଳୀନ ସ୍ଥିତି କାର୍ଯ୍ୟକାରୀ ହୋଇଥିବା ଦାବି କରାଯାଉଛି। ତେବେ ଏ ନେଇ ଚୀନ୍‌ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଲୋକେ ଏହାକୁ କରୋନା-୨ ବୋଲି କହୁଛନ୍ତି। ଏଚଏମ୍‌ପିଭି ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଆଉ କିଛି ରିପୋର୍ଟରେ ଚୀନ୍‌ରେ ଅନେକ ଭୂତାଣୁ ବ୍ୟାପିଥିବା କୁହାଯାଇଛି। ଏହା ମଧ୍ୟରେ ଇନ୍‌ଫ୍ଲୁଏଞ୍ଜା-ଏ, ଏଚଏମପିଭି, ମାଇକୋପ୍ଲାଜମା ନିମୋନିଆ ଏବଂ କରୋନା ସାମିଲ ରହିଛି। ଏହା ବିଶେଷ କରି ଶିଶୁଙ୍କୁ ପ୍ରଭାବିତ କରୁଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର