ମନୋରଞ୍ଜନ
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସମାଲୋଚନା , ‘ଅଙ୍କଲ୍ଜୀ… ଆଉ ଏକ ଚାକିରି ଖୋଜ’
କୋଲକାତା : ଟିଏମସି ସରକାର ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନିଖରଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଧନଖର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା କହିଛନ୍ତି। ଏହାକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ନିଜକୁ ପଦ ଛାଡି ଦିଲ୍ଲୀ ଚାଲିଯିବା ଉଚିତ ଏବଂ ସେଠାରେ ନୂଆ ଚାକିରି ଖୋଜିବା ଉଚିତ | ମୋଇତ୍ରି ଧନଖରଙ୍କୁ ଅଙ୍କଲଜୀ ମଧ୍ୟ କହିଛନ୍ତି । […]
କୋଲକାତା : ଟିଏମସି ସରକାର ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନିଖରଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଧନଖର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା କହିଛନ୍ତି। ଏହାକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ନିଜକୁ ପଦ ଛାଡି ଦିଲ୍ଲୀ ଚାଲିଯିବା ଉଚିତ ଏବଂ ସେଠାରେ ନୂଆ ଚାକିରି ଖୋଜିବା ଉଚିତ | ମୋଇତ୍ରି ଧନଖରଙ୍କୁ ଅଙ୍କଲଜୀ ମଧ୍ୟ କହିଛନ୍ତି ।
ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ
ସେ ଅଭିଯୋଗ କରିଛନ୍ତି ଯେ ଧନଖର ନିଜ ପରିବାର ଲୋକ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ରାଜଭବନରେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଅଫିସର ଅନ ସ୍ପେସିଆଲ ଡ୍ୟୁଟି(ଓଏସଡି) ବନାଯାଇଛି। ମହୁଆ କହିଛନ୍ତି ଯେ ରାଜ୍ୟପାଳଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆମର ଗଣତାନ୍ତ୍ରିକ ଅଧିକାର ରହିଛି। ସେ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି। ସେ ନିଜ ଚେହେରାକୁ ଆଇନାରେ ଦେଖନ୍ତୁ । ରାଜ୍ୟପାଳ ନିଜ ଗାଁ ଏବଂ ବଂଶକୁ ରାଜଭବନକୁ ନେଇ ଆସିଛନ୍ତି ।






