ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରୂପ ବଦଳାଉଛି କୋଭିଡ ଭୁତାଣୁ; ମ୍ୟୁଟେଟ୍ ହେଉଛି XBB.1.16 ଭାରିଆଣ୍ଟ, ଭାରତରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଉପରମୁହାଁ ହେଉଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି […]

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଉପରମୁହାଁ ହେଉଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଏକ୍ସ-ବି-ବି ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରମ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ । ୧୫ମାସ ଭିତରେ ଓମିକ୍ରନର ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭାରିଆଣ୍ଟ ଏକ୍ସବିବି ପ୍ରଜାତିର । ତେବେ ଓମିକ୍ରନର ସବୁ ଭାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।

ଆହୁରି ପଢ଼ନ୍ତୁ: ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ NTA ର ବଡ଼ ଘୋଷଣା: ବଢ଼ିଲା ପରୀକ୍ଷା ସମୟ ଓ ରଫ୍‌ ସିଟ୍‌ ସଂଖ୍ୟା

ଅନ୍ୟପଟେ ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଆସାମରେ ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ଯବାନ ସହିଦ, କୋ-ପାଇଲଟ୍ ସୁରକ୍ଷିତ

08 Apr 2023 By The Sakala

ରୂପ ବଦଳାଉଛି କୋଭିଡ ଭୁତାଣୁ; ମ୍ୟୁଟେଟ୍ ହେଉଛି XBB.1.16 ଭାରିଆଣ୍ଟ, ଭାରତରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଉପରମୁହାଁ ହେଉଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।

ଏକ୍ସ-ବି-ବି ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରମ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ । ୧୫ମାସ ଭିତରେ ଓମିକ୍ରନର ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭାରିଆଣ୍ଟ ଏକ୍ସବିବି ପ୍ରଜାତିର । ତେବେ ଓମିକ୍ରନର ସବୁ ଭାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।

ଅନ୍ୟପଟେ ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର