କରୋନାର ଡେଲ୍ଟା ଭାରିଆଣ୍ଟଠୁ ଅଧିକ ବିପଜ୍ଜନକ ହେଉଛି ‘ମୁ’ ଭାରିଆଣ୍ଟ

The Sakala Picture
Published On

ଜିନେଭା: ଦିନକୁ ଦିନ ନିଜର ରୂପ ବଦଳାଉଛି ମହାମାରୀ କରୋନା ଭୁତାଣୁ । କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । କରୋନାର ବିଭିନ୍ନ ଭାରିଆଣ୍ଟ ଆସିବା ପରେ ଏବେ ଆସିଛି ନୂଆ ଭାରିଆଣ୍ଟ ‘ମୁ’ । ଏହି ନୂଆ ଭୁତାଣୁର ବୈଜ୍ଞାନିକ ନାମ ଦିଆଯାଇଛି B.1.621 ଭାରିଆଣ୍ଟ । ଜାନୁୟାରୀ ମାସରେ ପ୍ରଥମେ ଏହି ଭାରିଆଣ୍ଟ କଲୋମ୍ବିଆରେ ଚିହ୍ନଟ କରାଯାଇଥିଲା […]

ଜିନେଭା: ଦିନକୁ ଦିନ ନିଜର ରୂପ ବଦଳାଉଛି ମହାମାରୀ କରୋନା ଭୁତାଣୁ । କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । କରୋନାର ବିଭିନ୍ନ ଭାରିଆଣ୍ଟ ଆସିବା ପରେ ଏବେ ଆସିଛି ନୂଆ ଭାରିଆଣ୍ଟ ‘ମୁ’ । ଏହି ନୂଆ ଭୁତାଣୁର ବୈଜ୍ଞାନିକ ନାମ ଦିଆଯାଇଛି B.1.621 ଭାରିଆଣ୍ଟ । ଜାନୁୟାରୀ ମାସରେ ପ୍ରଥମେ ଏହି ଭାରିଆଣ୍ଟ କଲୋମ୍ବିଆରେ ଚିହ୍ନଟ କରାଯାଇଥିଲା ଓ ଅଗଷ୍ଟ ମାସରେ ଭାଇରସ ଅଫ ଇଂଟରେଷ୍ଟ ଶ୍ରେଣୀରେ ରଖିଛି ଡବ୍ଲୁଏଚଓ ।ଏହି ଭାରିଆଣ୍ଟ ଟିକାର ସୁରକ୍ଷା ବଳୟକୁ ଭେଦ କରି ସଂକ୍ରମଣ କରିବାକୁ ସକ୍ଷମ । କରୋନାର ‘ମୁ’ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି । ତେବେ ଏନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

୨୦୨୧ ଜାନୁଆରୀରେ କଲମ୍ବିଆରେ କରୋନାର ‘ମୁ’ ଭାରିଆଣ୍ଟ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସୁଦ୍ଧା କଲମ୍ବିଆରେ ୩୯ ପ୍ରତିଶତ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ପରେ ପରେ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା, ୟୁରୋପ ସହ ଅନ୍ୟ ଦେଶକୁ ବ୍ୟାପିଛି । ବୈଶ୍ୱିକ ସ୍ତରରେ ଏହି ଭାରିଆଣ୍ଟ ସଂକ୍ରମଣ ୦.୧ ପ୍ରତିଶତରୁ କମ୍ ରହିଛି ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

02 Sep 2021 By The Sakala

କରୋନାର ଡେଲ୍ଟା ଭାରିଆଣ୍ଟଠୁ ଅଧିକ ବିପଜ୍ଜନକ ହେଉଛି ‘ମୁ’ ଭାରିଆଣ୍ଟ

ଜିନେଭା: ଦିନକୁ ଦିନ ନିଜର ରୂପ ବଦଳାଉଛି ମହାମାରୀ କରୋନା ଭୁତାଣୁ । କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । କରୋନାର ବିଭିନ୍ନ ଭାରିଆଣ୍ଟ ଆସିବା ପରେ ଏବେ ଆସିଛି ନୂଆ ଭାରିଆଣ୍ଟ ‘ମୁ’ । ଏହି ନୂଆ ଭୁତାଣୁର ବୈଜ୍ଞାନିକ ନାମ ଦିଆଯାଇଛି B.1.621 ଭାରିଆଣ୍ଟ । ଜାନୁୟାରୀ ମାସରେ ପ୍ରଥମେ ଏହି ଭାରିଆଣ୍ଟ କଲୋମ୍ବିଆରେ ଚିହ୍ନଟ କରାଯାଇଥିଲା ଓ ଅଗଷ୍ଟ ମାସରେ ଭାଇରସ ଅଫ ଇଂଟରେଷ୍ଟ ଶ୍ରେଣୀରେ ରଖିଛି ଡବ୍ଲୁଏଚଓ ।ଏହି ଭାରିଆଣ୍ଟ ଟିକାର ସୁରକ୍ଷା ବଳୟକୁ ଭେଦ କରି ସଂକ୍ରମଣ କରିବାକୁ ସକ୍ଷମ । କରୋନାର ‘ମୁ’ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି । ତେବେ ଏନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

୨୦୨୧ ଜାନୁଆରୀରେ କଲମ୍ବିଆରେ କରୋନାର ‘ମୁ’ ଭାରିଆଣ୍ଟ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସୁଦ୍ଧା କଲମ୍ବିଆରେ ୩୯ ପ୍ରତିଶତ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ପରେ ପରେ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା, ୟୁରୋପ ସହ ଅନ୍ୟ ଦେଶକୁ ବ୍ୟାପିଛି । ବୈଶ୍ୱିକ ସ୍ତରରେ ଏହି ଭାରିଆଣ୍ଟ ସଂକ୍ରମଣ ୦.୧ ପ୍ରତିଶତରୁ କମ୍ ରହିଛି ।

https://www.thesakala.in/national-international/covid-19-new-variant-mu-from-colombia/article-5128
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର