ପୁଣି ଖାରଜ ହେଲା ବେଲ୍‌, ଆର୍ଥର ରୋଡ ଜେଲ୍‌ ଗଲେ ଆର୍ଯ୍ୟନ୍‌ ଖାନ୍‌

The Sakala Picture
Published On

ମୁମ୍ବଇ : ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଯାହାଫଳରେ  ଦିୱାଲି ପୂର୍ବରୁ ମନ୍ନତ ଫେରିବାକୁ ଯେଉଁ ଆଶା ରଖିଥିଲେ ଆର୍ଯ୍ୟନ ତାହା ମଉଳି ଯାଇଛି।  ରିପୋର୍ଟ ଅନୁଯାୟୀ, ଆଜି ଏନସିବି ଶୁଣାଣି ପୂର୍ବରୁ ଆର୍ଯ୍ୟନ୍‌ଙ୍କ ସହ ଅଭିନେତ୍ରୀଙ୍କ ଡ୍ରଗ୍ସ ବିଷୟରେ ଏକ ଚାଟ୍ କୋର୍ଟରେ ଦାଖଲ କରିଥିଲା।ଆର୍ଯ୍ୟନ୍‌ଙ୍କ ସମେତ […]

ମୁମ୍ବଇ : ଆଜି ପୁଣି ଥରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ। ଆଜି ବି ଏନଡିପିଏସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି। ଯାହାଫଳରେ  ଦିୱାଲି ପୂର୍ବରୁ ମନ୍ନତ ଫେରିବାକୁ ଯେଉଁ ଆଶା ରଖିଥିଲେ ଆର୍ଯ୍ୟନ ତାହା ମଉଳି ଯାଇଛି।  ରିପୋର୍ଟ ଅନୁଯାୟୀ, ଆଜି ଏନସିବି ଶୁଣାଣି ପୂର୍ବରୁ ଆର୍ଯ୍ୟନ୍‌ଙ୍କ ସହ ଅଭିନେତ୍ରୀଙ୍କ ଡ୍ରଗ୍ସ ବିଷୟରେ ଏକ ଚାଟ୍ କୋର୍ଟରେ ଦାଖଲ କରିଥିଲା।ଆର୍ଯ୍ୟନ୍‌ଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ସେମାନେ ହେଲେ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଆର୍ଯ୍ୟନ୍‌ଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଏନସିବି ପକ୍ଷରୁ ସ୍ବତନ୍ତ୍ର ସରକାର ଓକିଲ ଅଦ୍ବୈତ ସେଥାନା ଆରୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ ।  ଗତ ଅକ୍ଟୋବର ୩ରେ ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର