ପ୍ରସବ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଉଥିଲେ, ଅଧା ବାଟରେ କାର୍‌ରେ ନିଆଁଲାଗି ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

The Sakala Picture
Published On

କେରଳ: କାର୍‌ରେ ହଠାତ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତ୍ତି। ଜଣେ ଗର୍ଭବତୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସ୍ୱାମୀଙ୍କ ସହ କାର୍‌ରେ ହସ୍ପିଟାଲ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ କାର୍‌ରେ ଅଗ୍ନିକାଣ୍ଡ ଘଟି ଦମ୍ପତ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେରଳ କନ୍ନୁର ଜିଲ୍ଲା ହସ୍ପିଟାଲ ନିକଟରେ। ସୂଚନା ଅନୁସାରେ, କନ୍ନୁରରେ ରହୁଥିବା ରୀଶା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କାର୍‌ରେ ଧରି […]

କେରଳ: କାର୍‌ରେ ହଠାତ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତ୍ତି। ଜଣେ ଗର୍ଭବତୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସ୍ୱାମୀଙ୍କ ସହ କାର୍‌ରେ ହସ୍ପିଟାଲ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ କାର୍‌ରେ ଅଗ୍ନିକାଣ୍ଡ ଘଟି ଦମ୍ପତ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେରଳ କନ୍ନୁର ଜିଲ୍ଲା ହସ୍ପିଟାଲ ନିକଟରେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁସାରେ, କନ୍ନୁରରେ ରହୁଥିବା ରୀଶା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କାର୍‌ରେ ଧରି ତାଙ୍କ ସ୍ୱାମୀ ପ୍ରୀଜିତ ସ୍ଥାନୀୟ ଜିଲ୍ଲା ହସ୍ପିଟାଲକୁ ନେଉଥିଲେ। କାର୍‌ରେ ଦମ୍ପତିଙ୍କୁ ମିଶାଇ ମୋଟ ୬ ଜଣ ଥିଲେ। ରୀଶା ଓ ପ୍ରୀଜିତ କାର୍‌ ଆଗରେ ବସିଥିବା ଜଣେ ଛୋଟ ପିଲାକୁ ମିଶାଇ ୪ ଜଣ ବ୍ୟାକ୍‌ ସିଟ୍‌ରେ ବସିଥିଲେ। ତେବେ କାର ଚାଲୁଥିବା ବେଳେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା। କାର୍‌ରେ ନିଆଁ ଲାଗିବା କାରଣରୁ ସାମ୍ନା ଡୋର୍‌ ଖୋଲିନଥିଲା। ବ୍ୟାକ୍‌ ସିଟ୍‌ରେ ବସିଥିବା ୪ ଜଣ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ ହେଁ ଦମ୍ପତି ଆଉ ବାହାରି ପାରି ନଥିଲେ। କାର୍‌ ଭିତରେ ଫସି ରହି ଜୀବନ୍ତ ଜଳିଯାଇଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର