ଉତ୍ତର କୋରିଆରେ କରୋନା ଆତଙ୍କ; ମହାମାରୀ ନେଲାଣି ୨୭ ଜୀବନ

The Sakala Picture
Published On

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ଏହାକୁ ଦେଶର ସବୁଠାରୁ ବଡ଼ ସଙ୍କଟ କହିଛନ୍ତି। ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଶନିବାର ଦେଶରେ ୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ସରକାର ଏହାକୁ ଖଣ୍ଡନ କରିଦେଇଛନ୍ତି। କରୋନା ନୁହେଁ, ବରଂ ଜ୍ୱର ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ୨ ବର୍ଷ ହେଲା କରୋନା ବିଶ୍ବରେ […]

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ଏହାକୁ ଦେଶର ସବୁଠାରୁ ବଡ଼ ସଙ୍କଟ କହିଛନ୍ତି। ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଶନିବାର ଦେଶରେ ୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ସରକାର ଏହାକୁ ଖଣ୍ଡନ କରିଦେଇଛନ୍ତି। କରୋନା ନୁହେଁ, ବରଂ ଜ୍ୱର ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ୨ ବର୍ଷ ହେଲା କରୋନା ବିଶ୍ବରେ ଧ୍ବଂସଲୀଳା ରଚି ଚାଲିଥିବାବେଳେ ଉତ୍ତର କୋରିଆରେ ଜଣେ ରୋଗୀ ବି ଚିହ୍ନଟ ହୋଇନଥିଲେ। ତେବେ ଗତ ୧୨ ତାରିଖରେ ଦେଶର ପ୍ରଥମ ମାମଲ ସାମ୍‌ନାକୁ ଆସିଥିଲା। ଏହା ପରେ କିମ୍‌ ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲରୁ ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ସନ୍ଦିଗ୍ଧ ମୃତ୍ୟୁ ହେଲାଣି। ସମସ୍ତଙ୍କର କରୋନା ଭଳି ଲକ୍ଷଣ ଥିଲା। କିନ୍ତୁ ସେମାନଙ୍କ ଠାରେ କରୋନା ଭୂତାଣୁ ଥିବା ସୂଚନା ମିଳିନାହିଁ। ଦେଶରେ ବହୁତ କମ୍‌ କରୋନା ପରୀକ୍ଷା କରାଯାଉଛି। ଶୁକ୍ରବାର ଦେଶରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ରାଜଧାନୀ ପୋଙ୍ଗୟାଙ୍ଗରେ ଏପ୍ରିଲ ଶେଷରେ ଅନେକ ଲୋକଙ୍କୁ ଜ୍ବର ହୋଇଥିଲା। ଏହା ପୋଙ୍ଗୟାଙ୍ଗ ବାହାରକୁ ବ୍ୟାପି ଯାଇଥିଲା। ଏ ପର୍ଯ୍ୟନ୍ତ ୩ ଲକ୍ଷ ୫୦ ହଜାର ଲୋକଙ୍କଠାରେ ଜ୍ବରର ଲକ୍ଷଣ ଦେଖାଗଲାଣି। ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ କରୋନା ହୋଇଛି ତାହା ଜଣାପଡିନାହିଁ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

15 May 2022 By The Sakala

ଉତ୍ତର କୋରିଆରେ କରୋନା ଆତଙ୍କ; ମହାମାରୀ ନେଲାଣି ୨୭ ଜୀବନ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏକଛତ୍ରଶାସକ କିମ୍‌ ଜୋଙ୍ଗ ଉନ୍‌ ଏହାକୁ ଦେଶର ସବୁଠାରୁ ବଡ଼ ସଙ୍କଟ କହିଛନ୍ତି। ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଶନିବାର ଦେଶରେ ୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ସରକାର ଏହାକୁ ଖଣ୍ଡନ କରିଦେଇଛନ୍ତି। କରୋନା ନୁହେଁ, ବରଂ ଜ୍ୱର ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ୨ ବର୍ଷ ହେଲା କରୋନା ବିଶ୍ବରେ ଧ୍ବଂସଲୀଳା ରଚି ଚାଲିଥିବାବେଳେ ଉତ୍ତର କୋରିଆରେ ଜଣେ ରୋଗୀ ବି ଚିହ୍ନଟ ହୋଇନଥିଲେ। ତେବେ ଗତ ୧୨ ତାରିଖରେ ଦେଶର ପ୍ରଥମ ମାମଲ ସାମ୍‌ନାକୁ ଆସିଥିଲା। ଏହା ପରେ କିମ୍‌ ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲରୁ ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ସନ୍ଦିଗ୍ଧ ମୃତ୍ୟୁ ହେଲାଣି। ସମସ୍ତଙ୍କର କରୋନା ଭଳି ଲକ୍ଷଣ ଥିଲା। କିନ୍ତୁ ସେମାନଙ୍କ ଠାରେ କରୋନା ଭୂତାଣୁ ଥିବା ସୂଚନା ମିଳିନାହିଁ। ଦେଶରେ ବହୁତ କମ୍‌ କରୋନା ପରୀକ୍ଷା କରାଯାଉଛି। ଶୁକ୍ରବାର ଦେଶରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ରାଜଧାନୀ ପୋଙ୍ଗୟାଙ୍ଗରେ ଏପ୍ରିଲ ଶେଷରେ ଅନେକ ଲୋକଙ୍କୁ ଜ୍ବର ହୋଇଥିଲା। ଏହା ପୋଙ୍ଗୟାଙ୍ଗ ବାହାରକୁ ବ୍ୟାପି ଯାଇଥିଲା। ଏ ପର୍ଯ୍ୟନ୍ତ ୩ ଲକ୍ଷ ୫୦ ହଜାର ଲୋକଙ୍କଠାରେ ଜ୍ବରର ଲକ୍ଷଣ ଦେଖାଗଲାଣି। ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ କରୋନା ହୋଇଛି ତାହା ଜଣାପଡିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର