ଦେଶରେ ବେକାବୁ ହେଲାଣି କରୋନା, ୨୪ ଘଣ୍ଟାରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୫୧୩ ମୃତ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଭାରତରେ ୨୪ ଘଣ୍ଟାରେ ଆଉ ୯୩ ହଜାର ୨୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଆକ୍ରାନ୍ତଙ୍କ  ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୪ ହଜାର ୬୨୩କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ […]

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଭାରତରେ ୨୪ ଘଣ୍ଟାରେ ଆଉ ୯୩ ହଜାର ୨୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଆକ୍ରାନ୍ତଙ୍କ  ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୬୪ ହଜାର ୬୨୩କୁ ବୃଦ୍ଧି ପାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି। ସେହିପରି ମୋଟ ୧ କୋଟି ୧୬ ଲକ୍ଷ ୨୯  ହଜାର ୨୮୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ଲକ୍ଷ ୯୧ ହଜାର ୫୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର