ମନୋରଞ୍ଜନ
ଦେଶରେ ୨୪ ଘଣ୍ଟାରେ ୨,୭୬୭ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ, ୩ ଲକ୍ଷ ୪୯ହଜାର ୬୯୧ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ୩ ଲକ୍ଷ ଟପିଲାଣି। ଗତ ୨୪ ଘଣ୍ଟାରେ ଆଉ ୩ ଲକ୍ଷ ୪୯ ହଜାର ୬୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଆକ୍ରାନ୍ତଙ୍କ ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୯୨ ହଜାର ୩୧୧ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ […]
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ଯୁ ସଂଖ୍ଯା ମଧ୍ଯ ଚିନ୍ତା ବଢ଼ାଇଛି। ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ୩ ଲକ୍ଷ ଟପିଲାଣି। ଗତ ୨୪ ଘଣ୍ଟାରେ ଆଉ ୩ ଲକ୍ଷ ୪୯ ହଜାର ୬୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଆକ୍ରାନ୍ତଙ୍କ ମୃତ୍ଯୁ ଘଟିଛି। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୧ ଲକ୍ଷ ୯୨ ହଜାର ୩୧୧ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨,୧୭, ୧୧୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୬ ଲକ୍ଷ ୮୨ ହଜାର ୭୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।





