ଆମେରିକାରେ ଚିନ୍ତା ବଢ଼ାଉଛି କରୋନା: ୭୦% ବୟସ୍କଙ୍କୁ ଟିକାକରଣ ସତ୍ତ୍ବେ ବଢୁଛି ମାମଲା

The Sakala Picture
Published On

ୱାଶିଂଟନ: ଆମେରିକାରେ ପୁଣିଥରେ ସଙ୍କଟ ସୃଷ୍ଟି କରିଛି କରୋନା ଭୂତାଣୁ। ଏହା ଦେଶର ସ୍ବାସ୍ଥ୍ୟସେବାର ଅସଲ ଚେହେରା ପଦାରେ ପକାଇ ଦେଇଛି। ପ୍ରତ୍ୟେକ ଦିନ ହାରାହାରି ଲକ୍ଷେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିଯୋଗୁଁ ହସ୍ପିଟାଲ ଗୁଡିକ ଭର୍ତ୍ତି ହୋଇଯାଇଛି। ସ୍ଥିତି ଏପରି ଯେ ବେଡ ଖାଲି ନଥିବାରୁ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସର ଧାଡି ଲାଗିଛି। ସେଥିରେ ରୋଗୀ ଭର୍ତ୍ତି ହେବା ପାଇଁ ଅପେକ୍ଷା କରିଛନ୍ତି। ଦେଶରେ ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା […]

ୱାଶିଂଟନ: ଆମେରିକାରେ ପୁଣିଥରେ ସଙ୍କଟ ସୃଷ୍ଟି କରିଛି କରୋନା ଭୂତାଣୁ। ଏହା ଦେଶର ସ୍ବାସ୍ଥ୍ୟସେବାର ଅସଲ ଚେହେରା ପଦାରେ ପକାଇ ଦେଇଛି। ପ୍ରତ୍ୟେକ ଦିନ ହାରାହାରି ଲକ୍ଷେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିଯୋଗୁଁ ହସ୍ପିଟାଲ ଗୁଡିକ ଭର୍ତ୍ତି ହୋଇଯାଇଛି। ସ୍ଥିତି ଏପରି ଯେ ବେଡ ଖାଲି ନଥିବାରୁ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସର ଧାଡି ଲାଗିଛି। ସେଥିରେ ରୋଗୀ ଭର୍ତ୍ତି ହେବା ପାଇଁ ଅପେକ୍ଷା କରିଛନ୍ତି। ଦେଶରେ ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଉଛି। ଜୁନ ଶେଷ ସୁଦ୍ଧା ଦିନକୁ ହାରାହାରି ୧୧ ହଜାର ମାମଲା ସାମ୍ନାକୁ ଆସୁଥିଲା। ଏବେ ଏହା ୧୦୭୧୪୩ ପହଞ୍ଚି ଯାଇଛି। ଆମେରିକାରେ ସଂକ୍ରମଣ ଲକ୍ଷେ ଛୁଇଁବାକୁ ୯ ମାସ ଲାଗିଥିଲା। ଜାନୁଆରୀ ପ୍ରାରମ୍ଭରେ ଏହା ଅଢେଇ ଲକ୍ଷରେ ପହଞ୍ଚି ଥିଲା। ଦେଶରେ ୭୦ ପ୍ରତିଶତରୁ ଅଧିକ ବୟସ୍କଙ୍କୁ ଟିକା ଦେବା ସତ୍ତ୍ବେ ମାମଲା ବୃଦ୍ଧି ପାଉଥିବାରୁ ଏହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନା ଅନୁଯାୟୀ ଟିକା ନେଇ ନଥିବା ଲୋକଙ୍କ ଠାରୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ରୋଗୀ ସଂଖ୍ୟା ବଢିବାରୁ ଦକ୍ଷିଣ ଆମେରିକା, ଫ୍ଲୋରିଡା, ଲୁସିଆନା ଏବଂ ମିସିସିପି ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି। ଏବେ ନୂଆ ରୋଗୀଙ୍କୁ ଆଉ ବେଡ ମିଳୁନାହିଁ। ହ୍ୟୁଷ୍ଟନ ଅଧିକାରୀଙ୍କ ଅନୁଯାୟୀ କରୋନାର ନୂଆ ଲହର ସ୍ଥାନୀୟ ସ୍ବାସ୍ଥ୍ୟସେବାକୁ ଭୁଶୁଡାଇ ଦେଇଛି। ଏଥିଯୋଗୁଁ ରୋଗୀଙ୍କୁ ସହର ବାହାରେ ଥିବା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି। ହ୍ୟୁଷ୍ଟନ ସ୍ବାସ୍ଥ୍ୟ ବିଭାଗ ତଥା ଇଏମଏସ ଚିକିତ୍ସା ନିର୍ଦ୍ଦେଶକ ଡ. ଡେଭିଡ ପର୍ସେ କହିଛନ୍ତି ଯେ ହ୍ୟୁଷ୍ଟନ ଅଞ୍ଚଳରେ ଥିବା ହସ୍ପିଟାଲର ବାହାରେ ଆମ୍ବୁଲାନ୍ସ ଧାଡି ଲାଗିଛି। ବେଡ ମିଳୁନଥିବାରୁ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ସେମାନେ ହସ୍ପିଟାଲ ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ରୋଚେଲେ ଭାଲେନ୍ସି କହିଛନ୍ତି ଯେ ଯଦି ଲୋକଙ୍କୁ ଟିକା ଦିଆଯିବନି ତେବେ ଦିନକୁ ହଜାର ହଜାର ମାମଲା ସାମ୍ନାକୁ ଆସିବ। ଏହା ଜାନୁଆରୀ ସୁଦ୍ଧା ଶୀର୍ଷ ଛୁଇଁବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର