ବଢୁଛି କରୋନା ସଂକ୍ରମଣ : ବିଶ୍ବର ୫ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ କରୋନା ମାମଲାରେ ୩ ହଜାର ଉପରେ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,0୩୮ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧,୧୭୯ କୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ ସୋମବାର ଦିନ କରୋନା କାରଣରୁ ଦିଲ୍ଲୀ […]

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ କରୋନା ମାମଲାରେ ୩ ହଜାର ଉପରେ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,0୩୮ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧,୧୭୯ କୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ ସୋମବାର ଦିନ କରୋନା କାରଣରୁ ଦିଲ୍ଲୀ ଓ ପଞ୍ଜାବରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜଣେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୦,୯୦୧ କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଅନ୍ୟପଟେ ରବିବାର ଦେଶରୁ ୩, ୬୪୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ଏଥି ସହିତ  ୧୧ ଜଣ ସଂକ୍ରମିତ ମଧ୍ୟ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ମାମଲା ବଢିବା ସହ  ବିଶ୍ବର ୫ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ ହୋଇଯାଇଛି। ୱାର୍ଲ୍ଡୋମିଟର ଅନୁଯାୟୀ ରବିବାର ଦକ୍ଷିଣ କୋରିଆରୁ ସର୍ବାଧିକ ୯, ୭୨୪ ରୋଗୀ ଚିହ୍ନଟ ହୋଇଥିଲେ। ଏହା ପଛରେ ୯,୫୯୧ ରୋଗୀଙ୍କ ସହ ରୁଷ୍‌ ଦ୍ବିତୀୟ, ଜାପାନ (୬୨୯୦) ତୃତୀୟ, ଫ୍ରାନ୍ସ (୬,୦୨୭) ଚତୁର୍ଥ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରବିବାର କେରଳରୁ ୪ ଜଣ, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ୩ ଜଣ ଲେଖାଏଁ, କର୍ଣ୍ଣାଟକ ଏବଂ ରାଜସ୍ଥାନରୁ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇ ଥିଲେ। ଏହା ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୫, ୩୦, ୮୯୨ରେ ପହଞ୍ଚି ଯାଇଛି। ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ଯଥାକ୍ରମେ ୬.୧୨ ପ୍ରତିଶତ ଏବଂ ୨.୪୫ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

୩ରାଜ୍ୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

କରୋନା ମାମଲା ବଢିବା ସହ ଦେଶର ବିଭିନ୍ନ ରାଜ୍ୟ କଟକଣା ଲଗାଇବା ଆରମ୍ଭ କରିଦେଲେଣି। ହରିୟାଣାର ମନୋହର ଲାଲ ଖଟ୍ଟର ସରକାର ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଯେଉଁଠାରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ହେବ ସେହି ସ୍ଥାନରେ ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହା ବ୍ୟତୀତ ରାଜ୍ୟର ମେଡିକାଲ କ୍ଷେତ୍ର ସହ ଜଡିତ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଥଣ୍ଡା ଓ କାଶ ରୋଗୀଙ୍କ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ମହାରାଷ୍ଟ୍ରରେ ସତାରା ସରକାରୀ କାର୍ୟ୍ୟାଳୟ ଓ ଟ୍ରଷ୍ଟ ଅଫିସରେ ତଥା ସାତାରା ଜିଲ୍ଲାର କଲେଜ ଏବଂ ବ୍ୟାଙ୍କରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ମହାରାଷ୍ଟ୍ରର ସମସ୍ତ ସରକାରୀ ଅଫିସ ଗୁଡିକରେ ମଧ୍ୟ ମାସ୍କ ପରିଧାନ ଜରୁରୀ ବୋଲି କହିଛନ୍ତି।ଦିନକୁ ଦିନ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏପ୍ରିଲ ୨ ତାରିଖରୁ ରାଜ୍ୟ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ତେବେ କୋଭିଡ ସଂକ୍ରମଣକୁ ଦେଖି ଅନେକ କମ୍ପାନୀ ୱାର୍କ ଫ୍ରମ ହୋମ ଲାଗୁ କରିସାରିଲେଣି । ଆଉ ଯେଉଁ ଅଫିସ୍ ଖୋଲା ହୋଇଛି, ସେଠାରେ ଟେମ୍ପ୍ରେଚର ଚେକିଂ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର