ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ, କହିଲେ ବିଏସ୍‌ଏଫ୍‌ ଗୁଳିରେ ମତ୍ୟୁ ବରଣ କରନ୍ତି ଗରିବ ଲୋକ

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଆସି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ ବିଏସ୍‌ଏଫ୍‌କୁ ନେଇ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନଙ୍କ କ୍ଷେତ୍ରାଧିକାର ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରି ସେ କହିଛନ୍ତି ଯେ ବିଏସଏଫକୁ ଅଧିକ କ୍ଷମତା ଦେବା ଉଚିତ ନୁହେଁ। ବିଏସଏଫକୁ ଅଧିକ କ୍ଷମତା ପ୍ରଦାନ କଲେ […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଆସି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ ବିଏସ୍‌ଏଫ୍‌କୁ ନେଇ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନଙ୍କ କ୍ଷେତ୍ରାଧିକାର ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରି ସେ କହିଛନ୍ତି ଯେ ବିଏସଏଫକୁ ଅଧିକ କ୍ଷମତା ଦେବା ଉଚିତ ନୁହେଁ। ବିଏସଏଫକୁ ଅଧିକ କ୍ଷମତା ପ୍ରଦାନ କଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯିବ କାରଣ ବିଏସଏଫ କିଛି ନବୁଝି ଗୁଳି ଚଳାଇ ଦିଅନ୍ତି ଆଉ ସେଥିରେ ଗରିବ ଲୋକଙ୍କ ମୃତ୍ୟୁ ହୁଏ।

ଆହୁରି ପଢ଼ନ୍ତୁ: ବନ୍ୟା ପାଣିରେ ଭାସି ଆସିଲା ଲକ୍ଷ ଲକ୍ଷ ଟଙ୍କାର ସିନ୍ଧୁକ: ଲୁଟିବା ଅଭିଯୋଗରେ ୨୯ ଗିରଫ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପିଏମ ମୋଦୀଙ୍କ ସହ ସାକ୍ଷାତ ସମୟରେ ବିଏସଏଫ ଉପରେ ଆଲୋଚନା କରିଛନ୍ତି ଏବଂ ସଂଘୀୟ ବ୍ୟବସ୍ଥାକୁ ନଜରରେ ରଖି ସମସ୍ତ ନିଷ୍ପତ୍ତି ନେବାକୁ କହିଛି। ମମତା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଆପଣ ସୀମାର ଯତ୍ନ ନିଅନ୍ତୁ, ରାଜ୍ୟ ଆପଣଙ୍କୁ ସାହାଯ୍ୟ କରିବ କିନ୍ତୁ ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ।  କୋଚ ବେହାରରେ ବିଏସଏଫ କ୍ଷମତା ପାଇଥିବାରୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏହି କାରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ବିଏସ୍ଏଫ କ୍ଷେତ୍ରାଧିକାର କ୍ଷମତା ଉପରେ ଆଉ ଥରେ ବିଚାର କରିବାକୁ କହିଛି। ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନଙ୍କ କ୍ଷେତ୍ରାଧିକାର ବୃଦ୍ଧି ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ଉଚିତ୍।ଏଥିସହ ତାଙ୍କୁ ସଂଘୀୟ ବିଧି ବ୍ୟବସ୍ଥାକୁ ଯେମିତି ଅଯଥାରେ ନଷ୍ଟ ନ କରାଯାଏ, ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଜଣାଇଛି ବୋଲି ମମତା କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ: ହର୍ମୁଜ ପ୍ରଣାଳୀରେ ମାଇନ୍ସ ସହ ଧକ୍କା ହେଲା ସୁପରଟ୍ୟାଙ୍କର, ଲାଗିଲା ଭୟାବହ ନିଆଁ

ଏଥି ସହିତ ଦିଦି ପ୍ରଧାନମନ୍ତ୍ରୀଙ୍କ ସହ ତ୍ରିପୁରା ହିଂସାକାଣ୍ଡ ଓ କେନ୍ଦ୍ର ବେଙ୍ଗଲକୁ ଦେବାକୁ ଥିବା ବକେୟା ଟଙ୍କା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭେଟଘାଟ ପରେ ଦିଦି କହିଛନ୍ତି, “ମୁଁ ଆଲୋଚନା ବେଳେ ତ୍ରିପୁରାରେ ଘଟୁଥିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏଥିସହ ସେଠାକାର ପୁଲିସ୍ କେମିତି ଟିଏମସିର ସାୟୋନି ଘୋଷଙ୍କୁ ଟାର୍ଗେଟ କରିଥିଲା, ସେ ବାବଦରେ ଅବଗତ କରାଇଛି। ସେହିପରି ପ୍ରାକୃତି ବିପର୍ୟ୍ୟୟ ଯୋଗୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ଠାରୁ ୯୬,୬୦୫ କଟି ଟଙ୍କା ପାଇବାର ରହିଛି। ଏହି ବକେୟା ଅର୍ଥ ପ୍ରଦାନ କରିବାକୁ ମୁଁ ତାଙ୍କୁ କହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର