ନିଜ ନିର୍ବାଚନ ମଣ୍ଡଳୀର ରାସ୍ତାକୁ ହେମାମାଳିନୀଙ୍କ ଗାଲ ସହ ତୁଳନା କରି ଅଡୁଆରେ ଶିବସେନା ନେତା, ବିବାଦ ବଢିବାରୁ ମାଗିଲେ କ୍ଷମା

The Sakala Picture
Published On

ନୂଆଦିଲ୍ଲୀ: ଡ୍ରିମ ଗର୍ଲ ତଥା ରାଜନେତା ହେମାମାଳିନୀଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ଅଡୁଆରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ । ଏକ ସଭାରେ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁର ରାସ୍ତାଗୁଡିକ ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ଦିଶୁଥିବା କହିଥିଲେ ପାଟିଲ । ଗୁଲାବ ଏପରି କହି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା କିପରି ବିକାଶ ହୋଇଛି କହିବାକୁ ଚାହୁଁଥିଲେ । ରାଜ୍ୟ ଜଳଯୋଗାଣ ଓ ପରିମଳ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ […]

ନୂଆଦିଲ୍ଲୀ: ଡ୍ରିମ ଗର୍ଲ ତଥା ରାଜନେତା ହେମାମାଳିନୀଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ଅଡୁଆରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ । ଏକ ସଭାରେ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁର ରାସ୍ତାଗୁଡିକ ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ଦିଶୁଥିବା କହିଥିଲେ ପାଟିଲ । ଗୁଲାବ ଏପରି କହି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା କିପରି ବିକାଶ ହୋଇଛି କହିବାକୁ ଚାହୁଁଥିଲେ । ରାଜ୍ୟ ଜଳଯୋଗାଣ ଓ ପରିମଳ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ତେଜିବାରେ ଲାଗିଛି ରାଜନୀତି । କଥା ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି । ଏନେଇ କ୍ଷମାପ୍ରାର୍ଥନା କରିବା ଲାଗି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏପରି ଅରୁଚିକର ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଛନ୍ତି ଗୁଲାବରାଓ ପାଟିଲ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଭାଷଣ ଦେବା ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତାକୁ ଦେଖିବା ଲାଗି ବିରୋଧୀ ଦଳଗୁଡିକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ପାଟିଲ । ଏହାସହ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ବୋଲି କହିଥିଲେ । ପରୋକ୍ଷରେ ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବହୁ ଥର ପ୍ରତିନିଧିତ୍ବ କରିଥିବା ବିଜେପିର ପୂର୍ବତନ ବିଧାୟକଙ୍କୁ ସେ ଟାର୍ଗେଟ କରିଥିଲେ । ତିନି ସପ୍ତାହ ତଳେ ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତାଗୁଡିକ ଏପରି ଭାବେ ତିଆରି କରିବେ ତାହା କାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ ହେବ । ୨୦୧୯ ରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ପି.ସି. ଶର୍ମା ମଧ୍ୟ ସମଧରଣର ମନ୍ତବ୍ୟ ଦେଇଥିଲେ । ଗତ ଜାନୁଆରୀ ୨୦୧୯ ରେ ବିହାରର ଜଣେ କ୍ୟାବିନେଟ ମନ୍ତ୍ରୀ ବିନୋଦ ନାରାୟଣ ଝା କହିଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଖିବାକୁ ସୁନ୍ଦର ବୋଲି ତାଙ୍କୁ କଂଗ୍ରେସରେ ସାମିଲ କରାଯାଇଛି । ତେବେ ଶିବସେନା ନେତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏମପି ତଥା ଅଭିନେତ୍ରୀ ହେମାମାଳିନୀ । ତେବେ ବିବାଦ ବଢୁଥିବା ଦେଖି ମହାରାଷ୍ଟ୍ର ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚାକନାକର ମନ୍ତ୍ରୀଙ୍କୁ ଜବାବ ତଲବ କରିଛନ୍ତି । ଆଉ ନିଜ ମନ୍ତବ୍ୟ ପାଇଁ ନିଜେ କ୍ଷମା ମାଗିଛନ୍ତି ମନ୍ତ୍ରା ଗୁଲାବ ରାଓ ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

20 Dec 2021 By The Sakala

ନିଜ ନିର୍ବାଚନ ମଣ୍ଡଳୀର ରାସ୍ତାକୁ ହେମାମାଳିନୀଙ୍କ ଗାଲ ସହ ତୁଳନା କରି ଅଡୁଆରେ ଶିବସେନା ନେତା, ବିବାଦ ବଢିବାରୁ ମାଗିଲେ କ୍ଷମା

ନୂଆଦିଲ୍ଲୀ: ଡ୍ରିମ ଗର୍ଲ ତଥା ରାଜନେତା ହେମାମାଳିନୀଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ଅଡୁଆରେ ମହାରାଷ୍ଟ୍ର ମନ୍ତ୍ରୀ ତଥା ଶିବସେନା ନେତା ଗୁଲାବରାଓ ପାଟିଲ । ଏକ ସଭାରେ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁର ରାସ୍ତାଗୁଡିକ ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ଦିଶୁଥିବା କହିଥିଲେ ପାଟିଲ । ଗୁଲାବ ଏପରି କହି ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତା କିପରି ବିକାଶ ହୋଇଛି କହିବାକୁ ଚାହୁଁଥିଲେ । ରାଜ୍ୟ ଜଳଯୋଗାଣ ଓ ପରିମଳ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ତେଜିବାରେ ଲାଗିଛି ରାଜନୀତି । କଥା ରାଜ୍ୟ ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି । ଏନେଇ କ୍ଷମାପ୍ରାର୍ଥନା କରିବା ଲାଗି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏପରି ଅରୁଚିକର ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଛନ୍ତି ଗୁଲାବରାଓ ପାଟିଲ।

ଭାଷଣ ଦେବା ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତାକୁ ଦେଖିବା ଲାଗି ବିରୋଧୀ ଦଳଗୁଡିକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ପାଟିଲ । ଏହାସହ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ରାସ୍ତା ହେମାମାଳିନୀଙ୍କ ଗାଲ ପରି ଚିକ୍କଣ ବୋଲି କହିଥିଲେ । ପରୋକ୍ଷରେ ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବହୁ ଥର ପ୍ରତିନିଧିତ୍ବ କରିଥିବା ବିଜେପିର ପୂର୍ବତନ ବିଧାୟକଙ୍କୁ ସେ ଟାର୍ଗେଟ କରିଥିଲେ । ତିନି ସପ୍ତାହ ତଳେ ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧା କହିଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀର ରାସ୍ତାଗୁଡିକ ଏପରି ଭାବେ ତିଆରି କରିବେ ତାହା କାଟ୍ରିନା କୈଫଙ୍କ ଗାଲ ପରି ଚିକ୍କଣ ହେବ । ୨୦୧୯ ରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ପି.ସି. ଶର୍ମା ମଧ୍ୟ ସମଧରଣର ମନ୍ତବ୍ୟ ଦେଇଥିଲେ । ଗତ ଜାନୁଆରୀ ୨୦୧୯ ରେ ବିହାରର ଜଣେ କ୍ୟାବିନେଟ ମନ୍ତ୍ରୀ ବିନୋଦ ନାରାୟଣ ଝା କହିଥିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଖିବାକୁ ସୁନ୍ଦର ବୋଲି ତାଙ୍କୁ କଂଗ୍ରେସରେ ସାମିଲ କରାଯାଇଛି । ତେବେ ଶିବସେନା ନେତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏମପି ତଥା ଅଭିନେତ୍ରୀ ହେମାମାଳିନୀ । ତେବେ ବିବାଦ ବଢୁଥିବା ଦେଖି ମହାରାଷ୍ଟ୍ର ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚାକନାକର ମନ୍ତ୍ରୀଙ୍କୁ ଜବାବ ତଲବ କରିଛନ୍ତି । ଆଉ ନିଜ ମନ୍ତବ୍ୟ ପାଇଁ ନିଜେ କ୍ଷମା ମାଗିଛନ୍ତି ମନ୍ତ୍ରା ଗୁଲାବ ରାଓ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର