ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ଅନ୍‌ବ୍ଲକ୍ କଲା ଟ୍ୱିଟର୍

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ ହଟିଲା କଟକଣା । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍ କରିଛି । ଆକାଉଣ୍ଟ୍ ବ୍ଲକ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍‌କୁ ଅନ୍‌ବ୍ଲକ୍ କରିଛି । ରାହୁଲଙ୍କ ଆକାଉଣ୍ଟ୍ ସମେତ କଂଗ୍ରେସର ଅନ୍ୟ ନେତା ମାନଙ୍କ ଆକାଉଣ୍ଟ୍‌କୁ ମଧ୍ୟ ଅନ୍‌ବ୍ଲକ୍ କରିଛି ଟ୍ୱିଟର । ବଳାତ୍କାର ଓ ହତ୍ୟାର […]

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ ହଟିଲା କଟକଣା । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍ କରିଛି । ଆକାଉଣ୍ଟ୍ ବ୍ଲକ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍‌କୁ ଅନ୍‌ବ୍ଲକ୍ କରିଛି । ରାହୁଲଙ୍କ ଆକାଉଣ୍ଟ୍ ସମେତ କଂଗ୍ରେସର ଅନ୍ୟ ନେତା ମାନଙ୍କ ଆକାଉଣ୍ଟ୍‌କୁ ମଧ୍ୟ ଅନ୍‌ବ୍ଲକ୍ କରିଛି ଟ୍ୱିଟର ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଦିଲ୍ଲୀର ଜଣେ ନାବାଳିକାର ବାପା,ମା’ଙ୍କ ଫଟୋ ଟ୍ୱିଟରରେ ସେୟାର କରିବା ପରେ ନିୟମର ଉଲ୍ଳଂଘନ ଦର୍ଶାଇ ଟ୍ୱିଟର ରାହୁଲଙ୍କ ଆକାଉଣ୍ଟକୁ ପ୍ରାୟ ଏକ ସପ୍ତାହ ଧରି ବ୍ଲକ୍ କରିଦେଇଥିଲା । ଏନେଇ ରାହୁଲ ଗତକାଲି ଟ୍ୱିଟର ଉପରେ ବର୍ଷିଥିଲେ । ଟ୍ୱିଟର ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି । ଏହା ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଥିଲେ ରାହୁଲ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ରାହୁଲ ଓ ଅନ୍ୟ ଦଳୀୟ ନେତାଙ୍କ ଆକାଉଣ୍ଟ୍ ଅନଲକ୍ ହେବା ପରେ କଂଗ୍ରେସ ‘ସତ୍ୟମେବ ଜୟତେ’ ବୋଲି ଟ୍ୱିଟ୍ କରିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର