ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡୁଆରେ କଂଗ୍ରେସ ନେତା, ସଂସଦ ଠୁ ବିଧାନସଭା ସବୁଠି ଜୋରଦାର ପ୍ରତିବାଦ୍‌

The Sakala Picture
Published On

ନୂଆଦିଲ୍ଲୀ : ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି କଂଗ୍ରେସ । ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ କରିବା ନେଇ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଏପରି ମନ୍ତବ୍ୟ ନେଇ ବିଜେପି ଆଜି ଲୋକସଭାରେ କଂଗ୍ରେସକୁ ଜୋରଦାର ଆକ୍ରମଣ କରିଛି […]

ନୂଆଦିଲ୍ଲୀ : ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି କଂଗ୍ରେସ । ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧନ କରିବା ନେଇ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଏପରି ମନ୍ତବ୍ୟ ନେଇ ବିଜେପି ଆଜି ଲୋକସଭାରେ କଂଗ୍ରେସକୁ ଜୋରଦାର ଆକ୍ରମଣ କରିଛି । ବିଜେପି ସାଂସଦଙ୍କ ହଙ୍ଗାମା ଯୋଗୁଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳୁ ୩ ଦିନ ପରେ ବି ମିଳୁଛି ମୃତଦେହ; ୩୦ ଦେଶର ଲୋକ ନିଖୋଜ, ମୃତ୍ୟୁସଂଖ୍ୟା ୪୬୯କୁ ବୃଦ୍ଧି, ୧୪୦୦ରୁ ଊର୍ଦ୍ଧ୍ୱ ନିଖୋଜ

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଜଣେ ଆଦିବାସୀ ମହିଳାଙ୍କୁ ଅସମ୍ମାନ କରିଛି କଂଗ୍ରେସ । ଏଥିପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିବା ସହ କଂଗ୍ରେସ ମର୍ୟ୍ୟାଦାର ସବୁ ସୀମା ଉଲ୍ଲଂଘନ କରିଛି ବୋଲି ବିଜେପି କହିଛି । ବୁଧବାର ଏକ ଘରୋଇ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ମୁର୍ମୁଙ୍କୁ “ରାଷ୍ଟ୍ରପତ୍ନୀ” ବୋଲି ସମ୍ବୋଧନ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନ ମୃତ୍ୟୁ ମାମଲା: ସ୍ୱଚ୍ଛ ତଦନ୍ତ ନେଇ ପିତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ବମ୍ବେ ହାଇକୋର୍ଟ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ପତ୍ନୀ ଭାବରେ ସମ୍ବୋଧନ କରିବା ଭାରତର ପ୍ରତିଟି ଆଦର୍ଶ ଏବଂ ସଂସ୍କାର ବିରୁଦ୍ଧ । ଏପରି ସମ୍ବୋଧନ ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା ପ୍ରତି କୁଠାରାଘାତ । ଏହା ଜାଣିବା ସତ୍ତ୍ୱେ ଜଣେ ପୁରୁଷ କଂଗ୍ରେସ ନେତା ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି। ”ଇରାନୀ କଂଗ୍ରେସକୁ ଏକ ଆଦିବାସୀ, ଗରିବ ଏବଂ ମହିଳା ବିରୋଧୀ ଦଳ ବୋଲି ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦିନଠାରୁ ଦ୍ରୌପଦୀ ମୁର୍ମୁଙ୍କୁ ଉପହାସ କରୁଛି ଏବଂ ଏହି କ୍ରମରେ ତାଙ୍କୁ କେତେବେଳେ କାଠ କଣ୍ଢେଇ ତ ଆଉ କେତେବେଳେ ଅଶୁଭତ୍ବର ପ୍ରତୀକ ବୋଲି କହିଛି ବୋଲି ଇରାନୀ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିବାହ ଏବଂ ଜନ୍ମହାର ବୃଦ୍ଧି କରିବାକୁ ଉଦ୍ୟମ: ବ୍ୟାଙ୍କ, ନାଇଟ୍‌ କ୍ଲବ୍‌ରେ ବିବାହ ପଞ୍ଜୀକରଣ କାଉଣ୍ଟର

ସେପଟେ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ସେ ଜାଣିଶୁଣି ଏପରି ମନ୍ତବ୍ୟ ଦେଇ ନାହାଁନ୍ତି।କହୁ କହୁ ତାଙ୍କ ପାଟିରୁ ଏହି ଶବ୍ଦ ବାହାରିପଡ଼ିଲା। ଜୀଭ ସ୍ଲିପ କରିବାରୁ ମୋ ମୁହଁରୁ ବାହାରି ଯାଇଥିଲା ହେଲେ ଶାସକ ଦଳର ଆଦତ ହେଉଛି ଛୋଟ କଥାକୁ ବଡ଼ କରିବା। ଯାହା ସେମାନେ କରୁଛନ୍ତି। ଅନ୍ୟପଟେ ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଉତ୍ତର ରଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସୋନିଆ ଗାନ୍ଧି କହିଛନ୍ତି ଯେ, ଅଧିର ରଞ୍ଜନ ଚୌଧୁରୀ ଏ ବିଷୟରେ କ୍ଷମା ମାଗିସାରିଛନ୍ତି।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବୟାନକକୁ ନେଇ ସଂସଦରେ ଝଡ଼ ସୃଷ୍ଟି କରିଛି। ସଂସଦର ଉଭୟ ସଦନ ରାଜ୍ୟସଭା ଏବଂ ଲୋକସଭା ଦିନ ୨ଟା ଯାଏଁ ମୁଲତବୀ ଘୋଷଣା ହୋଇଛି। ସେପଟେ ରାଜ୍ୟ ବିଧାନସଭାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି କରିଛି। ଗୃହରେ ବିଜେପି ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଗୃହକୁ ଚଳାଇଦେଇନଥିଲେ। ଗୃହର ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିଜେପି ବିଧାୟକଙ୍କ ଜୋରଦାର ହଙ୍ଗାମା କରିଛନ୍ତି । ବିଜେପିର ହଟ୍ଟଗୋଳ ପାଇଁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭା ବାହାରେ ମଧ୍ୟ ବିଜେପି ଫ୍ଲାକାଡ଼ ଧରି ବିବାଦୀୟ ମନ୍ତବ୍ୟକୁ ବିରୋଧ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର