ପ୍ରଚଣ୍ଡ ଚାପରେ ବିଜେପି, କଂଗ୍ରେସ ୧୦୦ ଆସନ ପାଇଲେ ବିଜେପିକୁ ବିପଦ !
ନୂଆଦିଲ୍ଲୀ: ସାରା ଦେଶରେ ଗତ ନିର୍ବାଚନରେ ୫୨ ଆସନ ପାଇଥିବା କଂଗ୍ରେସ ୨୦୨୪ ନିର୍ବାଚନରେ ଯଦି ୧୨୫ ଆସନ ପାଏ, ତେବେ ଜୁନ୍ ୪ ପରେ ଏନ୍ଡିଏ ନୁହେଁ; ‘ଇଣ୍ଡି’ ମେଣ୍ଟ ସରକାର ଗଢ଼ିବ। ଯଦି ଏହି ସଂଖ୍ୟା ହ୍ରାସ ପାଇ ୧୦୦ରେ ପହଞ୍ଚେ, ତେବେ ବି ବିଜେପି କେନ୍ଦ୍ରରେ ଏକାକୀ ସରକାର ଗଢ଼ିବାକୁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ। ରାଜନୈତିକ ବିଶେଷଜ୍ଞଙ୍କ ଏହି ଆକଳନ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିଦ ହଜାଇ ଦେଇଛି। ତେଣୁ […]
ନୂଆଦିଲ୍ଲୀ: ସାରା ଦେଶରେ ଗତ ନିର୍ବାଚନରେ ୫୨ ଆସନ ପାଇଥିବା କଂଗ୍ରେସ ୨୦୨୪ ନିର୍ବାଚନରେ ଯଦି ୧୨୫ ଆସନ ପାଏ, ତେବେ ଜୁନ୍ ୪ ପରେ ଏନ୍ଡିଏ ନୁହେଁ; ‘ଇଣ୍ଡି’ ମେଣ୍ଟ ସରକାର ଗଢ଼ିବ। ଯଦି ଏହି ସଂଖ୍ୟା ହ୍ରାସ ପାଇ ୧୦୦ରେ ପହଞ୍ଚେ, ତେବେ ବି ବିଜେପି କେନ୍ଦ୍ରରେ ଏକାକୀ ସରକାର ଗଢ଼ିବାକୁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ। ରାଜନୈତିକ ବିଶେଷଜ୍ଞଙ୍କ ଏହି ଆକଳନ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିଦ ହଜାଇ ଦେଇଛି। ତେଣୁ ଶେଷ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ବା ଏନ୍ଡିଏରେ ସାମିଲ ହୋଇ ନ ଥିବା ଦଳଗୁଡ଼ିକ ଯେପରି ଅଧିକ ଆସନ ନ ପାଇବେ, ସେଥିପାଇଁ ପୂରା ବଳ ଲଗାଇ ଦେଇଛି ବିଜେପି। ଅନ୍ତିମ ପର୍ଯ୍ୟାୟ ମତଦାନ ବିଜେପିର ଜାତୀୟ ନେତାଙ୍କ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି।
୨୦୧୯ ନିର୍ବାଚନରେ ଦେଶରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟ ଭୋଗିଥିଲା। ଦଳ ମୋଟ ୫୨ଟି ଲୋକସଭାରେ ବିଜୟୀ ହୋଇଥିଲା। ୧୭ ରାଜ୍ୟରେ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ୧୦ ରାଜ୍ୟରେ ବିଜେପି ପ୍ରାୟ ସବୁ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦେଶରେ ବିଜେପିର ସ୍ଥିତି ବେଶ୍ ଦୃଢ଼ ବୋଲି କୁହାଯାଉଥିଲେ ହେଁ ବିଜେପିର ଶୀର୍ଷ ନେତୃତ୍ୱ କୁହାଯାଉଥିବା ନରେନ୍ଦ୍ର ମୋଦୀ, ଅମିତ୍ ଶାହା, ଜେପି ନଡ୍ଡା ପ୍ରମୁଖ ନେତାଙ୍କ ଭାଷଣରେ ସର୍ବଦା କଂଗ୍ରେସ ନିଶାଣରେ ରହିଛି। ଗତ ଏପ୍ରିଲ ୧ ତାରିଖରୁ ମେ ୨୦ ତାରିଖ ଅର୍ଥାତ୍ ଗତ ୫୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ୧୧୫୯ଟି ପୋଷ୍ଟରୁ ସର୍ବାଧିକ ୨୦୦ ପୋଷ୍ଟରେ କଂଗ୍ରେସ କଥା ଉଲ୍ଲେଖ କରିଛନ୍ତି। ବିଜେପି ଆସନ ସଂଖ୍ୟାର ଏକ ଷଷ୍ଠାଂଶ ଆସନ ପାଇଥିବା କଂଗ୍ରେସ ପ୍ରତି ବିଜେପି ନେତୃତ୍ୱଙ୍କ ଏପରି ଆଭିମୁଖ୍ୟ ପଛରେ ପ୍ରଚଣ୍ଡ ଭୟ ରହିଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି।
୨୦୧୯ରେ କଂଗ୍ରେସ ସାରା ଦେଶରେ ୪୨୧ ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଓ ଅବଶିଷ୍ଟ ଆସନଗୁଡ଼ିକୁ ସହଯୋଗୀ ଦଳ ପାଇଁ ଛାଡ଼ିଥିଲା। ମାତ୍ର ଚଳିତ ନିର୍ବାଚନରେ କଂଗ୍ରେସ ମାତ୍ର ୩୨୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି ଓ ଅବଶିଷ୍ଟ ଆସନଗୁଡ଼ିକୁ ‘ଇଣ୍ଡି’ ମେଣ୍ଟ ସହଯୋଗୀ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଛାଡ଼ିଛି। ତେବେ ଯେଉଁ ୩୨୮ ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଛି, ସେଥିମଧ୍ୟରୁ ଦୁଇ ତୃତୀୟାଂଶ ଆସନରେ ବିଜେପି ସହ ସିଧା ଲଢ଼େଇ ଚାଲିଛି। ଗତ ନିର୍ବାଚନରେ ଉତ୍ତରଭାରତର ହିନ୍ଦୀ ବଳୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ୧୦୬ଟି ଆସନରେ ସିଧା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରୁ କଂଗ୍ରେସ ମାତ୍ର ୬ଟି ଓ ବିଜେପି ୧୦୦ ଆସନରେ ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ମଧ୍ୟ ହିନ୍ଦୀ ବଳୟରେ ଅନୁରୂପ ସ୍ଥିତି ରହିଛି। ଯଦି କଂଗ୍ରେସ ଏହି ଆସନରୁ ୩୦ ଯାଏ ଆସନରେ ବିଜୟୀ ହୁଏ, ତେବେ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ପଶ୍ଚିମ ଭାରତର ଗୁଜରାଟ ଓ ମହାରାଷ୍ଟ୍ରର ୪୫ଟି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହୋଇଥିଲା ଓ ଏଥିରୁ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିଲା, ବିଜେପି ପାଇଥିଲା ୪୩। କୌତୂହଳର ବିଷୟ ହେଉଛି ୨୦୧୯ରେ ସାରା ଦେଶର ଯେଉଁ ୧୯୦ ଆସନରେ କଂଗ୍ରେସ-ବିଜେପି ମଧ୍ୟରେ ସିଧା ମୁକାବିଲା ହୋଇଥିଲା, ସେହି ଆସନଗୁଡ଼ିକ ଏବେ ବିଜେପି ପାଇଁ ଶିରପୀଡ଼ା ପାଲଟିଛି। ୧୯୦ ଆସନ ମଧ୍ୟରୁ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିଆଣା ଆଦି ସହ ୧୮ ରାଜ୍ୟ ଓ ୫ କେନ୍ଦ୍ରଶାସିତ ଅଞ୍ଚଳର ୧୭୦ଟି ଆସନରେ ସହଯୋଗୀଙ୍କ ସହ କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଉଛି। ତେଣୁ କଂଗ୍ରେସକୁ କୌଣସି ରାଜନୈତିକ ଫାଇଦା ସିଧାସଳଖ ବିଜେପି ପାଇଁ କ୍ଷତି ହେବ ବୋଲି ଦଳୀୟ ନେତୃତ୍ୱ ବୁଝି ସାରିଛନ୍ତି। ଏଥିପାଇଁ ଚଳିତ ନିର୍ବାଚନ ପ୍ରଚାରରେ ବିଜେପି ନେତୃତ୍ୱ କଂଗ୍ରେସ ପ୍ରତି ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଛନ୍ତି।
ନିକଟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ଅନ୍ୟୂନ ୨୫୦ ଆସନ ଆବଶ୍ୟକ। ଅନ୍ୟ ଦଳରୁ ସହଯୋଗ ନେଇ ସେମାନେ ସରକାର ଗଢ଼ି ପାରିବେ। ମାତ୍ର କଂଗ୍ରେସ ୧୦୦ରୁ ୧୨୫ ଆସନ ପାଇଲେ, ସେ କେନ୍ଦ୍ରରେ ସରକାର ଗଢ଼ିପାରିବ। କାରଣ ସମାନ ବିଚାରଧାରାର ଅନ୍ୟ ରାଜନୈତିକ ଦଳ କଂଗ୍ରେସକୁ ସମର୍ଥନ କରିବାକୁ ଅଧିକ ପସନ୍ଦ କରିବେ ବୋଲି ସେ କହିଛନ୍ତି। ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ରେବନ୍ତ ରେଡ୍ଡିଙ୍କ ସମ୍ଭାବ୍ୟ ଆକଳନକୁ ଅସ୍ୱୀକାର କରିପାରୁ ନାହାନ୍ତି। ୨୦୦୪ରେ କଂଗ୍ରେସ ୧୪୫ ଓ ବିଜେପି ୧୩୮ ଆସନରେ ବିଜୟୀ ହୋଇଥିଲା। ମାତ୍ର ୭ଟି ଅଧିକ ଆସନରେ ବିଜୟୀ ହୋଇଥିବା ସତ୍ତ୍ବେ ସହଯୋଗୀଙ୍କ ସହ ମେଣ୍ଟ କରି କଂଗ୍ରେସ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ବର୍ତ୍ତମାନ ମଧ୍ୟ ପରିସ୍ଥିତି କଂଗ୍ରେସ ସପକ୍ଷରେ ରହିଛି। ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ମନୋଭାବ ଓ ଆଞ୍ଚଳିକ ଦଳଗୁଡ଼ିକ ଶାସନ କରୁଥିବା ରାଜ୍ୟ ସରକାରଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ରୁଗ୍ଣ ବ୍ୟବହାର ସ୍ୱାଭାବିକ କଂଗ୍ରେସର ସ୍ଥିତିକୁ ଦୃଢ଼ୀଭୂତ କରିଛି। ଏହି ପରିପ୍ରେକ୍ଷୀରେ ଦିନକ ପରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ମତଦାନରେ ବିଜେପି ପ୍ରଚଣ୍ଡ ଚାପର ସମ୍ମୁଖୀନ ହୋଇଛି। ତେଣୁ କେନ୍ଦ୍ରରେ କେଉଁ ଦଳ ସରକାର ଗଠନ କରିବ, ତାହା ଏହି ଅନ୍ତିମ ପର୍ଯ୍ୟାୟ ହିଁ ନିର୍ଣ୍ଣୟ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।