ଜାତିପ୍ରଥା ଆମ ସମାଜରୁ ବିଲୋପ ହୋଇଯିବା ଉଚିତ୍‌-ଆରଏସଏସ ମୁଖ୍ୟ

The Sakala Picture
Published On

ନୂଆଦିଲ୍ଲୀ: ‘ବର୍ଣ୍ଣ’ ଓ ‘ଜାତି’ ପ୍ରଥାକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଣ୍ଣ ଓ ଜାତି ପରି ଧାରଣାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯିବା ଉଚିତ । ନାଗପୁରରେ ଏକ ପୁସ୍ତିକା ଉନ୍ମୋଚନ ସମୟରେ ସେ ଏହି ମନ୍ତବ୍ଯ ଦେଇଛନ୍ତି ମୋହନ ଭାଗବତ । ସମାଜର କୌଣସି ପାର୍ଥକ୍ୟ ନାହିଁ, ଦେଶରେ ସମସ୍ତେ ସମାନ। ଜାତିପ୍ରଥାକୁ ନେଇ ଦେଶରେ ଏକ ପ୍ରକାର ଭ୍ରମାତ୍ମକ ବାର୍ତ୍ତା ପ୍ରସାରଣ କରାଯାଉଛି। ଏହି […]

ନୂଆଦିଲ୍ଲୀ: ‘ବର୍ଣ୍ଣ’ ଓ ‘ଜାତି’ ପ୍ରଥାକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଣ୍ଣ ଓ ଜାତି ପରି ଧାରଣାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରାଯିବା ଉଚିତ । ନାଗପୁରରେ ଏକ ପୁସ୍ତିକା ଉନ୍ମୋଚନ ସମୟରେ ସେ ଏହି ମନ୍ତବ୍ଯ ଦେଇଛନ୍ତି ମୋହନ ଭାଗବତ । ସମାଜର କୌଣସି ପାର୍ଥକ୍ୟ ନାହିଁ, ଦେଶରେ ସମସ୍ତେ ସମାନ। ଜାତିପ୍ରଥାକୁ ନେଇ ଦେଶରେ ଏକ ପ୍ରକାର ଭ୍ରମାତ୍ମକ ବାର୍ତ୍ତା ପ୍ରସାରଣ କରାଯାଉଛି। ଏହି ଜାତିପ୍ରଥା ଆମ ସମାଜରୁ ବିଲୋପ ହୋଇଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ବର୍ଣ୍ଣ ବ୍ୟବସ୍ଥାରେ ସମସ୍ତଙ୍କୁ ସବର୍ଣ୍ଣ କୁହାଯାଉଥିଲା। କିନ୍ତୁ ଏହି ବର୍ଣ୍ଣ ବ୍ୟବସ୍ଥାରେ ଦଳିତ ଏବଂ ଆଦିବାସୀ ବାଦ ପଡ଼ିଥିଲେ। ଏମାନଙ୍କୁ ଅବର୍ଣ୍ଣ କୁହାଯାଉଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଜାତିଭେଦ ଆଳରେ ଆମ ପୂର୍ବଜମାନେ ଆମରି ଭାଇଭଉଣୀଙ୍କୁ ଅମାନବିକ ନିର୍ଯାତନା ଦେଇ ଯେଉଁ ପାପ କରିଥିଲେ ତାହାର ପ୍ରାୟଶ୍ଚିତ ଆବଶ୍ୟକ। ବର୍ତ୍ତମାନ ସମୟରେ ଜାତି ଓ ବର୍ଣ୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ ବୋଲି କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ସବୁଆଡେ ପୂର୍ବଜମାନେ ଭୁଲ କରିଥିଲେ। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । ସେହି ଭୁଲଗୁଡ଼ିକୁ ଗ୍ରହଣ କରିବାରେ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ। ଯଦି ଆପଣ ଭାବୁଥିବେ ଯେ ଆମର ପୂର୍ବପୁରୁଷମାନେ ଭୁଲ୍ କରିଛନ୍ତି ତାହା ଗ୍ରହଣ କଲେ ସେମାନେ କମ୍ ହୋଇଯିବେ, ତାହା ଘଟିବ ନାହିଁ କାରଣ ସମସ୍ତଙ୍କର ପୂର୍ବପୁରୁଷମାନେ ଭୁଲ୍ କରିଥିଲେ ବୋଲି ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

 

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର