ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼: ୨୫୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ଦର

The Sakala Picture
Published On

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼ । ୨୫୦ ଟଙ୍କା ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଞ୍ଚିଛି। ସୂଚନା ଅନୁଯାୟୀ, ନୂଆ ଦର ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଥିବାବେଳେ […]

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼ । ୨୫୦ ଟଙ୍କା ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସୂଚନା ଅନୁଯାୟୀ, ନୂଆ ଦର ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଥିବାବେଳେ କୋଲକାତାରେ ୨ ହଜାର ୩୫୧, ମୁମ୍ବାଇରେ ୨ ହଜାର ୨୦୫, ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ହୋଇଛି ଅଣସବସିଡ୍ ଗ୍ୟାସ ସିଲିଣ୍ଡର ଦାମ୍ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ ଟଙ୍କା ବଡିଥିଲା ଘରୋଇ ଗ୍ୟାସ ଦର ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

କମର୍ସିଆଲ ସିଲିଣ୍ଡରଗୁଡିକର ବ୍ୟବହାର ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନମାନଙ୍କରେ ହୋଇଥାଏ । ଏଭଳି ପରିସ୍ଥିତିରେ ୨୫୦ ଟଙ୍କା ବୃଦ୍ଧି କାରଣରୁ ସେମାନଙ୍କ ମାସିକ ବଜେଟ୍ ଉପରେ ପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ, ଆସନ୍ତା ମାସରେ ବିବାହ ଆଦି କାର୍ଯ୍ଯରେ ଗ୍ୟାସ ସିଲିଣ୍ଡରର ଅତ୍ୟଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେଣୁ କ୍ୟାଟରିଂ ଏବଂ ରୋଷେଆମାନେ ଏହି କାରଣରୁ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବେ ।

01 Apr 2022 By The Sakala

ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼: ୨୫୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ଦର

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷରୁ ମହଙ୍ଗା ମାଡ଼ । ୨୫୦ ଟଙ୍କା ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ନୀଳ ରଙ୍ଗର ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ନୂଆ ଦର ବଢ଼ିବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଥିବାବେଳେ କୋଲକାତାରେ ୨ ହଜାର ୩୫୧, ମୁମ୍ବାଇରେ ୨ ହଜାର ୨୦୫, ଚେନ୍ନାଇରେ ୨ ହଜାର ୪୦୬ ଟଙ୍କା ହୋଇଛି ଅଣସବସିଡ୍ ଗ୍ୟାସ ସିଲିଣ୍ଡର ଦାମ୍ ।

ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ ଟଙ୍କା ବଡିଥିଲା ଘରୋଇ ଗ୍ୟାସ ଦର ।

କମର୍ସିଆଲ ସିଲିଣ୍ଡରଗୁଡିକର ବ୍ୟବହାର ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନମାନଙ୍କରେ ହୋଇଥାଏ । ଏଭଳି ପରିସ୍ଥିତିରେ ୨୫୦ ଟଙ୍କା ବୃଦ୍ଧି କାରଣରୁ ସେମାନଙ୍କ ମାସିକ ବଜେଟ୍ ଉପରେ ପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ, ଆସନ୍ତା ମାସରେ ବିବାହ ଆଦି କାର୍ଯ୍ଯରେ ଗ୍ୟାସ ସିଲିଣ୍ଡରର ଅତ୍ୟଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ତେଣୁ କ୍ୟାଟରିଂ ଏବଂ ରୋଷେଆମାନେ ଏହି କାରଣରୁ ସେମାନଙ୍କର ମୂଲ୍ୟ ବୃଦ୍ଧି କରିବେ ।

https://www.thesakala.in/national-international/commercial-gas-prices-have-risen-by-rs-250/article-10424
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର