କର୍ଣ୍ଣାଟକରେ ବଢୁଛି ସାଂପ୍ରଦାୟିକ ହିଂସା; ଯୋଗୀ ମଡେଲ୍‌ ଲାଗୁ କରିବେ ମୁଖ୍ୟମନ୍ତ୍ରୀ ବୋମାଇ

The Sakala Picture
Published On

ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଏବେ କର୍ଣ୍ଣାଟକ ସରକାରଙ୍କ ଉପରେ ଚାପ ବଢିଛି। ରାଜ୍ୟରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନଥିବାରୁ ଏବେ ସରକାରଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ବଢିଛି। ଯାହାର ପ୍ରମାଣ ନିକଟରେ ମିଳିସାରିଛି । ହତ୍ୟା କରାଯାଇଥିବା ବିଜେପି ନେତା ପ୍ରବୀଣଙ୍କ ମରଶରୀରକୁ ବୁଧବାର ନିଆଯାଉଥିବା ବେଳେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ […]

ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଏବେ କର୍ଣ୍ଣାଟକ ସରକାରଙ୍କ ଉପରେ ଚାପ ବଢିଛି। ରାଜ୍ୟରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନଥିବାରୁ ଏବେ ସରକାରଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ବଢିଛି। ଯାହାର ପ୍ରମାଣ ନିକଟରେ ମିଳିସାରିଛି । ହତ୍ୟା କରାଯାଇଥିବା ବିଜେପି ନେତା ପ୍ରବୀଣଙ୍କ ମରଶରୀରକୁ ବୁଧବାର ନିଆଯାଉଥିବା ବେଳେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ରାଜ୍ୟ ବିଜେପି ମୁଖ୍ୟଙ୍କ ଗାହି ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ପରେ ପରେ କିଛି ଯୁବ ନେତା ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥଳେ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଉପରେ ଚାପ ପଡ଼ିଛି। ଏହାକୁ ନେଇ କର୍ଣ୍ଣାଟକରେ ଉତ୍ତର ପ୍ରଦେଶ ସରକାରଙ୍କ ଯୋଗୀ ଆଦିତ୍ୟନାଥଙ୍କ ମଡେଲ ଲାଗୁ କରିବାର ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତୀ ବୋମାଇ। ରାଜ୍ୟରୁ ସାଂପ୍ରଦାୟିକ ହିଂସା ଦୂର କରିବାକୁ ଆବଶ୍ୟକ ପଡ଼ିଲେ ଯୋଗୀ ମଡେଲ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଉଲ୍ଲେଖଯୋଗ୍ୟ ଯେ, ବିଜେପି ଯୁବନେତା ପ୍ରବୀଣ ନେତ୍ତାରୁଙ୍କୁ ବେଲ୍ଲାରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସମ୍ପର୍କ ପିଏଫଆଇ ସଂଗଠନ ସହ ରହିଥିବା କୁହାଯାଉଛି। ଏହି ହତ୍ୟା ଘଟଣା ବିଜେପି ଦଳରେ ହଟଚମଟ ସୃଷ୍ଟି କରିଥିଲା ବେଳେ ଦଳୀୟ ନେତାମାନେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି। ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳୁ ଥିବାରୁ ଆଜି ବୋମାଇ ଏଭଳି ସଙ୍କେତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର