ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି: ବରଫଶୂନ୍ୟ ହୋଇଯିବ ଆଣ୍ଟାର୍କଟିକା !

The Sakala Picture
Published On

ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁକିଛି ଓଲଟପାଲଟ ହେବାରେ ଲାଗିଛି। ଅଦିନିଆ ବର୍ଷା, ବନ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏହା ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି ପାଲିଟିଛି। ତଥାପି ପୃଥିବୀବାସୀ ଚେତୁନାହାନ୍ତି। ଦିନକୁ ଦିନ ବିଶ୍ବର ତାପମାତ୍ରା ବଢୁଥିବାବେଳେ ଏହାକୁ ରୋକିବା ପାଇଁ ସେମିତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ | ଧନୀ ଦେଶଗୁଡିକ ସବୁଠାରୁ ଅଧିକ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏପରି ଚିନ୍ତାଜନକ ରିପୋର୍ଟ ସାମ୍‌ନାକୁ ଆସିଛି […]

ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁକିଛି ଓଲଟପାଲଟ ହେବାରେ ଲାଗିଛି। ଅଦିନିଆ ବର୍ଷା, ବନ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏହା ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି ପାଲିଟିଛି। ତଥାପି ପୃଥିବୀବାସୀ ଚେତୁନାହାନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଦିନକୁ ଦିନ ବିଶ୍ବର ତାପମାତ୍ରା ବଢୁଥିବାବେଳେ ଏହାକୁ ରୋକିବା ପାଇଁ ସେମିତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ | ଧନୀ ଦେଶଗୁଡିକ ସବୁଠାରୁ ଅଧିକ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏପରି ଚିନ୍ତାଜନକ ରିପୋର୍ଟ ସାମ୍‌ନାକୁ ଆସିଛି | ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଣ୍ଟାର୍କଟିକାର ସ୍ଵାଭାବିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟରୁ ଅଧିକ ରହିଥିଲା। ଏଥିଯୋଗୁଁ ଲସ୍‌ ଆଞ୍ଜେଲସ ଆକାରର ଏକ ବରଫ ପାହାଡ଼ ତରଳି ଯାଇଥିଲା। ଏହି ଘଟଣା ପଛରେ ଅତ୍ୟଧିକ ତାପମାତ୍ରା ବୃଦ୍ଧିର କ’ଣ କାରଣ ରହିଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ‘ବାୟୁମଣ୍ଡଳୀୟ ନଦୀ’ (ବର୍ଷା ସୃଷ୍ଟି କରୁଥିବା ବାଦଲ) ରୁ ବାହାରୁଥିବା ଉତ୍ତାପ ଏଥିପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ବାୟୁମଣ୍ଡଳୀୟ ନଦୀ ଆର୍ଦ୍ରତାର ଏକ ଲମ୍ବା ଧାରା ହୋଇଥାଏ, ଯାହା ଉଷ୍ଣକଟିବନ୍ଧ କ୍ଷେତ୍ରରୁ ଗରମ ପବନ ଏବଂ ଜଳୀୟବାଷ୍ପକୁ ପୃଥିବୀର ଅନ୍ୟ ଭାଗକୁ ନେଇ ଯାଇଥାଏ। ରିପୋର୍ଟ ଅନୁଯାୟୀ ଗୁରୁବାର ‘ନେଚର ଜର୍ଣ୍ଣାଲ କମ୍ୟୁନିକେଶନ ଆର୍ଥ ଆଣ୍ଡ ଏନଭାରମେଣ୍ଟ’ରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ ଅତ୍ୟଧିକ ତାପମାତ୍ରା, ବରଫ ତରଳିବା, ବରଫକୁ ଦୁର୍ବଳ କରିବା ଏବଂ ମହାସାଗରର ଜଳସ୍ତର ବୃଦ୍ଧି ପାଇଁ ବର୍ଷା ସୃଷ୍ଟି କରୁଥିବା ବାଦଲ ଦାୟୀ । ଆଣ୍ଟାର୍କଟିକାରେ ୨ଟି ବରଫ ପାହାଡ ତରଳିବା ସମୟରେ ଏହି ଅଧ୍ୟୟନ କରାଯାଇଥିଲା। ତାପମାତ୍ରା ବୃଦ୍ଧି ଯୋଗୁଁ ୧୯୯୫ରେ ଲାରସେନ ଏ ଏବଂ ୨୦୦୨ରେ ଲାରସେନ ବି ବରଫ ପାହାଡ ତରଳି ଯାଇଥିଲା।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ଅଧ୍ୟୟନ ଅନୁଯାୟୀ ପରିବେଶ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଏହି ସଙ୍କଟ ବଢିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବରଫର ଶେଷ ଆସ୍ତରଣ ଲାରସେନ ସି ଉପରେ ମଧ୍ୟ ବିପଦ ଦେଖାଦେଇଛି। ଆଣ୍ଟାର୍କଟିକାର ବରଫ ପାହାଡ ତରଳିବା ପଛରେ ଅନେକ କାରଣ ରହିଛି। ଉଷ୍ଣ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେବା ମଧ୍ୟ ଏହାର ଅନ୍ୟତମ କାରଣ। ଯଦି ଲାରସେନ ସି ଆସ୍ତରଣ ତରଳି ଯାଏ ତେବେ ଏହା ଭୟଙ୍କର ବିପଦ ସୃଷ୍ଟି କରିବ। ଏହା ଦ୍ବାରା ସମୁଦ୍ରର ଜଳପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବ | ସାରା ବିଶ୍ବରେ ବରଫ ତରଳୁଛି ଏବଂ ଏହା ପ୍ରବାହିତ ହୋଇ ସମୁଦ୍ରରେ ମିଶି ଜଳସ୍ତର ବୃଦ୍ଧି କରୁଛି । ଏଥିଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

16 Apr 2022 By The Sakala

ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି: ବରଫଶୂନ୍ୟ ହୋଇଯିବ ଆଣ୍ଟାର୍କଟିକା !

ଲଣ୍ଡନ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁକିଛି ଓଲଟପାଲଟ ହେବାରେ ଲାଗିଛି। ଅଦିନିଆ ବର୍ଷା, ବନ୍ୟା ଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏହା ମନୁଷ୍ୟ ସମାଜ ପାଇଁ ସତର୍କ ଘଣ୍ଟି ପାଲିଟିଛି। ତଥାପି ପୃଥିବୀବାସୀ ଚେତୁନାହାନ୍ତି।

ଦିନକୁ ଦିନ ବିଶ୍ବର ତାପମାତ୍ରା ବଢୁଥିବାବେଳେ ଏହାକୁ ରୋକିବା ପାଇଁ ସେମିତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉ ନାହିଁ | ଧନୀ ଦେଶଗୁଡିକ ସବୁଠାରୁ ଅଧିକ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏପରି ଚିନ୍ତାଜନକ ରିପୋର୍ଟ ସାମ୍‌ନାକୁ ଆସିଛି | ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଣ୍ଟାର୍କଟିକାର ସ୍ଵାଭାବିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟରୁ ଅଧିକ ରହିଥିଲା। ଏଥିଯୋଗୁଁ ଲସ୍‌ ଆଞ୍ଜେଲସ ଆକାରର ଏକ ବରଫ ପାହାଡ଼ ତରଳି ଯାଇଥିଲା। ଏହି ଘଟଣା ପଛରେ ଅତ୍ୟଧିକ ତାପମାତ୍ରା ବୃଦ୍ଧିର କ’ଣ କାରଣ ରହିଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ‘ବାୟୁମଣ୍ଡଳୀୟ ନଦୀ’ (ବର୍ଷା ସୃଷ୍ଟି କରୁଥିବା ବାଦଲ) ରୁ ବାହାରୁଥିବା ଉତ୍ତାପ ଏଥିପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ବାୟୁମଣ୍ଡଳୀୟ ନଦୀ ଆର୍ଦ୍ରତାର ଏକ ଲମ୍ବା ଧାରା ହୋଇଥାଏ, ଯାହା ଉଷ୍ଣକଟିବନ୍ଧ କ୍ଷେତ୍ରରୁ ଗରମ ପବନ ଏବଂ ଜଳୀୟବାଷ୍ପକୁ ପୃଥିବୀର ଅନ୍ୟ ଭାଗକୁ ନେଇ ଯାଇଥାଏ। ରିପୋର୍ଟ ଅନୁଯାୟୀ ଗୁରୁବାର ‘ନେଚର ଜର୍ଣ୍ଣାଲ କମ୍ୟୁନିକେଶନ ଆର୍ଥ ଆଣ୍ଡ ଏନଭାରମେଣ୍ଟ’ରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ ଅତ୍ୟଧିକ ତାପମାତ୍ରା, ବରଫ ତରଳିବା, ବରଫକୁ ଦୁର୍ବଳ କରିବା ଏବଂ ମହାସାଗରର ଜଳସ୍ତର ବୃଦ୍ଧି ପାଇଁ ବର୍ଷା ସୃଷ୍ଟି କରୁଥିବା ବାଦଲ ଦାୟୀ । ଆଣ୍ଟାର୍କଟିକାରେ ୨ଟି ବରଫ ପାହାଡ ତରଳିବା ସମୟରେ ଏହି ଅଧ୍ୟୟନ କରାଯାଇଥିଲା। ତାପମାତ୍ରା ବୃଦ୍ଧି ଯୋଗୁଁ ୧୯୯୫ରେ ଲାରସେନ ଏ ଏବଂ ୨୦୦୨ରେ ଲାରସେନ ବି ବରଫ ପାହାଡ ତରଳି ଯାଇଥିଲା।

ଅଧ୍ୟୟନ ଅନୁଯାୟୀ ପରିବେଶ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଏହି ସଙ୍କଟ ବଢିବାରେ ଲାଗିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବରଫର ଶେଷ ଆସ୍ତରଣ ଲାରସେନ ସି ଉପରେ ମଧ୍ୟ ବିପଦ ଦେଖାଦେଇଛି। ଆଣ୍ଟାର୍କଟିକାର ବରଫ ପାହାଡ ତରଳିବା ପଛରେ ଅନେକ କାରଣ ରହିଛି। ଉଷ୍ଣ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେବା ମଧ୍ୟ ଏହାର ଅନ୍ୟତମ କାରଣ। ଯଦି ଲାରସେନ ସି ଆସ୍ତରଣ ତରଳି ଯାଏ ତେବେ ଏହା ଭୟଙ୍କର ବିପଦ ସୃଷ୍ଟି କରିବ। ଏହା ଦ୍ବାରା ସମୁଦ୍ରର ଜଳପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବ | ସାରା ବିଶ୍ବରେ ବରଫ ତରଳୁଛି ଏବଂ ଏହା ପ୍ରବାହିତ ହୋଇ ସମୁଦ୍ରରେ ମିଶି ଜଳସ୍ତର ବୃଦ୍ଧି କରୁଛି । ଏଥିଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର